Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟେମେନ ଗଣହତ୍ୟାକୁ ନିନ୍ଦା କଲା ଜାତିସଂଘ, ସାଉଦିର ବିମାନ ଆକ୍ରମଣରେ ନିହତ ହୋଇଥିଲେ ୭୦ ବିଦ୍ରୋହୀ
  • ||
  • ସୋର : ଟ୍ରକ୍ ସହ ଧକ୍କା ହୋଇ ନୟନଜୋରିକୁ ଓଲଟିଲା ବସ୍, ୫ ଜଣଙ୍କ ମୃତ୍ୟୁ, କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ
  • ||
  • ଭଦ୍ରକରେ ବିଜେପିକୁ ଝଟ୍‌କା, ଦଳ ଛାଡିଲେ ଶତାଧିକ ବରିଷ୍ଠ ନେତା ଓ କର୍ମୀ
  • ||
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||
  • ରାଜ୍ୟରେ ୯ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୮୪୫ କୋଭିଡ୍ ପଜିଟିଭ୍, ୧୧୯୬୧୪୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ଭୁବନେଶ୍ବରରେ ଚାଞ୍ଚଲ୍ୟ: ବିବାହର ମିଛ ପ୍ରତିଶ୍ରୁତି ଦେଇ ବାର୍ ଗାର୍ଲଙ୍କୁ ଦୁଷ୍କର୍ମ

12/06/2020 at 8:17 AM

ଭୁବନେଶ୍ୱର୧୨/୬: ରାଜଧାନୀରେ ଜଣେ ବାର୍‌ ଗାର୍ଲଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବକ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଛି । ପରେ ପ୍ରତାରଣା କରି ସଂପୃକ୍ତ ଯୁବକ ଫେରାର୍‌ ହୋଇଯାଇଛି । ଏନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହେବାପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇଛି । ସଂପୃକ୍ତ ଯୁବକକୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି ।

ମିଳିଥିବା ଅଭିଯୋଗ ଅନୁଯାୟୀ, କଳାହାଣ୍ଡି ଜିଲ୍ଲାର ଯୁବତୀ ଜଣଙ୍କ କଟକ ରୋଡ୍‌ରେ ଥିବା ଏକ ଡ୍ୟାନ୍ସ ବାର୍‌ରେ କାମ କରନ୍ତି । ଭଦ୍ରକର ଜଣେ ଯୁବକ ସେଠାକୁ ଯାଇଥିଲେ । ସେଠାରେ ଯୁବତୀଙ୍କ ସହିତ ତାଙ୍କର ପରିଚିତ ହୋଇଥିଲା । ଉଭୟ ଫୋନ୍‌ ନମ୍ବର ଦିଆନିଆ ହୋଇଥିଲେ । ତା’ପରେ ଆରମ୍ଭ ହୋଇ ଯାଇଥିଲା ପ୍ରେମ । ଉଭୟ ରାଜଧାନୀର ବିଭିନ୍ନ ମଲ୍‌ ଓ ହୋଟେଲ ଯାଇ ମଉଜମସ୍ତି କରିଥିଲେ ।

ବିବାହର ପ୍ରତିଶ୍ରୁତି ଦେଇ ଯୁବକ ଜଣଙ୍କ ପୀଡ଼ିତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ । ପରେ ଆଉ ଧରାଛୁଆଁ ଦେଇ ନଥିଲେ । ଫୋନ୍‌ କଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ପ୍ରତାରଣାର ଶିକାର ହୋଇଥିବା ଜାଣି ବାର୍‌ ଗାର୍ଲ ଏନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରିବା ସହ ୨ଦିନ ଧରି ଭଦ୍ରକରେ ଚଢ଼ଉ କରିଥିଲା । ହେଲେ ସଂପୃକ୍ତ ଯୁବକଙ୍କୁ ନ ପାଇ ଖାଲି ହାତରେ ଫେରିଛି ପୁଲିସ । ଖୁବ୍‌ଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି ।

   Related Posts