Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ବାପା-ପୁଅଙ୍କ ଉପରେ ମାଡିଗଲା ଟ୍ରକ୍, ଛଟପଟ ହୋଇ ଚାଲିଗଲେ ଉଭୟ…

27/11/2021 at 12:42 PM

ଲକ୍ଷ୍ନୌ,୨୭/୧୧:   ଭୟଙ୍କର ମର୍ମନ୍ତୁଦ ଦୁର୍ଘଟଣା । ବାପା ଓ ପୁଅଙ୍କ ଉପରେ ଚଢିଗଲା ଟ୍ରକ୍ । ଛଟପଟ ହୋଇ ଚାଲିଗଲେ ଉଭୟେ । ଏପରି ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶର ହମୀରପୁରରେ । ଦୁର୍ଘଟଣାର ସୂଚନା ମିଳିବା ପରେ ଶହଶହ ଲୋକେ ରାସ୍ତା ଅବରୋଧ କରିଥିଲେ ।

 ସୂଚନାନୁସାରେ, ହମୀରପୁର ସିସୋଲେର ଥାନା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ବାଇକରେ ଯାଉଥିବା ବାପା ଓ ପୁଅଙ୍କ ଉପରେ ଏକ ଟ୍ରକ୍ ଚଢିଯାଇଥିଲା । ଡ୍ରାଇଭର ନିୟନ୍ତ୍ରଣ ହରାଇ ସେମାନଙ୍କ ଉପରେ ଟ୍ରକକୁ ଚଢାଇ ଦେଇଥିଲେ ।ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଯାଇଥିଲା । ମୃତକ ଦ୍ୱୟ ହେଲେ ପିତା ମୁନ୍ନୀଲାଲ ଓ ପୁଅ ଗୟାଦୀନ । ସେମାନେ ଜସପୁରା ଥାନା ଅଞ୍ଚଳର ବୋଲି ଜଣାପଡିଛି ।

ଗାଁ ଲୋକଙ୍କ କହିବାନୁସାରେ, ରାସ୍ତା ଦେଇ ପ୍ରତିଦିନ ଶହଶହ ଟ୍ରକ୍ ମୋରମ ଧରି ଯାତାୟତ କରିଥାନ୍ତି । ଏକ ମୋରମ ଟ୍ରକ ସେମାନଙ୍କ ଉପରେ ଚଢିଯାଇଥିଲା । ସଙ୍ଗେସଙ୍ଗେ ପୋଲିସକୁ ସୂଚନା ଦିଆଯାଇଥିଲା । ପୋଲିସ ଆସିଲା ବେଳକୁ ଗାଁ ଲୋକେ ରାସ୍ତା ରୋକ କରିଥିଲେ । ତେଣୁ ପ୍ରଥମେ ପୋଷ୍ଟମର୍ଟମ କରିବାକୁ ନନେଇ ପୋଲିସ ଚାଲିଯାଇଥିଲା ।

   Related Posts