Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଦିନକ ପରେ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା, ମୁକ୍ତାକାଶ ରଙ୍ଗମଞ୍ଚରେ ଦେଖିବାକୁ ମିଳିବ କଳାକାରଙ୍କ ନିଖୁଣ ଅଭିନୟ

29/12/2019 at 5:59 PM

ବରଗଡ ୨୯।୧୨: ଦିନକ ପରେ ଆରମ୍ଭ ହେବ ବିଶ୍ବପ୍ରସିଦ୍ଧ ବରଗଡ ଧନୁଯାତ୍ରା । ଯାତ୍ରାକୁ ସରସ  ସୁନ୍ଦର କରିବା ପାଇଁ ଧନୁଯାତ୍ରା ମହୋତ୍ସବ ସେମିତି ଦିନ ରାତି ଏକ କରି ପ୍ରସ୍ତୁତିରେ ଲାଗିଛି । ସଜେଇ ହେଉଛି ମଧୁରା  ଏବଂ ଗୋପପୁର  । ୧୧ ଦିନ ଧରି ପୌରାଣିକ କଥା ବସ୍ତୁକୁ ନେଇ ବିଶ୍ବର ସର୍ବବୃହତ ମୁକ୍ତାକାଶ ରଂଗ ମଞ୍ଚରେ କଳାକାରଙ୍କ ନିଖୁଣ ଅଭିନୟ ଦେଖିବାକୁ ମିଳିବ ।

ଅମ୍ବାପାଲି ହେବ ଗୋପପୁର । ବେନି ଭାଇଙ୍କ ବାଲ୍ୟ ଲୀଳାରେ ଉଠିବ ପଡ଼ିବ । ଘରର କାନ୍ଥରେ  କୃଷ୍ଣଙ୍କ ବାଲ୍ୟ ଲୀଳାର ଚିତ୍ର ସବୁ ଅଙ୍କା କାମ ଶେଷ ପର୍ଯ୍ୟାୟରେ । ଯାତ୍ରା ଆରମ୍ଭରୁ ଗୋପପୁରବାସୀ ଆମୀଷ ବର୍ଜନ କରନ୍ତି ।କୃଷ୍ଣ ପ୍ରେମରେ ପିଲାଠୁ ବୟସ୍କ ବିଭୋର ହୋଇଉଠନ୍ତି ସମସ୍ତେ ।

ବରଗଡ଼ ସାଜିବ ମଥୁରା ନଗରୀ । ପ୍ରବଳ ପ୍ରତାପୀ ମହାରାଜ କଂସଙ୍କ ରାଜୁତି ଚାଲିବ । ହାଟପଦା ଠାରେ ରାଜ ଦରବାର ନିର୍ମାଣ କାମ ଚାଲିଛି । ସେହିପରି ନିଶାମଣି ହାଇସ୍କୁଲ ପଡିଆରେ ରଙ୍ଗମହଲ ପ୍ରସ୍ତୁତ ହେଉଛି । ସହରର ମୁଖ୍ୟ ରାସ୍ତା ଗାନ୍ଧୀଛକ ଠାରୁ ମହାରାଜାଙ୍କ ରାଜ ଦରବାର ପର୍ଯ୍ୟନ୍ତ ରାସ୍ତା ସଜେଇ ହୋଇଛି ଆଲୋକ ମାଳାରେ ।

ରାଜ୍ୟ ତଥା ରାଜ୍ୟ ବାହାରର ୧୩୦ ସାଂସ୍କୃତିକ ଦଳଙ୍କୁ ନିମନ୍ତ୍ରଣ କରାଯାଇଛି । ଯାତ୍ରାକୁ ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି ଦର୍ଶକ । ଏବେ କେବଳ ଅପେକ୍ଷା ଡିସେମ୍ବର ୩୧କୁ ।

   Related Posts