Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

୫୦୦୦ବସ୍ତା ଧାନ ରଖି ୨ ଶୀତ କାକରରେ ଧାରଣ ଦେଇଛନ୍ତି ଚାଷୀ- କେହି ଦୁଃଖ ଶୁଣୁ ନଥିବା ଅଭିଯୋଗ

23/01/2020 at 8:20 AM

ବରଗଡ ୨୩।୦୧ – ବରଗଡ଼ ଜିଲ୍ଲା ପଦ୍ମପୁର ବଏସନା ରୋଡ଼ ଲଖମରା ଛକରେ ୫୦୦୦ ବସ୍ତା ଧାନ ପକାଇ ୨ ଦିନ ହେଲା  କରିଛନ୍ତି ରାସ୍ତା ରୋକ ଚାଷୀ । ଶୀତରେ ରାତି ତମାମ ରାସ୍ତାରେ ସୋଇଛନ୍ତି ହେଲେ କେହି ଅଧିକାରୀ ତାଙ୍କର ପାଖକୁ ଆସି ନାହାନ୍ତି । ଉପ ଜିଲ୍ଲାପାଳ କିମ୍ବା ଯୋଗାଣ ଅଧିକାରୀ ମୁହଁ ମଧ୍ୟ ମରୁନାହାନ୍ତ ,ବିଲକୁଲ ପର୍ବା ନାହିଁ ସରକାରୀ ବାବୁଙ୍କର । ଏପଟେ ରାସ୍ତାରେ ସହ ସହ ଜାନ ବାହାନ ଜାମ ,ସେ ମନେ ମଧ୍ୟ ହେରାଣ ରେ ପଡୁଛନ୍ତି ।

ଲାଖମରା ସୋସାଇଟି ର ପାଖା ପାଖି ୩୦୮ ଜଣ ଚାଷୀର ହୋଇନି ଧାନ ବିକ୍ରି କାର୍ଡ । ଯେଉଁଥି ପାଇଁ ସେମାନ ଧାନ ବିକ୍ରୀ କରି ପାରିନାହାନ୍ତି । ସେମାନେ  ୩ଦିନ ପୂର୍ବରୁ ରାସ୍ତା ରୋକ କରିଥିଲେ , ପ୍ରତିଶୃତି ପାଇବାପରେ ଗୋଟିଏ ପାଖ ରାସ୍ତା ଖୋଲା କରିଥିଲେ ଏବଂ ଯିବା ଆସିବା ସାମାନ୍ୟ ହୋଇଥିଲା ।

ହେଲେ ଆଜି ଯାଏ ତାଙ୍କ ର ଟୋକାନ ର ବ୍ୟବସ୍ଥା କରାଯାଇ ନଥିବାରୁ ପୁଣି ସେମାନେ  ରାସ୍ତାରୋକ କରିଛନ୍ତି  ।

ସେମାନେ ଏହା ପୂର୍ବରୁ ମଧ୍ୟ ପଦ୍ମପୁର ଉପ ଜିଲ୍ଲାପାଳ ଓ ବରଗଡ ଜିଲ୍ଲା ପାଲ କୁ ଏହି ସମସ୍ୟା ବାବଦରେ ବାରମ୍ବାର ଜାଣଇ ଥିଲେ ହେଲେ କେହି ଏହି ସମସ୍ୟା ପ୍ରତି ଧ୍ୟାନ ନ ଦେବାରୁ ,ବାଧ୍ୟ ହୋଇ ସେମାନେ ଏହି ରାସ୍ତା ଆପଣାଇ ଛନ୍ତି ଏବଂ ତାଙ୍କର ଦାବି ପୂରଣ ନ ହେବାଯାଏ ସେମାନେ ରାସ୍ତାରୁ ଉଠିବେ ନାହିଁ ବୋଲି କହୁଛନ୍ତି ।

   Related Posts