ଲୋକ ଭବନ ସମ୍ମୁଖରେ ଦୁଇ ଶିଶୁ ସହ ପତି-ପତ୍ନୀଙ୍କ ଆତ୍ମଦାହ ଉଦ୍ୟମ, ଉଦ୍ଧାର କଲା ପୋଲିସ

Published By : Prameya-News7 Bureau | October 19, 2020 IST

ଲକ୍ଷ୍ନୌ ୧୯/୧୦ : ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌର ହଜରତଗଞ୍ଜ ଅଞ୍ଚଳରେ ଥିବା ଲୋକ ଭବନ ସମ୍ମୁଖରେ ସୋମବାର ଦିନ ବାରାବାଙ୍କିର ଗୋଟିଏ ପରିବାର ଦୁଇ ଶିଶୁ ସହ ଆତ୍ମଦାହ ଉଦ୍ୟମ କରିଛି। କିନ୍ତୁ ନିଜକୁ ନିଆଁ ଲଗାଇବା ପୂର୍ବରୁ ପୋଲିସ ତାଙ୍କୁ ରକ୍ଷା କରିଥିଲା। ପୋଲିସ ଏ ସମ୍ବନ୍ଧରେ ସୂଚନା ଦେଇଛି। ଗତ ସପ୍ତାହରେ ମଧ୍ୟ ଲୋକ ଭବନ ନିକଟରେ ଜଣେ ମହିଳା ନିଜ ଶରୀରରେ ଜ୍ବଳନଶୀଳ ପଦାର୍ଥ ଢାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

{"id":347130,"sizeSlug":"large"}

ଡିସିପି ସୋମେନ ବର୍ମା କହିଛନ୍ତି ଯେ, ସୋମବାର ଅପରାହ୍ନରେ ବାରାବାଙ୍କିର ନାସିର ଓ ତାଙ୍କ ପତ୍ନୀ ନିଜର ଦୁଇ ନାବାଳକ ପୁଅ ସହ ବିଧାନସଭାର ଦୁଇ ନମ୍ବର ଗେଟ ପାଖରେ ପହଞ୍ଚିଥିଲେ। ଏହାପରେ ସେ ନିଜ ଉପରେ ଓ ପୁରା ପରିବାର ଉପରେ ତରଳ ପଦାର୍ଥ ଢାଳି ଥିଲେ। କିନ୍ତୁ ମାଚିସ୍ କିମ୍ବା ଲାଇଟର ଲଗାଇବା ପୂର୍ବରୁ ସେଠାରେ ଥିବା ପୋଲିସକର୍ମୀ ପୁରା ପରିବାରକୁ ଉଦ୍ଧାର କରିଥିଲେ। ଆତ୍ମଦାହର କାରଣ ପଚାରିବାରୁ ନାସିର କହିଥିଲା ଯେ, ବାରାବାଙ୍କିରେ ତାଙ୍କର ଦୋକାନ ଥିଲା କିନ୍ତୁ ଅତିକ୍ରମଣ ଅଭିଯାନ ସମୟରେ ତାଙ୍କ ଦୋକାନ ଭାଙ୍ଗି ଦିଆଯାଇଥିଲା। ଫଳରେ ବର୍ତ୍ତମାନ ସେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ସେଥିପାଇଁ ପୁରା ପରିବାର ସହ ଆତ୍ମଦାହ କରିବାକୁ ମନସ୍ଥ କରିଥିଲେ।

ଡିସିପି ସୋମେନ ବର୍ମା କହିଛନ୍ତି, ଯେହେତୁ ପରିବାର ଅଲଗା ଜିଲ୍ଲାର, ସେଥିପାଇଁ ସେ ସେଠାକାର ଜିଲ୍ଲା ଅଧିକାରୀଙ୍କ ସହ କଥା ହୋଇଛନ୍ତି ଏବଂ ସେଠାରୁ ଏକ ପୋଲିସ ଟିମ ପରିବାରକୁ ନେବାକୁ ଆସୁଛି। ଏହାପରେ ଯାହା କାର୍ଯ୍ୟାନୁଷ୍ଠାନ ନେବା କଥା ତାହା ବାରାବାଙ୍କି ପ୍ରଶାସନ ନେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.