ଝାରସୁଗୁଡା: ବାପାଙ୍କ ମୃତ୍ୟୁ ପରେ ଫିନାଇଲ ପିଇ ସାନ ଝିଅର ଆତ୍ମହତ୍ୟା ଉଦ୍ୟମ

Published By : Prameya-News7 Bureau | November 24, 2020 IST

ଝାରସୁଗୁଡା୨୪/୧୧: ବାପାଙ୍କ ମୃତ୍ୟୁ ପରେ ଫିନାଇଲ ପିଇ ସାନ ଝିଅର ଆତ୍ମହତ୍ୟା ଉଦ୍ୟମ। ବର୍ତ୍ତମାନ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୨ ଝିଅଙ୍କ ଅଭିଯୋଗ ଯେ, ଉପର ଅଧିକାରୀ ତାଙ୍କ ବାପାଙ୍କୁ ଅଧିକ କାମ କରାଉଥିଲେ।କାମ ଚାପ ସହ ତାଙ୍କୁ ମାନସିକ ଯନ୍ତ୍ରଣା ମଧ୍ୟ ଦିଆଯାଉଥିଲା। ସେଥିଯୋଗୁଁ ତାଙ୍କ ବାପାଙ୍କର ମୃତ୍ୟୁ ହୋଇଛି।

ସୂଚନା ଥାଉକି ଝାରସୁଗୁଡା ଜିଲ୍ଲା ବନ ଉନ୍ନୟନ ନିଗମର ସବ୍‌ଡିଭିଜନାଲ ମ୍ୟାନେଜର ବାସୁଦେବ ପାଲଙ୍କ ମୃତ୍ୟୁ ହୋଇଛି। ଅତ୍ୟଧିକ କାମର ବୋଝ ଏବଂ ଉପରିସ୍ଥ ଅଧିକାରୀଙ୍କ ଗାଳିଗୁଲଜ ସହି ନପାରି ମୋ ବାପାଙ୍କ ମୃତ୍ୟୁ ହୋଇଛି। ଏପରି କି ଦୀର୍ଘଦିନ ହେବ ତାଙ୍କୁ କାମ ଆଳରେ ମାନସିକ ଯନ୍ତ୍ରଣା ଦିଆଯାଉଥିଲା। ଖାଲି ସେତିକି ନୁହେଁ, ଚାକିରି ଚାଲିଯିବାର ଭୟ ସହ ବଦଳି କରି ଦେବାର ଧମକ ମଧ୍ୟ ମିଳୁଥିଲା। ଯାହାଫଳରେ ଝାରସୁଗୁଡା ଜିଲ୍ଲା ବନ ଉନ୍ନୟନ ନିଗମର ସବ୍‌ଡିଭିଜନାଲ ମ୍ୟାନେଜର ବାସୁଦେବ ପାଲଙ୍କ ମୃତ୍ୟୁ ହୋଇଛି। ଉପରିସ୍ଥ ଅଧିକରୀଙ୍କ ବିରୋଧରେ ଏମିତି ସଂଗୀନ ଅଭିଯୋଗ ଆଣିଛନ୍ତି ମୃତ ବାସୁଦେବ ପାଲଙ୍କ ଝିଅ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.