ବଡ଼ ନିଷ୍ଠୁର ଏ ଲକ୍‌ଡାଉନ୍‌: ଶେଷ ସମୟରେ ବାପାଙ୍କ ମୁହଁରେ ନିଆଁ ଦେଇ ପାରିଲା ନାହିଁ ପୁଅ

Published By : Prameya-News7 Bureau | June 19, 2020 IST

ଯାଜପୁର୧୯/୬: ଅନାହାରରେ ଦାଦନର ମୃତ୍ୟୁ । ଲକ୍‌ଡାଉନ୍‌ରେ ଫସି ରହିଥିବା ପୁଅ ଘରକୁ ଫେରି ପାରିଲେ ନାହିଁ। ଭୋକ ଉପାସରେ ଚାଲିଗଲା ଜୀବନ। ମୃତ ଶରୀରକୁ ଶେଷ ଥର ପାଇଁ ଦେଖି ପାରିଲେ ନାହିଁ ନିଜର ପରିବାର ଲୋକେ । ନିଜ ବାପାଙ୍କ ଶେଷ ସମୟରେ ମୁହଁରେ ନିଆଁ ଦେବା ତ ଦୂରର କଥା ବାପାକୁ ନଦେଖି ପାରି ସ୍ଥାଣୁ ପାଲଟି ଯାଇଛି ପୁଅ। ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ କୁନ୍ଦଳ ପଞ୍ଚାୟତ ହରିପୁର ଗ୍ରାମରେ  ଏଭଳି ଦୁଃଖଦ ଚିତ୍ର ଦେଖିବାକୁ ମିଳିଛି

ଯାଜପୁର ବଡଚଣା ବ୍ଲକ ହରିପୁର ଗାଁର ନୁର୍ସିଙ୍ଗ ମୋହାପାତ୍ର କାମ ଅନ୍ବେଷଣରେ ହାଇଦ୍ରାବାଦର ତେଲେଙ୍ଗେନା ଯାଇଥିଲେ । ସେଠାରେ ଦୀର୍ଘ ୩ ବର୍ଷ ହେବ ଏକ ହୋଟେଲେରେ ରହି କାମ କରି ଆସୁଥିଲେ। ବଡ ଦୁଃଖର ବିଷୟ  ଲକ୍‌ଡାଉନରେ ନୁର୍ସିଙ୍ଗ ସେଠୀ ଫସି ଯାଇଥିଲେ । ହୋଟେଲ ବନ୍ଦ  ହେବା କାରଣରୁ  କାମ ଧନ୍ଦା ନଥିଲା । ପାଖରେ ଟଙ୍କାଟିଏ ନଥିବାରୁ ଚାହିଁ କି ବି ଘରକୁ ଫେରି ପାରିନଥିଲେ। ପାଖରେ ଟଙ୍କାଟିଏ ନଥିବାରୁ ନୁର୍ସିଙ୍ଗ ବହୁ କଷ୍ଟରେ ଥିବା ନେଇ ବାରମ୍ବାର ଫୋନ୍ ଯୋଗେ କହିଥିବାର ତାଙ୍କ ପତ୍ନୀ କହିଛନ୍ତି । ଶେଷରେ ତାଙ୍କ ମୃତୁ ଖବର ପହଞ୍ଚିଥିଲା ତାଙ୍କ ଘରେ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଅନାହାରରେ ମରିଥିବାର କହିଛନ୍ତି ତାଙ୍କ ପରିବାର ଏବଂ ଗ୍ରାମବାସୀମାନେ ।

ଟଙ୍କା ଅଭାବରୁ ତାଙ୍କର ମୃତ୍ୟୁ ହୋଇଛି। ପରିବାର ଲୋକେ ସେଥିପାଇଁ ତାଙ୍କୁ ଭେଟି ବି ପାରିଲେ ନାହିଁ। ଏପଟରେ ନିଜ ବାପାଙ୍କ ମୁହଁରେ ନିଆଁ ଦେଇ ପାରିଲେ ନାହିଁ । ବାପାକୁ  ନ ଦେଖି ପାରି ସ୍ଥାଣୁ ପାଲଟି ଯାଇଛି ପୁଅ। ଏ ପରି କି ପରିବାରର ଆର୍ଥିକ ଅବସ୍ଥା ଅତି ଖରାପ ଥିବାରୁ ନୁର୍ସିଙ୍ଗଙ୍କ ମୃତଦେହ ପରିବାର ଲୋକେ ଆଣି ପାରିନଥିଲେ। ଶେଷରେ ଅନ୍ତିମ ସଂସ୍କାର ହାଇଦ୍ରାବାଦ ଠାରେ କରାଯାଇଥିଲା।

ଏ ପଟେ ଖାଦ୍ୟ ଅଭାବରୁ ଅନାହାରରେ ମୃତୁ ଘଟିଛି ବୋଲି ପରିବାର ଲୋକେ କୋହୁଥିବା ବେଳେ ,ନୁର୍ସିଙ୍ଗ ଙ୍କ ଶବ ବେବ୍ୟଛେଦ ରିପୋର୍ଟ ପୋଲିଶି ପକ୍ଷରୁ ପରିବାର ଲୋକଙ୍କୁ ଏ ଯାଏଁ ମିଳିପାରି ନାହିଁ। ନୁର୍ସିଙ୍ଗ ଚାଲିଯିବା ପରେ ତାଙ୍କ ପତ୍ନୀ ଓ ଦୁଇ ଛୁଆ ଏବେ ବଡ କଷ୍ଟରେ ଦିନ କାଟୁଛନ୍ତି । ଗୋଟେ ପଟେ ସ୍ଵାମୀଙ୍କ ମୃତ୍ୟୁର ଦୁଃଖ, ଅନ୍ୟ ପଟେ ଛୁଆଙ୍କ ମୁହଁରେ ଦାନା ଗଣ୍ଡେ ଦେବା ବଡ ସମସ୍ୟା।  ଏମିତିରେ ପ୍ରଶାସନିକ ସ୍ତରରେ ଏହି ପରିବାରଙ୍କୁ ସାହାଯ୍ୟ କରିବା ପାଇଁ ଦାବି କରିଛନ୍ତି ସରପଞ୍ଚ ଏବଂ ସ୍ଥାନୀୟ ବାସିନ୍ଦା । ଅନ୍ୟ ପଟେ ବିଡିଓଙ୍କ ସହ ଯୋଗା ଯୋଗ କରିଥିଲେ ମଧ୍ୟ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ରାଜ୍ୟ ସରକାର ପ୍ରବାସୀ ଓଡିଆଙ୍କ ପାଇଁ ଅନେକ ବ୍ୟବସ୍ଥା ହୋଇଛି। ହେଲେ ଲକ୍‌ଡାଉନ୍‌ରେ ଟଙ୍କା ଅଭାବରୁ ଘରକୁ ନ ଫେରି ଅନାହାରରେ ମୃତ୍ୟୁ ବରଣ କରିଥିବା ନୃର୍ସିଙ୍ଗ ପରିବାରକୁ କେବେ ମିଳୁଛି ସରକାରୀ ସହାୟତା ତାକୁ ହିଁ ଅପେକ୍ଷା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.