ଜନ୍ମଦିନ ପାଳନ ବେଳେ କୋଭିଡ୍ ନିୟମ ଉଲଂଘନ ଅଭିଯୋଗ, ସିଲ୍ ହେଲା ବାର୍

Published By : Prameya-News7 Bureau | October 19, 2020 IST

ଭୁବନେଶ୍ବର ୧୯।୧୦: କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ସିଲ୍ ହେଲା ବାର୍ । ଭୁବନେଶ୍ବର ଇନଫୋସିଟି ରୋଡ୍‌ରେ ଥିବା ଏକ ବାର୍‌କୁ ସିଲ୍ କରିଛି କମିଶନରେଟ୍ ପୋଲିସ ।

{"id":346924,"sizeSlug":"large"}

ଏହି ବାର୍‌ରେ ଜନ୍ମଦିନ ପାଳନ ବେଳେ କୋଭିଡ୍ ନିୟମ ସମ୍ପୂର୍ଣ୍ଣ ଭାବେ ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ କମିଶନରେଟ୍ ପୋଲିସ ପକ୍ଷରୁ ବାର୍‌ଟିକୁ ସିଲ୍ କରି ଦିଆଯାଇଛି ।

{"id":346921,"sizeSlug":"large"}

ଜନ୍ମଦିନ ପାଳନ ଉତ୍ସବ ବେଳେ କିଛି ଲୋକ ମାସ୍କ ପିନ୍ଧିଥିବା ବେଳେ ଅଧିକାଂଶ ଲୋକଙ୍କ ମୁହଁରେ ମାସ୍କ ନଥିବା ଦେଖିବାକୁ ମିଳିଥିଲା । ଅଭିଯୋଗ ପାଇ ପୋଲିସ ସଂପୃକ୍ତ ବାର୍‌ରେ ରେଡ୍ କରାଯାଇଥିଲା । ରେଡ୍ ପରେ ବାର୍‌କୁ ସିଲ୍ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.