ମହୋଦଧିରେ ସ୍ନାନ କଲେ କଂସ ମହାରାଜା, ମହାପ୍ରଭୁଙ୍କୁ ଦର୍ଶନ କରି କଲେ ପ୍ରାୟଶ୍ଚିତ
11/01/2020 at 2:14 PM

ପୁରୀ ୧୧।୧: ଶ୍ରୀକ୍ଷେତ୍ରରେ କଂସ ମହାରାଜା । ମହୋଦଧିରେ ସ୍ନାନ କରି ମହାପ୍ରଭୁଙ୍କୁ କଲେ ଦର୍ଶନ କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ବର ପ୍ରଧାନ । ବରଗଡ଼ରେ ଦୀର୍ଘ ୧୧ ଦିନର କଂସରାଜ ସମାପ୍ତ ହୋଇଛି । ଭଣଜା ହାତରେ କଂସ ନିଧନ ସହ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଶେଷ ହୋଇଛି ।

ବରଗଡ଼ ଧନୁଯାତ୍ରା ପରେ କଂସ ମହରାଜା ପୁରୀ ଆସିଛନ୍ତି। ସେଠାରେ ଜଗଦ୍ ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମଠରେ ପହଞ୍ଚିଥିଲେ । ମହୋଦଧିରେ ସ୍ନାନ କରି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଧନୁଯାତ୍ରା ପରେ ପ୍ରାୟଶ୍ଚିତ ପାଇଁ ପ୍ରତିବର୍ଷ କଂସ ମହରାଜା ପୁରୀ ଆସିଥାନ୍ତି। ମହାପ୍ରଭୁଙ୍କୁ ଦର୍ଶନ କରି ପ୍ରାୟଶ୍ଚିତ କରିଥାନ୍ତି।

ଦୀର୍ଘ ୧୧ ଦିନ ହେଲା ଚାଲିଥିଲା ବରଗଡ଼ରେ ଧନୁଯାତ୍ରା। ଏହି ଧନୁଯାତ୍ରା ଦେଖିବା ପାଇଁ ଲକ୍ଷ ଲକ୍ଷ ଦର୍ଶକ ବରଗଡ଼ରେ ଏକାଠି ହୋଇଥିଲେ। ତେବେ ଶେଷ ଦିନରେ ଭଣଜାଙ୍କ ହାତରେ କଂସ ନିଧନରେ ଧନୁଯାତ୍ରା ଶେଷ ହୋଇଛି। ଆଉ ଏକ ବର୍ଷ ଯାଏଁ ଶୁଭିବନି ସେହି ପ୍ରକମ୍ପିତ ଅଟ୍ଟହାସ୍ୟ। ପୁଣି ଗୋଟିଏ ବର୍ଷର ଅପେକ୍ଷା ପରେ ରଙ୍ଗ ମହଲ ଓ ଦରବାରରେ କଂସଙ୍କ ରାଜୁତି ଦେଖିବାକୁ ପାଇବେ ଦର୍ଶକ ।