Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଲକଡାଉନରେ ବ୍ୟାଣ୍ଡ ବାଜା ସହ ବରଯାତ୍ରୀ ବାହାରିବା ପଡିଲା ମହଙ୍ଗା : ବର ସମେତ ୯ ଗିରଫ

14/06/2020 at 2:42 PM

ମୁମ୍ବାଇ ୧୪/୦୬ : ଲକଡାଉନ ମଧ୍ୟରେ ବିବାହ ସମାରୋହ ପାଇଁ ସରକାର ଗାଇଡଲାଇନ ଜାରି କରିଛନ୍ତି | ଲକଡାଉନ ମଧ୍ୟରେ ବାହାଘର କଲେ ବରଯାତ୍ରୀ ନ ନେବା ପାଇଁ ସରକାର ନିର୍ଦେଶ ଦେଇଛନ୍ତି | ଲକଡାଉନ ମଧ୍ୟରେ ଗୋଟିଏ ପରିବାର ବ୍ୟାଣ୍ଡ ବାଜା ସହ ବରଯାତ୍ରୀ ନେବା ମହଙ୍ଗା ପଡିଛି | ପୋଲିସ ମାମଲା ରୁଜ୍ଜୁ କରି ବର ସମେତ ପରିବାର ସଦସ୍ୟଙ୍କୁ ଗିରଫ କରିଛି | ଘଟଣା ମାଲବାଣୀ ଥାନା ଅଞ୍ଚଳରେ | ଜୁନ ୧୨ ତାରିଖରେ ଏକ ବରଯାତ୍ରୀ ବ୍ୟାଣ୍ଡ ବାଜା ସହ ବାହାରିଥିଲା |

ସୂଚନା ଅନୁଜାଷୀ, ପରିବାର ପୋଲିସ ଠାରୁ ଅନୁମତି ନ ନେଇ ବାହାଘର ଆୟୋଜନ କରିଥିଲେ | ମାଲବାଣୀ ଗେଟ ନମ୍ବର ୮ରୁ ବରଯାତ୍ରୀ ବାହାରି ଥିଲା | ବରଯାତ୍ରୀରେ ସାମିଲ ହୋଇଥିବା ଲୋକେ କରୋନା ପ୍ରତି ବିଲକୁଲ ସଚେତନ ନଥିଲେ | ବରଯାତ୍ରୀରେ ସାମାଜିକ ଦୂରତା ପାଳନ କରାଯାଇନଥିଲା କି କେହି ହେଲେ ମାସ୍କ ମଧ୍ୟ ଲଗାଇନଥିଲେ | ବରଯାତ୍ରୀ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ ପୋଲିସ ବର ପକ୍ଷ ପରିବାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା | ପୋଲିସ ବର ସମେତ ୯ ଜଣଙ୍କୁ ଗିରଫ କରିଛି | ଏହାସହ ବରଯାତ୍ରୀରେ ସାମିଲ ହୋଇଥିବା ଫ୍ରଚ୍ୟୁନ୍ର କାର ଏବଂ ବ୍ୟାଣ୍ଡ ବାଜା ପାର୍ଟି ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ | 

ଦେଶରେ କରୋନା ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର | ମହାରାଷ୍ଟ୍ରରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି | ଦେଶରେ ସଂକ୍ରମଣ ସଂଖ୍ୟା ୩ ଲକ୍ଷ ୨୧ ହଜାର ପାର କରିଥିବାବେଳେ କେବଳ ମହାରାଷ୍ଟ୍ରରେ ସଂକ୍ରମଣ ସଂଖ୍ୟା ଲକ୍ଷେରୁ ଅଧିକ ରହିଛି | ଶନିବାର ଦିନ ମହାରାଷ୍ଟ୍ରରେ ୧୧୩ କରୋନା ପୀଡିତଙ୍କ ମୃତ୍ୟୁ ହୋଇ ମୃତକଙ୍କ ସଂଖ୍ୟା ୩ ହଜାର ୮୩୦ରେ ପହଞ୍ଚିଛି | 

   Related Posts