Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୦୯ କରୋନା ସଂକ୍ରମିତ, ୩୨୦୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

ଟିଭି ସାକ୍ଷାତକାର ମଝିରୁ ଉଠି ପଳାଇଲେ ଟ୍ରମ୍ପ, ଓବାମା କହିଲେ- ‘ଯିଏ ପ୍ରଶ୍ନର ଉତ୍ତର ଦେଇପାରୁ ନାହାନ୍ତି ସେ କ’ଣ ରାଷ୍ଟ୍ରପତି ହେବେ?’

25/10/2020 at 2:44 PM

ନୂଆଦିଲ୍ଲୀ ୨୫/୧୦: ଆମେରିକା ରାଷ୍ଟ୍ରପତି ନିର୍ବାଚନର ପ୍ରଚାର ପାଇଁ ଡୋନାଲ୍ଡ ଟ୍ରମ୍ପ ଇଣ୍ଟରଭ୍ୟୁ ଦେବା ପାଇଁ ଲୋକପ୍ରିୟ ଟିଭି ଶୋ’ ‘୬୦ ମିନିଟି୍‌’ରେ ପହଞ୍ଚିଥିଲେ। ତେବେ ଟ୍ରମ୍ପ ଶୋ’ ଅଧାରୁ ପକ୍ଷପାତ ଅଭିଯୋଗ ଲଗାଇ ମଝିରୁ ଛାଡ଼ି ଚାଲି ଆସିଲେ। ଏହି ଘଟଣାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି ଅଧାରୁ ଟ୍ରମ୍ପ ସାକ୍ଷାତକାରରୁ ଉଠି ଆସିବା ଅର୍ଥ ତାଙ୍କୁ ଜଣା ନାହିଁ କ’ଣ କରିବା ଦରକାର। ତେବେ ଓବାମା ଡ୍ରେମୋକ୍ରେଟିକ ପ୍ରାର୍ଥୀ ଜୋ ବିଡେନଙ୍କୁ ସମର୍ଥନ କରି ତାଙ୍କ ପାଇଁ ନିର୍ବାଚନ ପ୍ରଚାର କରୁଛନ୍ତି। ମିୟାମିରେ ବିଡେନଙ୍କ ପାଇଁ ରାଲି କରି ଓବାମା କହିଛନ୍ତି ‘‘ଯେଉଁ ବ୍ୟକ୍ତି ପ୍ରଶ୍ନରୁ ଭୟ କରି ଚାଲିଯାଉଛନ୍ତି, ପ୍ରଶ୍ନର ଉତ୍ତର ଶୁଣିବାକୁ ପ୍ରସ୍ତୁତ ନୁହନ୍ତି କ’ଣ ସେଭଳି ବ୍ୟକ୍ତିଙ୍କୁ ଆମେରିକାର ରାଷ୍ଟ୍ରପତି କରାଇବେ। କ’ଣ ପୁଣି ଥରେ ଆପଣ ଦ୍ବିତୀୟ ଥର ପାଇଁ ସୁଯୋଗ ଦେବେ। ଏହା ଆମର ଦାୟିତ୍ବ ଯେ ଆମକୁ ସୁନିଶ୍ଚିତ କରିବାକୁ ହେବ ଟ୍ରମ୍ପ ଯେମିତି ଦ୍ବିତୀୟ ଥର ପାଇଁ କ୍ଷମତାକୁ ନ ଆସି​‌ବେ।’’

ଓବାମା ଟ୍ରମ୍ପଙ୍କ ସମାଲୋଚନା କରି କହିଛନ୍ତି ଏହା ଅବଶ୍ୟ ତାଙ୍କର ଏକ ଭଲ ବୁଦ୍ଧି ଯେ ପ୍ରଶ୍ନ ନିଜ ମନମୁତାବକ ନ ଆସିଲେ ଉଠିକି ଚାଲି ଆସିବା। ଟ୍ରମ୍ପ ଯାହା କିଛି କହିଛନ୍ତି ତାକୁ ଶୁଣି ଲାଗୁଛି ଯେ ସେ ପାଗଳ ହୋଇଗଲେଣି। ସେ ଏସବୁର ଯୋଗ୍ୟ ନୁହନ୍ତି। ଟ୍ରମ୍ପଙ୍କୁ ହୁଏତ ଏକଥା ବି ଜଣା ନ ଥିବ ମିୟାମିରେ ତାଙ୍କ ଠାରୁ ବିଡେନଙ୍କର ଅଧିକ ସମର୍ଥକ ଅଛନ୍ତି।

ଟ୍ରମ୍ପଙ୍କ ମଜାକ ଉଡାଇ କହିଛନ୍ତି ସତରେ ତାଙ୍କୁ ପଚରାଯାଇଥିବା ପ୍ରଶ୍ନ ଖୁବ୍ କଠିନ ଥିଲା। ଯିଏ କଷ୍ଟକର ପ୍ରଶ୍ନର ଉତ୍ତର ଦେଉ ନାହାନ୍ତି ସେ ବିଡେନଙ୍କୁ ମଧ୍ୟ ସାମ୍ନା କରିପାରିବେ ନାହିଁ। ରାଷ୍ଟ୍ରପତି ହୋଇ ମିଡ଼ିଆ ପ୍ରଶ୍ନରୁ ଦୂରେଇ ଯିବା ଆଦୌ ଠିକ୍ ନୁହେଁ କି ଏଭଳି ହେବା କଥା ନୁହେଁ। ମଙ୍ଗଳବାର ଟ୍ରମ୍ପକୁ ଏହି କାର୍ଯ୍ୟକ୍ରମରେ କରୋନାକୁ ନେଇ ପ୍ରଶ୍ନ କରାଯାଇ ଥିଲା। ଆମେରିକାରେ କରୋନାର ମାମଲା ବଢ଼ିବା ଉପରେ ସାମ୍ବାଦିକା ତାଙ୍କୁ ପ୍ରଶ୍ନ କରିଥିଲେ।

   Related Posts