ବରଗଛରେ ଝୁଲୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ତଳେ ପଡିଛି ଚପଲ

Published By : Prameya-News7 Bureau | February 28, 2021 IST

ବଲାଙ୍ଗୀର,୨୮/୦୨: ବଲାଙ୍ଗିରରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର।  ରେଳ ଷ୍ଟେସନ ନିକଟ ଦୁର୍ଗା ମଣ୍ଡପ ପାଖ ବରଗଛରେ ଝୁଲନ୍ତା ଅବସ୍ଥାରେ ମୃତଦେହଟି ମିଳିଛି ।

ତେବେ ମୃତକଙ୍କ ପରିଚୟ ଜଣାପଡି ନଥିବା ବେଳେ ତାଙ୍କ ବୟସ ପାଖା ପାଖି ୪୦ରୁ ୪୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ତେବେ ବ୍ୟକ୍ତିଜଣଙ୍କ ସକାଳେ ରେଳ ଷ୍ଟେସନ ପାଖରେ ବୁଲୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ ।

ତେବେ ଗଛ ତଳେ ତାଙ୍କ ଚପଲ ରହିଥିବା ବେଳେ ଗାମୁଛା ବେକରେ ଲାଗିଛି । ଫଳରେ ସେ ଆତ୍ମହତ୍ୟା କରିଥିବା ପାରିପାର୍ଶ୍ବିକ ସ୍ଥିତିରୁ ଜଣାପଡିଛି। ଘଟଣାସ୍ଥଳରେ ବଲାଙ୍ଗୀର ଜିଆରପି ପୋଲିସ ତଦନ୍ତ ଆରମ୍ଭ କରିଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.