ଦେବୀ ଓ ମହାନଦୀରେ ବଢୁଛି ଜଳସ୍ତର, ଜଗତସିଂହପୁରରେ ବନ୍ୟା ସ୍ଥିତି

Published By : Prameya-News7 Bureau | September 16, 2021 IST

ଜଗତସିଂହପୁର,୧୬/୦୯:   ଉପର ମୁଣ୍ଡରେ ବର୍ଷା ଲାଗି ରହିବା ଫଳରେ ଜଗତସିଂହପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜିଲ୍ଲା ଦେଇ ପ୍ରବାହିତ ହୋଇଥିବା ଦେବୀ ଓ ମହାନଦୀରେ ବନ୍ୟା ଜଳ ବୃଦ୍ଧି ପାଇବାରେ ଲାଗିଛି ।

ଉପର ମୁଣ୍ଡରୁ ବୁଧବାର ଛଡା ଯାଇଥିବା ୪ଲକ୍ଷ ଘନ ଫୁଟ ପାଣି ତଳ ମୁଣ୍ଡରେ ପହଁଚିବା ପାଇଁ ଆଉ ୪୮ ଘଣ୍ଟା ଲାଗିବ ବୋଲି ଜଳସମ୍ପଦ ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି । ଜିଲ୍ଲାର ଆଳି ପିଙ୍ଗଳ ନିକଟରେ ବିପଦ ସଂକେତ ୧୩ ମିଟର ରହିଥିବା ବେଳେ ଏହା ବିପଦ ସଂକେତ ତଳେ ପ୍ରବାହିତ ହେଉଛି ।

ତେବେ ଦଳେଇ ଘାଇ ପ୍ରତି କୌଣସି ବିପଦ ନଥିବାର ଜଳ ସଂପଦ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କିନ୍ତୁ ଦେବୀ ନଦୀର ଭଣ୍ଡି ସାହି ଓ ଦେବୀ ଦୋଳ ଠାରେ ପୂର୍ବରୁ ନଦୀବନ୍ଧ ଦବି ଥିବା ଫଳରେ ଏହାର ମରାମତି ଖୁବ ଶୀଘ୍ର କରାଯିବ ବୋଲି ଜଗତସିଂହପୁର ଜଳ ସଂପଦ ନିର୍ବାହୀ ଯନ୍ତ୍ରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.