ଗୋପପୁରରେ ଚାଲିଛି କୃଷ୍ଣ ଲୀଳା, ପୁତନା ଓ ଷଡମଲ୍ଲଙ୍କୁ ସଂହାର କଲେ କୃଷ୍ଣ

Published By : Prameya-News7 Bureau | January 04, 2020 IST

ବରଗଡ ୪।୧: ବରଗଡ ଧନୁଯାତ୍ରାର ଆଜି ପଞ୍ଚମ ଦିନ । ଆଜି ଗୋପପୁରରେ କୃଷ୍ଣବଳରାମଙ୍କ ଗୋଚାରଣ, ଦଧିଚୋରୀ, ଜାମାଲାର୍ଜୁନ ଭଜଂନ ଓ କାଳୀୟ ନାଗର ଦର୍ପଦଳନ ଦୃଶ୍ୟ ଅଭିନୀତ ହେବ । ସେହିପରି ମଥୁରା ନଗରୀରେ ମହାରାଜା କଂସଙ୍କ ନଗର ଭ୍ରମଣ, ଦିଗବିଜୟରେ ବାହାରି ଜରାସନ୍ଧ ସହିତ ଯୁଦ୍ଧ ଏବଂ ହେତି ପ୍ରହେତି ସହ ବିବାହ ଦୃଶ୍ୟ ଅଭିନିତ ହେବ । 

{"id":206719,"sizeSlug":"large"}

ଚତୁର୍ଥ ଦିନରେ ଗୋପପୁରରେ ଭଗବାନ ଶ୍ରୀକୃଷ୍ଣ ବଳରାମଙ୍କ ହସ୍ତରେ କଂସଙ୍କ ପ୍ରେରିତ ପୁତନା ରାକ୍ଷସୀ ସମେତ ଷଡମଲ୍ଲଙ୍କ ସଂହାର ହୋଇଥିବାବେଳେ ଗୋପପୁରରେ ଏବେ ଦେଖାଯାଇଛି ଉତ୍ସବର ମାହୋଲ । ସେହିପରି ମଥୁରାନଗରୀ କଂସଙ୍କ ରାଜତ୍ବରେ ଥରହର ହୋଇ ପଡିଥିବାବଳେ ମହାରାଜା କଂସ ବାଣାସୁରକୁ ଯୁଦ୍ଧରେ ପରାସ୍ତ କରିବା ସହ ବନ୍ଧୁତା ସ୍ଥାପନ କରିଛନ୍ତି ।

{"id":206720,"sizeSlug":"large"}

ମହାରାଜ କଂସ କୃଷ୍ଣଙ୍କୁ ହତ୍ୟା କରିବା ପାଇଁ ପୁତନା ପରେ କାଳୀୟ ନାଗକୁ ପ୍ରେରଣ କରିଛନ୍ତି । ଗୋପାଳବାଳକଙ୍କ ସହିତ କାଳିନ୍ଦ୍ରୀ ହ୍ରଦ ପାଖରେ କୃଷ୍ଣ ବଳରାମ ବଣଭୋଜି କରୁଥିବାବେଳେ କୃଷ୍ଣଙ୍କୁ ଆକ୍ରମଣ କରିବ କାଳୀୟ ନାଗ ଶେଷରେ କୃଷ୍ଣଙ୍କ ଦ୍ବାରା ନିହତ ହେବ କାଳୀୟ ନାଗ । ଜମଲ୍ଲାଭନ ଦୃଶ୍ୟ ସହିତ ବିଶ୍ବ ରୂପ ଦର୍ଶନ ଦେବେ ଶ୍ରୀକୃଷ୍ଣ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.