ବଂଶଧାରା ନଦୀ ବିବାଦ: ଟ୍ରାଇବ୍ୟୁନାଲ ସାମ୍ନାରେ ନା ଯୁକ୍ତି ଉପସ୍ଥାପନ କରିପାରିଲେ, ନା ଆନ୍ଧ୍ରକୁ ଚେକ୍ ଦେଇ ପାରିଲେ ରାଜ୍ୟ ସରକାର

Published By : Prameya-News7 Bureau | June 28, 2021 IST

ଭୁବନେଶ୍ଵର ୨୮।୦୬:  ବଂଶଧାରା ନଦୀର କାଟ୍ରାଗାଡ଼ା ସେତୁ ବିବାଦ ମାମଲାରେ ଆନ୍ଧ୍ରକୁ ଚେକ୍‌ ଦେବାରେ ବିଫଳ ହେଲେ ରାଜ୍ୟ ସରକାର । ଜଳ ବିବାଦ ସମାଧାନ ପାଇଁ ଗଠିତ ଟ୍ରାଇବ୍ୟୁନାଲ ସାମ୍ନାରେ ନା ଯୁକ୍ତି ଉପସ୍ଥାପନ କରିପାରିଲେ ନା ଅନ୍ଧ୍ରକୁ ଚେକ୍  ଦେବାପାଇଁ  ବଂଶଧାରା ନଦୀର  ଉପର ମୁଣ୍ଡରେ ପାଣିଡ଼ଙ୍ଗର ପ୍ରକଳ୍ପର କାର୍ଯ୍ୟକାରୀ କରିପାରିଲେ । ଏହାକୁ ନେଇ ପ୍ରକଳ୍ପ ବିରୋଧରେ ଏକ ବିରାଟ ଆନ୍ଦୋଳନ ଦାନା ବାନ୍ଧୁଛି।  ସରକାରଙ୍କୁ ସିଧା ସଳଖ ଚେତାବନୀ ଦେଇଛନ୍ତି ବିସ୍ଥାପିତ ହେବାକୁ ଥିବା ଗ୍ରାମବାସୀ। 

ବଂଶଧାରା ଜିଳ ବିବାଦ ମାମଲାକୁ ନେଇ ତାତିଲେଣି ସ୍ଥାନୀୟ ଲୋକେ । ରାଜ୍ୟ ସରକାର ସେମାନଙ୍କ ସହ ସିଧାସଳଖ କଥା ହୁଅନ୍ତୁ ନହେଲେ ସେମାନେ ଆନ୍ଧ୍ରକୁ କାଟ୍ରାଗଡ଼ା , ନେରେଡି  ପ୍ରକଳ୍ପ ପାଇଁ ଓଡିଶାର ଇଞ୍ଚେ ହେଲେ ଜାଗା ଛାଡ଼ିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଏହି ପ୍ରକଳ୍ପ ଦ୍ଵାରା ବିସ୍ଥାପିତ ହେବାକୁ ଥିବା ୩ ଟି ଗାଁର ଲୋକେ ।  ୨୧ ତାରିଖରେ ସୁପ୍ରିମକୋର୍ଟଙ୍କ ଦ୍ଵାରା ଗଠିତ ଟ୍ରାଇବ୍ୟୁନାଲର ରାୟକୁ ନେଇ ଗାଁର ଲୋକେ ନିରାଶ ଓ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

{"id":472697,"sizeSlug":"large","linkDestination":"none"}

ଟ୍ରାଇବ୍ୟୁନାଲ୍ ଯେଉଁ ଥଇଥାନ ଏବଂ କ୍ଷତିପୁରଣ ନେଇ ରାୟ ଦେଇଛନ୍ତି ସେହି ଅନୁସାରେ ଓଡ଼ିଶା ସରକାର ବି ସେମାନଙ୍କ ସହ ସିଧାସଳଖ ଆଲୋଚନା କରନ୍ତୁ।  ନଚେତ୍‌ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ । ଗ୍ରାମବାସୀମାନେ ଏନେଇ  ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ସେପଟେ କ୍ଷତିଗ୍ରସ୍ତ ହେବାକୁ ଥିବା ଗ୍ରାମ ଗୁଡିକରେ ଆନ୍ଧ୍ର ପ୍ରତିନିଧି ଦଳ ଆସି ପହଞ୍ଚିଛନ୍ତି । କିନ୍ତୁ ରାଜ୍ୟ ପ୍ରଶାସନ ତରଫରୁ ଗାଁ ଲୋକଙ୍କ ନିକଟରେ କେହି ପହଁଞ୍ଚି ନଥିବା ସେମାନେ ଅଭିଯୋଗ କରିଛନ୍ତି ।

ଓଡିଶା ସରକାର ଆନ୍ଧ୍ରର ଏକଚାଟିଆ ମନୋଭାବକୁ ଜବାବ ଦେବାପାଇଁ ୨୦୦୫ ରେ ଏହାର ବିକଳ୍ପ ଚିନ୍ତା କରି ବଂଶଧାରା ନଦୀର ଉପର ମୁଣ୍ଡରେ ରାୟଗଡା ଗୁଡାରି  ପାଣିଡ଼ଙ୍ଗର ଅଞ୍ଚଳରେ ଏକ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ପ୍ରକଳ୍ପ ନିକଟରେ କାର୍ଯ୍ୟାଳୟ ମଧ୍ୟ ଖୋଲା ଯାଇଥିଲା  । ହେଲେ ଏଥିରେ ପାଦଟିଏ ବି ଆଗେଇ ନାହାନ୍ତି । ଯାହାକୁ  ନେଇ ସ୍ଥାନୀୟ ଲୋକେ ଓ ଲୋକପ୍ରତିନିଧି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

{"id":472700,"sizeSlug":"large","linkDestination":"none"}

୧୯୫୦ରୁ ବଂଶାଧାରା ନଦୀ ଉପରେ ଆନ୍ଧ୍ର ସରକାର ବ୍ୟାରେଜ୍‌ ନିର୍ମାଣ ଭିତ୍ତିପ୍ରସ୍ତର ସ୍ଥାପନ କରିବା ଠାରୁ ଏଲଢ଼େଇ ଜାରି ରହିଛି ।  ଏବେ ଟ୍ରାଇବ୍ୟୁନାଲ୍ବ୍ୟୁ ରାୟ ଦେବା ପରେ ବି ଏହି ବିବାଦ ସମାଧାନ ହେବା ବଦଳରେ ଆହୁରି ଜଟିଳ ହେବାରେ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.