ବରଗଡ ୦୫।୧୧ : ବରଗଡର ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଚଳିତ ବର୍ଷ ପୁଣି ହେବ କଳାକାର ଚୟନ।ୟ କଳାକାର ଚୟନ ନେଇ ଧନୁଯାତ୍ରା ମହୋତ୍ସବ ସମିତିର ଚୟନ କମିଟି ପକ୍ଷରୁ କୁହାଯାଇଛି ।
{"id":179353}ସୂଚନାଯୋଗ୍ୟ ଯେ , ବିଶ୍ବ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ପାଇଁକଳାକାର ଚୟନ କରାଯିବ । ଧନୁଯାତ୍ରାର କଂସ ଭୂମିକାରେ ପାଇଁ କଳାକାର ଚୟନ ସମେତ ମହାମନ୍ତ୍ରୀ ଓ ପାର୍ଶ୍ବ କଳାକାରଙ୍କ ମଧ୍ୟ ଚୟନ କରାଯିବ। ଧନୁଯାତ୍ରା ମହୋତ୍ସବ ସମିତି ବୈଠକରେ କଳାକାର ଚୟନ ନେଇ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୧୬ତାରିଖ ପର୍ଯ୍ୟନ୍ତ କଳାକାର ଚୟନ ପାଇଁ ଆବେଦନ କରିପାରିବେ ବୋଲି କମିଟି ପକ୍ଷରୁ ଜଣାଯାଇଛି । ଧନୁଯାତ୍ରା ପାଇଁ ପୂର୍ବରୁ ଅତିକମ୍ରେ ତିନି ବର୍ଷ ପାଇଁ ଜଣେ କଂସ ଭୂମିକାରେ ଅଭିନୟ ପାଇଁ ନିୟନ ଥିବାବେଳେ , କିନ୍ତୁ ଏଥର ଧାର୍ଯ୍ୟ ସମୟ ପୂର୍ବରୁ କଳାକାର ଚୟନ କରାଯିବା ।
{"id":179354,"width":581,"height":274}ଧନୁଯାତ୍ରା ମହୋତ୍ସବ ସମିତି କାର୍ଯ୍ୟନିର୍ବାହୀ କମିଟିରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ୨ବର୍ଷ ପରେ କଳାକାର ଚୟନ ନିଷ୍ପତ୍ତି ନିଆଯାଇଥିବା ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଅପରପଟେ ନିଜର ଗୁରୁମାନଙ୍କ ପରାମର୍ଶ କ୍ରମେ ଚଳିତ ବର୍ଷ ହେବାକୁ ଥିବା କଳାକାର ଚୟନରେ ଭାଗନେବେ କି ନାହିଁ , ସେ ନେନେଇ ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି ଜଣାଇଛନ୍ତି ଗତବର୍ଷର କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ବର ପ୍ରଧାନ ସୂଚନା ଦେଇଛନ୍ତି। ଆସନ୍ତା ୨୦ରୁ ୨୫ ତାରିଖ ମଧ୍ୟରେ ଚୟନ ପ୍ରକ୍ରିୟାର ପରିସମାପ୍ତି କରାଯିବ ବୋଲି କରାଯିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି ।