Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ବଂଶଧାରା ଟ୍ରିବ୍ୟୁନାଲ ମାମଲା : ରାୟ ଆସିବା ପରେ ଗୁଣପୁରବାସୀଙ୍କ ମନରେ ଛନକା, ଘାରିଛି ବନ୍ୟା ଭୟ

26/06/2021 at 10:09 AM

ଗୁଣପୁର,୨୬/୦୬: ପୂର୍ବରୁ କାଟରାଗଡ଼ା ସାଇଡ୍‌ ୱେର କେନାଲ ପ୍ରକଳ୍ପ ପାଇଁ ସବୁଜ ସଙ୍କେତ ମିଳିଥିଲା । ଏହି ପ୍ରକଳ୍ପ କାର୍ଯ୍ୟ ୭୦ ଭାଗ ସରିଲାଣି । ଏବେ ନେରେଡି ପ୍ରକଳ୍ପ ପାଇଁ ମଧ୍ୟ ଆନ୍ଧ୍ରକୁ ମିଳିଛି ସବୁଜ ସଙ୍କେତ । ବଂଶଧାରା ନଦୀଜଳ ବ୍ୟବହାରକୁ ନେଇ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ଦେଖା ଦେଇଥିବା ବିବାଦର ଚୂଡ଼ାନ୍ତ ରାୟ ଆସିସାରିଛି । ବହୁବର୍ଷ ଧରି ଚାଲିଥିବା ଏହି ବିବାଦର ବିଚାର କରି ବଂଶଧାରା ଟ୍ରିବ୍ୟୁନାଲ ନିଜ ରାୟ ପ୍ରକାଶ କରିଛନ୍ତି । ଯାହାକି ଓଡ଼ିଶାବାସୀଙ୍କ ବିରୋଧରେ ଯାଇଥିବା ବଂଶଧାରା ନଦୀତଟ ଲୋକେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଗୁଣପୁର ଅଞ୍ଚଳବାସୀଙ୍କ ମଧ୍ୟରେ ଛନକା ପଶିଥିବାବେଳେ ସହରର ବୁଦ୍ଧିଜୀବୀ, ସାମାଜିକ କର୍ମୀ, ଯୁବ ଛାତ୍ରଗୋଷ୍ଠୀ ତଥା ରାଜନୈକିକ ନେତୃବୃନ୍ଦଙ୍କୁ ନେଇ ଶୁକ୍ରବାର ବୈଠକ ବସୁଥିବା ସୂଚନା ମିଳିଛି । ବୈଠକ ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସମ୍ପର୍କରେ ଜଣାପଡ଼ିବ ।

ବହୁବର୍ଷ ଧରି ବଂଶଧାରା ଜଳକୁ ବ୍ୟବହାର କରିବା ପାଇଁ କେବେ କାଟ୍ରାଗାଡା ତ ଆଉ କେବେ ନେରେଡ଼ି ପ୍ରକଳ୍ପ ନାଁରେ ଆନ୍ଧ୍ର ସରକାର ଉଦ୍ୟମ କରି ଆସୁଛନ୍ତି । ଓଡ଼ିଶାର ଗୁଣପୁର, କାଶୀନଗର ଅଞ୍ଚଳବାସୀ ଏହାକୁ କ୍ରମାଗତ ଭାବେ ବିରୋଧ କରି ଆସୁଛନ୍ତି । ୧୯୬୨ରୁ ବିଭିନ୍ନ ସମୟରେ ଉଭୟ ରାଜ୍ୟ ମଧ୍ୟରେ ବିବାଦ ଚାଲିଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀ ଆନ୍ଦୋଳନ ଜାରି ରଖିଛନ୍ତି । ୨୦୦୫ ମସିହାରେ ଓଡ଼ିଶା ସରକାର ଏହି ପ୍ରସଙ୍ଗରେ ସୁପ୍ରିମ କୋର୍ଟ ଯିବା ପରେ ୨୦୧୧ ମସିହାରେ ଏହି ବିବାଦରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରି ଏକ ଟ୍ରିବ୍ୟୁନାଲ ଗଠନ କରିଥିଲେ । ଏହି ଟ୍ରିବ୍ୟୁନାଲ ଦଳ ବହୁବାର ବଂଶଧାରା ନଦୀର ଓଡିଶା ଏବଂ ଆନ୍ଧ୍ର ଅଞ୍ଚଳ ପରିଦର୍ଶନ କରିଥିଲେ । ଉଭୟ ରାଜ୍ୟର ଯନ୍ତ୍ରୀଦଳ ସହ ଆଲୋଚନା କରିଥିଲେ । ପରେ ବିଭିନ୍ନ ଦିଗକୁ ବିଚାର କରି ୨୦୧୭ ଡିସେମ୍ବର ମାସରେ କାଟରାଗାଡା ପ୍ରକଳ୍ପ ପାଇଁ ସବୁଜ ସଙ୍କେତ ଦେଇଥିଲେ । ଏବେ ନେରେଡି ପ୍ରକଳ୍ପ ସମ୍ପର୍କରେ ଚୂଡାନ୍ତ ରାୟ ଶୁଣାଇଛନ୍ତି । ଏହି ରାୟରେ ଦୁଇ ରାଜ୍ୟ ମଧ୍ୟରେ ପୂର୍ବଚୁକ୍ତି ଅନୁଯାୟୀ ୧୧୫ ଟିଏମସି ଜଳକୁ ଆନ୍ଧ୍ର ଏବଂ ଓଡିଶା ମଧ୍ୟରେ ୫୦-୫୦ ଭିତ୍ତିରେ ବଣ୍ଟନ କରାଯିବ ।

ନେରେଡି ପ୍ରକଳ୍ପ ପାଇଁ ୧୦୬ ଏକର ଜମିକୁ ଓଡ଼ିଶା ଅଧିଗ୍ରହଣ କରି ଆନ୍ଧ୍ରକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ରହିଛି । ଯାହାକି ବଂଶଧାରା ଉପରମୁଣ୍ଡବାସୀଙ୍କ ସ୍ୱାର୍ଥ ବିରୋଧୀ ବୋଲି ମତ ପ୍ରକାଶ ପାଉଛି । ବିଶେଷ କରି ବନ୍ୟା ଆଡିବନ୍ଧ ଦ୍ୱାରା ଗଜପତି ଜିଲ୍ଲାର ସାରା, ବିଡିଗାଁ, ପାଲସିଂ, ଗାଦିଆଖଳା ଓ ଗୁଣପୁର ସହର ଅଧିକ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି । ତଳ ମୁଣ୍ଡରେ ନେରେଡି ପ୍ରକଳ୍ପ ହେଲେ ଉପରମୁଣ୍ଡରେ ସବୁବଳେ ବନ୍ୟା ଆଶଙ୍କା ରହିବ ଓ ବହୁଅଞ୍ଚଳ ଜଳମଗ୍ନ ହେବ । ଏଥିପାଇଁ ଏବେ ପୁଣି ବିରୋଧ ଆରମ୍ଭ ହୋଇଛି । ୧୯୭୧ରେ ବଂଶଧାରା ତଳମୁଣ୍ଡରେ ଗୋଟେ ବ୍ୟାରେଜ ନିର୍ମାଣ ପରେ ୧୯୮୦ରେ ପ୍ରଳୟଙ୍କରୀ ବନ୍ୟାର ସମ୍ମୁଖୀନ ହୋଇଥିଲେ ଗୁଣପୁର ଅଞ୍ଚଳବାସୀ । ଏବେ ପୁଣିଥରେ ସେହି ସମସ୍ୟା ଉପୁଯିବା ପୂର୍ବରୁ ଓଡିଶାର ୫୦ ଭାଗ ଜଳକୁ ବ୍ୟବହାର କରିବା ପାଇଁ ଦାବି ଜୋର କରିବାକୁ ସ୍ଥାନୀୟ ଲୋକେ ଅଣ୍ଟା ଭିଡିଲେଣି ।

   Related Posts