Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର
  • ||
  • ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆହାତ, ମନ୍ତ୍ରୀଙ୍କ କାର୍‌କୁ ପିଟିଲା ଟ୍ରାକ୍ଟର
  • ||
  • କମୁନି ସଂକ୍ରମଣ : ଆଜି ବି ଦେଶରେ ୪ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ, ୪୦୯୨ ମୃତ
  • ||
  • ଦନ୍ତାକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, ଗୋଡରେ ଲାଗିଛି ଶକ୍ତ ଆଘାତ
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୧୮୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୬୩୫ ପଜିଟିଭ୍
  • ||
  • କମିଛି ତାତି, ୨ ଦିନ ପରେ ପୁଣି ବଢିବ ସୂର୍ଯ୍ୟଙ୍କ ପ୍ରକୋପ
  • ||

‘ଝିଅ ଝିଅ କହି କିଏ ଆଉ ଡାକିବ ମୋତେ’: ବାପାଙ୍କ ମୃତ୍ୟୁକୁ ସହି ପାରିଲାନି ଅଳିଅଳି ଝିଅ, ବେକରେ ରଶି ଲଗାଇ କଲେ ଆତ୍ମହତ୍ୟା

14/11/2020 at 5:05 PM

ବଲାଙ୍ଗୀର୧୪/୧୧: ବାପାଙ୍କ ମୃତ୍ୟୁକୁ ସହି ପାରିଲାନି ଝିଅ। ବାପାଙ୍କ ପଛେ ପଛେ ଆରପାରିକୁ ଚାଲିଗଲେ। ପ୍ରଥମେ ବାପାଙ୍କୁ ଥଣ୍ଡା କାଶ ହେଉଥିଲା, ଧୀରେ ଧୀରେ ସେ ଦୁର୍ବଳ ହୋଇପଡିଲେ। ଶେଷ​‌ରେ ଡାକ୍ତର କହିଲେ, ତାଙ୍କର କରୋନା ପଜିଟିଭ୍ ବାହାରିଛି। ଚିକିତ୍ସାଧୀନ ଅବସ୍ଥାରେ ବାପାଙ୍କ ମୃତ୍ୟୁ ଘଟିଲା। ବଲାଙ୍ଗୀର ଜିଲ୍ଲା ଟିକ୍ରାପଡା ଜୟନାରାୟଣ ଶତପଥୀଙ୍କ ଜୀବନ ଅକାଳରେ ଚାଲିଗଲା। ବାପାଙ୍କ ମୃତ୍ୟୁ ପରେ ଝିଅ ଋତୁପର୍ଣ୍ଣା ଦୁଃଖରେ ଭାଙ୍ଗି ପଡିଲେ। ବାପା ସ୍ବପ୍ନ ଦେଖିଥିଲେ, ଝିଅ ମୋର ଡାକ୍ତର ହେବ। ବାପାଙ୍କ ସ୍ବପ୍ନକୁ ପୂରଣ କରିବା ଲାଗି, ସେଥିପାଇଁ ତ ଝିଅ ଋତୁପର୍ଣ୍ଣା ମେଡିକାଲ ଏଣ୍ଟ୍ରାନ୍ସ ପାଇଁ ପ୍ରସ୍ତୁତ ହେଉଥିଲେ। ବାପା ଆଉ ନାହାନ୍ତି, କାହା ପାଇଁ ଏତେ ସ୍ବପ୍ନ, ସେ ଡାକ୍ତର ହେବେ କାହିଁକି, ଏୟା ଭାବି ଝିଅ ନେଇଥିଲେ ଚରମ ନିଷ୍ପତ୍ତି। ପଢ଼ା ଘରେ ବେକରେ ଦୌଡି ଲଗାଇ ଆତ୍ମହତ୍ୟା କରି ଦେଲେ ଝିଅ।

ଗତ ୧୧ ତାରିଖରେ ଋତୁପର୍ଣ୍ଣା ନିଜ ରୁମ୍‌ରେ ପଢ଼ୁଥିଲେ। ପଢ଼ା ସମୟରେ ବାପାଙ୍କ କଥା ମନେ ପଡିଲା। ଆରପାରିରେ ବାପାଙ୍କୁ ଭେଟିବେ​‌ଅ ବୋଲି ନିଷ୍ପତ୍ତି ନେଇଥିଲେ। ସଙ୍ଗେ ସଙ୍ଗେ ବେକରେ ଦୌଡି ଲଗାଇ ଆତ୍ମହତ୍ୟା କରିଥିଲେ। ଦୀର୍ଘ ସମୟ ଧରି ଋତୁପର୍ଣ୍ଣା କବାଟ ନଖୋଲିବାରୁ ବଡ଼ବାପା ଝିଅ ଝିଅ  କହି ଡାକିଥିଲେ। ଝିଅ ଆଉ ଶୁଣିନଥିଲେ। ଶେଷରେ ପରିବାର ଲୋକେ କବାଟ ଭାଙ୍ଗି ଦେଇଥିଲେ। ସେତେବେଳେକୁ ଋତୁପର୍ଣ୍ଣ ଏ ଦୁନିଆଁରେ ନଥିଲେ। ଏହାପରେ ପରିବାର ଭିତରେ ପଡିଯାଇଥିଲା ଚହଳ। କରୋନାରେ ବାପାଙ୍କ ମୃତ୍ୟୁ ପରେ ଅଳିଅଳି ଝିଅ ବାପାଙ୍କୁ ଆରପାରିରେ ଭେଟିବାକୁ ଆତ୍ମହତ୍ୟା କରିସାରିଥିଲା।

କରୋନା ଏକ ପରିବାରକୁ ଏତେ ଶୋକରେ ଭସାଇ ଚାଲିଯିବ କେହି ବି ଭାବିନଥିଲେ। ଜୟନାରାୟଣ ବଲାଙ୍ଗୀର ଗୋଳାବାରୁଦ କାରଖାନାରେ କାର୍ଯ୍ୟ କରୁଥିଲେ । ତାଙ୍କ ଗୋଟିଏ ଛଅ ବର୍ଷର ପୁଅ ଓ ୧୮ ବର୍ଷର ଝିଅ । ଝିଅ ଯୁକ୍ତ ଦୁଇ ପାଠ ସାରିବା ପରେ ଏଣ୍ଟ୍ରାନ୍ସ ପାଇଁ ପ୍ରସ୍ତୁତି କରୁଥିଲେ । ହେଲେ ଖୁସିର ସଂସାରକୁ କରୋନା କେଇଟା ଦିନରେ ସତେ ଉଜାଡି ଦେଇଛି । ଘଟଣାକୁ ନେଇ ଏବେ ଟିକ୍ରାପଡା ସହ ବନ୍ଧୁବର୍ଗଙ୍କ ମହଳରେ ଶୋକର ଲହରୀ ଖେଳିଛି ।

   Related Posts