Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ବାହାରେ ତାଲା, ଭିତରେ ଖୋଲା : ସଟଡାଉନ୍‌ରେ ବାର୍‌ରେ ଚାଲିଥିଲା ଚାଖଣା ଓ ମଦର ଆସର, ସିଲ୍ କଲା ପ୍ରଶାସନ

16/05/2021 at 2:21 PM

ଜଳେଶ୍ୱର, ୧୬।୦୫:  ସଟଡାଉନରେ ଖୋଲା ଥିଲା ବାର୍ । ସିଲ୍ କଲା ପ୍ରଶାସନ । ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଘଣ୍ଟିଆଡ଼ି ଛକରେ ଥିବା ସରକାରୀ ଠିପି ଖୋଲା ବିଦେଶୀ  ମଦ ଦୋକାନ ଓ ରିଲାକ୍ସ ବାରକୁ ସିଲ୍ କରି ଦିଆଯାଇଛି । ବାର୍ ଆଗରେ ତାଲା ପକାଇ ପଛ ପଟେ ମଦ ବିକ୍ରି କରୁଥିବା ବେଳେ ବାଲିଆପାଳ ତହସିଲଦାର ଓ ପୋଲିସର ମିଳିତ ଚଢଉ କରି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏହାସହ  ଆସନ୍ତା ୨୫ ତାରିଖ ଯାଏଁ ବାରକୁ ସିଲ୍ କରି ଦିଆଯାଇଛି । ଏହାସହ ବାର୍ ଓ ମଦ ଦୋକାନ  ମାଲିକଙ୍କ ଉପରେ ମାମଲା ରୁଜୁ ହୋଇଛି ।

ସୂଚନା ଅନୁସାରେ, କରୋନା କଟକଣା ପାଇଁ ସମଗ୍ର ରାଜ୍ୟରେ ଲକଡାଉନ୍ ସହ ସପ୍ତାହାନ୍ତ ସଟଡାଉନ ଲାଗିଛି ।  ଏହା ଭିତରେ କରୋନା ଗାଇଡ ଲାଇନ ଉଲଂଘନ କରି ଚାଲିଛନ୍ତି ଅନେକ ବାର୍ ଆଉ ବିଦେଶୀ ଠିପି ଖୋଲା ମଦ ଦୋକାନ । ଦିନ ଦ୍ବିପ୍ରହରରେ ପ୍ରଶାସନ ଆଖିରେ ଆଙ୍ଗୁଠି ଦେଇ ଆଗରେ ତାଲା ପକାଇ ପଛପଟେ ସାହାଣ ମେଲା କରିଥିଲେ ମଦ ବ୍ୟବସାୟୀ ।  ଅଣ୍ଡା ଚାଖଣା ସହିତ ଜମୁଥିଲା ମଦର ଆସର.। ତେବେ ଖବର ପାଇ ବାଲିଆପାଳ ତହସିଲଦାର ଓ ପୋଲିସର ମିଳିତ ଚଢଉ କରି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏହାସହ  ଆସନ୍ତା ୨୫ ତାରିଖ ଯାଏଁ ବାରକୁ ସିଲ୍ କରି ଦିଆଯାଇଛି । ଏହାସହ ବାର୍ ଓ ମଦ ଦୋକାନ  ମାଲିକଙ୍କ ଉପରେ ମାମଲା ରୁଜୁ ହୋଇଛି ।

ସୂଚନାଯୋଗ୍ୟ, ବାଲେଶ୍ଵର ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ବଢୁଥିବା ବେଳେ ବାଲିଆପାଳରେ ମଧ୍ୟ ଛଅ ଶହ ଛୁଇଁ ଲାଣି ସଂକ୍ରମିତଙ୍କ ସଂଖ୍ୟା ।  ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚାରି ଜାଣ ଡାକ୍ତର ସମେତ ଜଣେ ନର୍ସ ସଂକ୍ରମିତ ହୋଇ ସାରିଛନ୍ତି । ସେହି ହସପିଟାଲ ପାଖରୁ ମାତ୍ର ପାଞ୍ଚ ଶହ ମିଟର ଦୂର ବସ୍ତା-ବାଲିଆପାଳ ମୁଖ୍ୟ ରାସ୍ତାରେ ଥିବା ବାର୍ ଖୋଲାଥିବା  ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟି ଥିବା ବେଳେ ମହାମାରୀ ଆଇନ ଭଙ୍ଗ ଅପରାଧରେ କଠିନ ଦଣ୍ଡ ଦେବାକୁ ସାଧାରଣରେ ଦାବି ଜୋର ଧରିଛି ।

   Related Posts