ପୂର୍ବ ଶତ୍ରୁତାରୁ ଚରମ ପରିଣତି, ବାପା ଓ ପୁଅର ଗଳାକାଟି ହତ୍ୟା

Published By : Prameya-News7 Bureau | June 13, 2021 IST

ମୋହନା, ୧୩/୦୬ : ବାପା-ପୁଅଙ୍କୁ ଗଳାକାଟି ହତ୍ୟା । ପୂର୍ବଶତ୍ରୁତାକୁ ନେଇ ବାପା-ପୁଅଙ୍କୁ ଗଳାକାଟି ହତ୍ୟା କରାଯାଇଛି । ଏପରି ଲୋମହର୍ଷଣକାରୀ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ମୁଖିଗୁଡା ଗ୍ରାମରେ ।

ସୂଚନା ଅନୁସାରେ,  ମୋହନା ମୁଖିଗୁଡ଼ା ଗାଁରେ ଡବଲ ମର୍ଡର ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାପା ଓ ପୁଅଙ୍କୁ ଅତି ନିର୍ମମ ଭାବେ ଗଳାକାଟି ଦୁର୍ବୃତ୍ତ ହତ୍ୟା କରିଛନ୍ତି । ମୃତକ ହେଲେ ବାପା ଲୁକ ଦଳବେହେରା ଓ ପୁଅ ଅନୁପ ଦଳବେହେରା ।

ଘର ଭିତରେ ପୁଅର ମୃତଦେହ ପଡିଥିବା ବେଳେ ଗାଁ ପାଖ ପଡ଼ିଆରେ ବାପାର ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଅଡ଼ବା ପୋଲିସ ପହଁଚି ଛାନଭିନ୍‌ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.