Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ପିଲାଦିନେ ମହାଭାରତ ଓ ରାମାୟଣ ଶୁଣୁଥିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଓବାମା, ବଲିଉଡ୍ ଫିଲ୍ମ ମଧ୍ୟ ଦେଖୁଥିଲେ

17/11/2020 at 12:20 PM

ଓ୍ୱାଶିଂଟନ,୧୭|୧୧: ବାରାକ ଓବାମା ନିଜ ବାଲ୍ୟାବସ୍ଥାରେ ରାମାୟଣ ଓ ମହାଭାରତ ଶୁଣୁଥିଲେ । ସେ ଇଣ୍ଡୋନେସିଆରେ ଥିବା ସମୟରେ ଅନେକ ବର୍ଷ ଧରି ରାମାୟଣର କାହାଣୀ ଶୁଣୁଥିବା କହିଛନ୍ତି । ଏଥିପାଇଁ ତାଙ୍କ ମନରେ ଭାରତ ପ୍ରତି ସ୍ୱତନ୍ତ୍ର ସ୍ଥାନ ରହିଥିବା ସେ କହିଛନ୍ତି ।

ଓବାମା ଏ ପ୍ରମିଜ୍ଡ ଲ୍ୟାଣ୍ଡ ନାମକ ପୁସ୍ତକରେ ଭାରତ ପ୍ରତି ଥିବା ତାଙ୍କର ଆକର୍ଷଣ ବାବଦରେ ଲେଖିଛନ୍ତି । ସେ କହିଛନ୍ତି ଯେ, ହୋଇପାରେ ଇଣ୍ଡୋନେସିଆ ଭାରତର ଛୋଟ ଆକାର ସଦୃଶ ଯାହା ତାଙ୍କୁ ଆକୃଷ୍ଟ କରିଥାଏ । ଏଠାରେ ୨ହଜାରରୁ ଅଧିକ ସମୁଦାୟର ଲୋକ ବସବାସ କରନ୍ତି । ଏଠାକାର ଲୋକେ ୭୦୦ରୁ ଅଧିକ ଭାଷାରେ କଥାବାର୍ତ୍ତା କରନ୍ତି । ସେ ୨୦୧୦ରେ ରାଷ୍ଟ୍ରପତି ଭାବେ ପ୍ରଥମେ ଭାରତ ଗସ୍ତ କରିଥିଲେ । ଏହାପୂର୍ବରୁ କେବେ ଭାରତ ଆସିନଥିଲେ । କିନ୍ତୁ ଭାରତ ପ୍ରତି ତାଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ରହିଛି ।

ସେ ଆହୁରି କହିଛନ୍ତି ଯେ, ପିଲାଦିନେ ଇଣ୍ଡୋନେସିଆରେ ଥିବା ବେଳେ ସେ ହିନ୍ଦୁ ମହାକାବ୍ୟ ରାମାୟଣ ଓ ମହାଭାରତ ଶୁଣିଥିଲେ । ଏହା ହିନ୍ଦୁ ଧର୍ମ ପ୍ରତି ତାଙ୍କର ରୁଚି ହୋଇପାରେ । କଲେଜରେ ତାଙ୍କର ଅନେକ ପାକିସ୍ତାନୀ ଓ ଭାରତୀୟ ବନ୍ଧୁ ରହିଥିଲେ ।ସେମାନେ ତାଙ୍କୁ ଡାଲି ତିଆରି କରିବା ଶିଖାଇଥିଲେ ଓ ବଲିଉଡ୍ ଫିଲ୍ମ ମଧ୍ୟ ଦେଖାଇଥିଲେ ।

ସେ ଆହୁରି କହିଛନ୍ତି ଯେ,.ଭାରତ ପ୍ରତି ତାଙ୍କର ଆକର୍ଷଣର ପ୍ରମୁଖ କାରଣ ହେଉଛନ୍ତି ମହାତ୍ମା ଗାନ୍ଧୀ । ବ୍ରିଟିଶ ଶାସନ ବିରୋଧରେ ସେ ସତ୍ୟ, ଅହିଂସା ଲଡେଇ ଲଢିଥିଲେ । ଏହାସହ ଏକ ଆଶାର କିରଣ ମଧ୍ୟ ହୋଇଥିଲେ ।

ସୂଚନାଯୋଗ୍ୟ, ଏ ପ୍ରମିଜଡ୍ ଲ୍ୟାଣ୍ଡ୍ ପୁସ୍ତକରେ ଓବାମା ୨୦୦୮ ରାଷ୍ଟ୍ରପତି ନିର୍ବାଚନ ପ୍ରଚାରରୁ ଆରମ୍ଭ କରି ରାଷ୍ଟ୍ରପତି ପଦବୀ ଓ ଓସାମା ଲାଦେନର ମୃତ୍ୟୁ ବାବଦରେ ଅନେକ କଥା ଲେଖିଛନ୍ତି ।

   Related Posts