ଫୁଲୁଛି ସୁବର୍ଣ୍ଣରେଖା : ବାଲିଆପାଳର ୫ ପଞ୍ଚାୟତରେ ପଶିଲା ବନ୍ୟାଜଳ

Published By : Prameya-News7 Bureau | September 17, 2021 IST

ଜଳେଶ୍ୱର, ୧୭।୦୯ :    ଲଘୁଚାପ ପ୍ରଭାବରେ ଝାଡ଼ଖଣ୍ଡରେ ଲଗାଣ ବର୍ଷା ଜାରି ରହିଛି । ଫଳରେ ସୁବର୍ଣ୍ଣରେଖା ନଦୀର ଉପର ମୁଣ୍ଡରେ ପ୍ରବଳ ପାଣି ପ୍ରବାହିତ ହୋଇଥିଲା ବେଳେ ଏବେ ତଳିଆ ଅଞ୍ଚଳରେ ବନ୍ୟା ଦେଖା ଦେଇଛି  । ଜଳେଶ୍ୱର ରାଜଘାଟ ଠାରେ ଜଳସ୍ତରର ବିପଦସଂକେତ ୧୦.୩୬ ମିଟର ରହିଥିଲା ବେଳେ ଶୁକ୍ରବାର  ସକାଳ ୭ଟା ସୁଦ୍ଧା ଜଳସ୍ତର ୧୦.୪୧ ମିଟର ଉପରେ ପ୍ରବାହିତ ହେଉଛି ।

ସେହିପରି  ଚାଣ୍ଡିନି  ବ୍ୟାରେଜରେ ବର୍ଷା ଜଳ ଛଡା ଯାଇଥିବାରୁ ସୁବର୍ଣ୍ଣରେଖା ନଦୀରେ ବନ୍ୟା ପରିସ୍ଥିତି ଉପୁଜିଛି ।  ତଳିଆ ଅଞ୍ଚଳରେ ବର୍ଷା ଜଳ ଜମି ରହିଥିବା ବେଳେ ଏବେ ବନ୍ୟା ପାଣି ବିପଦ ସୃଷ୍ଟି କରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । 

ବନ୍ୟା ଜଳ ବାଳିଆପାଳ ବ୍ଲକର ୫ଟି ପଞ୍ଚାୟତର ବିଷ୍ଣୁପୁର, ଅସ୍ତି, ମଧୁପୁରା,.ବାଲିଆପାଳ, ଯାମକୁଣ୍ଡା ଆଦି ୫ଟି ପଞ୍ଚାୟତର ସୂର୍ଯ୍ୟାପୁର .ଚଡବସ୍ତ କାଳରୁଇ ଚୌଧୁରୀ କୁଦଚଢ଼ .ପଞ୍ଚରୁଖୀ.ଗୁଣପୁର ଆଦି ଗାଁରେ ପ୍ରବେଶ କରିଛି । ପ୍ରଶାସନ ମଧ୍ୟ ପରିସ୍ଥିତି ରପରେ ତୀକ୍ଷ୍ନ ନଜର ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.