Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ବିଧାନସଭା ହେବ ଓ୍ବାଇଫାଇ, ଲାପ୍‌ଟପ୍‌ ଧରି ଆସିବେ ବିଧାୟକ : ସ୍ବାଗତ କରି ସଦସ୍ୟ କହିଲେ, ଡାଟା ବି ଦେବା ଦରକାର

6/02/2020 at 6:34 PM

ଭୁବନେଶ୍ବର ୦୬।୦୨: ବିଧାନସଭାକୁ ଏଣିକି ବିଧାୟକମାନେ ଲାପଟାପ ଧରି ଆସିବେ।  ବଜେଟ ଅଧିବେଶନରେ ଅର୍ଥ ବିଭାଗ ପକ୍ଷରୁ ବିଧାୟକ ମାନଙ୍କୁ ଲାପଟପ ଦିଆଯିବ । ଏହା ସହିତ ଦୁଇ ମାସରେ ବିଧାନସଭା ଓ୍ବାଇଫାଇ ହେବା ସହ ପେପର ଲେସ ହେବ। ଏନେଇ ଓକାକ ଏବଂ ବିଏସଏନଏଲ ସହିତ ଆଲୋଚନା ଶେଷ ହୋଇସାରିଛି। ଲାପଟପ ଦେବାକୁ ବିଧାୟକମାନେ ସ୍ବାଗତ କରିଛନ୍ତି ସତ କିନ୍ତୁ ଓଲଟି  କହିଛନ୍ତି, କେବଳ ଲାପଟପ ଧରାଇଦେଲେ ହେବନି ତଥ୍ୟ ଦେବା ଦରକାର ।

ହାଇଟେକ ହେବେ ବିଧାୟକ। ଏଥର ବିଧାନସଭାକୁ ନୂଆ ରୂପରେ ଆସିବେ ବିଧାୟକ। ସବୁ ବିଧାୟକ ଲାପଟପ ଧରି ବିଧାନସଭା ଆସିବେ। ଅର୍ଥ ବିଭାଗ ଏନେଇ ବ୍ୟବସ୍ଥା କରିଛି। ସେହି ଲାପଟପ ବ୍ୟବହାର କରି ସମସ୍ତ ପ୍ରଶ୍ନୋତ୍ତର ସମେତ ବିଭିନ୍ନ କାମ ଅନଲାଇନରେ କରିବେ। ଲାପଟପରେ ନେଭା ଆପ୍‌ ଅପଲୋଡ଼ କରାଯାଇ ଦିଆଯିବ। ଯେଉଁ ବିଧାୟକ ଲାପଟପ ଚଲାଇ ପାରିବେ ନାହିଁ ସେମାନଙ୍କୁ ତାଲିମ ଦିଆଯିବ। ବିଧାନସଭାକୁ ଦୁଇ ମାସରେ ୱାଇଫାଇ, ଭିଡିଓ କନଫରେନସ ସୁବିଧା କରାଯିବ । ସଚିବାଳୟର ସବୁ କାର୍ଯ୍ୟକୁ ଅନଲାଇନ କରିବା ପାଇଁ ସ୍ବାନ ସପ୍ଟଓ୍ବୋର ପ୍ରସ୍ତୁତ କରାଯାଉଛି ।  ଏନେଇ ବିଏସଏନଏଲ ଓ ଓକାକ୍‌ ସହିତ କଥାବାର୍ତ୍ତା ସରିଛି । ଏଥିପାଇଁ ୧୧ କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରାଯାଇଛି।

ବିଧାନସଭା ପକ୍ଷରୁ ଦିଆଯିବାକୁ ଥିବା ଲାପଟପ ବ୍ୟବସ୍ଥାକୁ ବିଧାୟକ ମାନେ ସ୍ବାଗତ କରିଛନ୍ତି। କେବଳ ଲାପ୍‌ଟପ୍‌ ଦେଲେ ହେବନି ସରକାର ତଥ୍ୟ ପ୍ରଦାନ କରିବା ଦରକାର ବୋଲି ଅନେକ ବିଧାୟକ କହିଛନ୍ତି । କାରଣ ଅନେକ ସମୟରେ ପ୍ରଶ୍ନ ପଚାରଯାଉଛି ହେଲେ ଉତ୍ତର ଆସୁଛି ତଥ୍ୟ ସଂଗ୍ରହ ଚାଲିଛି । ଏଣିକି ବିଧାୟକ ମାନେ ଏରିଆରେ ରହିଲେ ବି ଭିଡିଓ କନଫେରେନ୍ସ ଜରିଆରେ କମିଟି ବୈଠକ ଯୋଗ ଦେଇପାରିବେ।

ଆସନ୍ତା ୧୪ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ। ଲୋକସଭା ଢାଞ୍ଚାରେ ବିଧାନସଭାକୁ ସୁରୁଖୁରରେ ଚଳାଇବା ପାଇଁ  ଆସନ୍ତା ୧୩ ତାରିଖ ଦିନ ୧୨ଟା ବେଳେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକକୁ ସବୁ ବିରୋଧୀ ଦଳ ସଦସ୍ୟଙ୍କୁ ଡକାଯାଇଛି । ବୈଠକରେ ବିଧାନସଭାରେ ଯାହା ଯାହା ସମସ୍ୟା ଅଛି ସେନେଇ ଆଲୋଚନା କରାଯିବ ।

   Related Posts