ବରକୁ ୫୬- କନିଆଁ ୧୬ : ଜବରଦସ୍ତି ବିବାହ ଓ ବଳାତ୍କାର ଅଭିଯୋଗରେ ୫ ସହଯୋଗୀଙ୍କ ସହ ଗିରଫ ହେଲା ନବ ବିବାହିତ

Published By : Prameya-News7 Bureau | December 31, 2020 IST

ହାଇଦ୍ରାବାଦ, ୩୧୧୨:     ବରର ବୟସ ୫୬ । କିନ୍ତୁ କନିଆଁ ୧୬ । ଜୋରଜବରଦସ୍ତି କରି ନାବାଳିକାକୁ କରିଥିଲା ବିବାହ । ଏପରିକି ଯୌନ କ୍ଷୁଧା ମେଣ୍ଟାଇବା ପାଇଁ କଲା ବଳାତ୍କାର । ଏପରି ଏକ ସଇତାନକୁ ଗିରଫ କରିଛି ଫଲକନାମା ପୋଲିସ ।

ପୋଲିସ ଡିସିପି ଗଜା ରାଓଙ୍କ  ସୂଚନାନୁସାରେ, ଗୁରୁବାର ୭ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଏହି ବ୍ୟକ୍ତିମାନେ ନାବାଳିକାକୁ ବିବାହରେ ମୁଖ୍ୟ ଅଭିଯୁକ୍ତକୁ ସାହାଯ୍ୟ କରିଥିଲେ । ହୁର୍ ଅନିଶା, ତାଙ୍କ ସ୍ୱାମୀ ମିର୍ ଫରତାଉଲ୍ଲା, ମିର୍ ରେହମତଉହ୍ଲା, ମହମ୍ମଦ ଅବ୍ଦୁଲ ରେହମାନ, ଓ୍ୱାସିମ ଖାନ ଓ ମହମ୍ମଦ ବାଦିଉଦ୍ଦୀନ କ୍ୱାଦ୍ରିଙ୍କୁ ଗିରଫ କରାଯାଇଛି । କ୍ୱଦ୍ରି ୫୬ ବର୍ଷୀୟ ଅବ୍ଦୁଲ ଲତିଫକୁ ୧୬ ବର୍ଷୀୟା ଜଣେ ନାବାଳିକା ସହ ବିବାହ କରିଥିଲା ।

ଡିସିପି ଆହୁରି କହିଛନ୍ତି ଯେ, ସହରର ବନ୍ଦଲାଗୁଡାରେ ଏହି ବିବାହ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହାସହ କ୍ୱାଦ୍ରି ଜାଲ୍ କାଗଜପତ୍ର ମଧ୍ୟ ଦେଇଥିଲା । ଏପରିକି ନାବାଳିକାର ମାଆ ହୁର୍ ଅନିଶା ବିବାହ ପାଇଁ ଟଙ୍କା ମଧ୍ୟ ନେଇଥିଲେ । ମୁଖ୍ୟ ଅଭିଯୁକ୍ତ ଅବ୍ଦୁଲକୁ ପୋଲିସ ଗିରଫ କରିସାରିଛି । ମାମଲାର ଅଧିକ ତଦନ୍ତ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.