ଛାତ୍ରଛାତ୍ରୀଙ୍କ ସହ ତଳେ ବସି ମଧ୍ୟାହ୍ନ ଭୋଜନ କଲେ ବରଗଡ ଜିଲ୍ଲାପାଳ

Published By : Prameya-News7 Bureau | November 10, 2019 IST

ବରଗଡ ୧୦।୧୧: ଛାତ୍ରଛାତ୍ରୀଙ୍କ ସହ ତଳେ ବସି ମଧ୍ୟାହ୍ନ ଭୋଜନ କଲେ ଜିଲ୍ଲାପାଳ । ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ପଞ୍ଚାୟତର ଜନକେଡାରେ ଥିବା ଗୋପବନ୍ଧୁ ସେବା ସଦନରେ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ହଠାତ୍ ପହଞ୍ଚି ଯାଇଥିଲେ ।

{"id":182059}

ବିନା ସୂଚନାରେ ଜିଲ୍ଲାପାଳ ଆଶ୍ରମରେ ପହଞ୍ଚିଥିଲେ । ଏହି ଆଶ୍ରମରେ ୨୫ ଜଣ ଦିବ୍ୟାଙ୍ଗ ଅନ୍ତେବାସୀ ଅଛନ୍ତି । ଜିଲ୍ଲାପାଳ ଅନ୍ତେବାସୀଙ୍କ ସହ ଆଲୋଚନା କରିବା ପରେ ସେଠାରେ ଛାତ୍ରଛାତ୍ରୀଙ୍କ ସହ ତଳେ ବସି ମଧ୍ୟାହ୍ନ ଭୋଜନ କରିଥିଲେ ।

{"id":182060}

ଆଶ୍ରମ ପାଇଁ ନୂତନ ହଷ୍ଟେଲ ବିଲ୍ଡିଂ ନିର୍ମାଣ, ଆଶ୍ରମ ପରିସରରେ ଏଲଇଡି ଲାଇଟ ସଂଯୋଗ ଏବଂ ପିଇବା ପାଣି ପାଇଁ ଫିଲଟର ବ୍ୟବସ୍ଥା କରିବା ପାଇଁ ଦାବି କରିଥିଲେ ଆଶ୍ରମ କର୍ତ୍ତୃପକ୍ଷ । ଜିଲ୍ଲାପାଳ ଶୀଘ୍ର ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.