ବାର୍ ମାଲିକଙ୍କ ସହ ୨ କର୍ମଚାରୀ ଗିରଫ, ନାଇଟ୍ କର୍ଫ୍ୟୁ କଟକଣା ନମାନି ବିଳମ୍ବିତ ରାତି ଯାଏଁ ଚାଲିଥିଲା ନାଚଗୀତର ଆସର

Published By : Prameya-News7 Bureau | September 18, 2021 IST

ଭୁବନେଶ୍ବର ୧୮।୯: ଏମ୍ବାସୀ ବାର୍ ମାଲିକଙ୍କୁ ଗିରଫ କଲା ପୋଲିସ । ରାଜଧାନୀରେ ରାତିରେ ଡ୍ୟାନ୍ସ ବାର୍ ଚାଲିବା ଘଟଣାରେ ଗିରଫ କରିଛି ଚନ୍ଦ୍ରଶେଖରପୁର ପୋଲିସ । ବାର୍ ମାଲିକଙ୍କ ସହ ୨ କର୍ମଚାରୀଙ୍କୁ ଗିରଫ କରିଛି ପୋଲିସ । ନାଇଟ୍ କର୍ଫ୍ୟୁ କଟକଣା ନମାନି ଚାଲିଥିଲା ନାଚଗୀତ ଆସର । ବାର୍ ରେ ଏକାଠି ହୋଇ ମସଗୁଲ୍ ଥିଲେ ୫ ଶହ ଯୁବକଯୁବତୀ । ଯାହାର ସୂଚନା ପାଇ ବିଳମ୍ବିତ ରାତିରେ ବାର୍ ରେ ଚଢାଉ କରିଥିଲା ପୋଲିସ । ପୋଲିସର ଚଢାଉ ପରେ ସଂପୃକ୍ତ ବାର୍ କୁ ସିଲ୍ କରିଥିଲା ବିଏମସି ।

ଶୁକ୍ରବାର ରାତି ପ୍ରାୟ ୧୧ଟା ବେଳେ ରଙ୍ଗୀନ ଲାଇଟ୍ ସାଙ୍ଗକୁ ଡିଜେ ଗୀତରେ ଦୁଲୁକୁଥିଲା ବାର୍ । ବିଭିନ୍ନ ହିନ୍ଦୀ ଗୀତର ତାଳେ ତାଳେ ମସୁଗୁଲ ଥିଲେ ଯୁବପୀଢ଼ି । ଖବର ପାଇ ଅତର୍କିତ ଚଢ଼ାଉ କରିଥିଲା ପୋଲିସ । ବାର୍ ଭିତରେ ଥିଲେ ପାଖାପାଖି ୫ ଶହ ଯୁବକ ଯୁବତୀ । କରୋନା ନିୟମ ଉଲଂଘନ କରିବା ଅଭିଯୋଗରେ ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏମ୍ବାସୀ ବାରକୁ ବିଏମସି ସହାୟତାରେ ସିଲ୍ କଲା ଚନ୍ଦ୍ରଶେଖରପୁର ଥାନା ପୋଲିସ ।

ଭୁବନେଶ୍ବରରେ ଏବେ ବି ନାଇଟ୍ କର୍ଫ୍ୟୁ ଜାରି ରହିଛି । ଏଭଳି କ୍ଷେତ୍ରରେ ଯେଉଁମାନେ ନିୟମ ଉଲଂଘନ କରୁଛନ୍ତି, ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେଉଛି ପ୍ରଶାସନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.