କରୋନା ସଂକ୍ରମଣକୁ ଚେକ୍, ବାଣପୁର ଏନଏସି ୭ଦିନ ସଟ୍‌ଡାଉନ୍

Published By : Prameya-News7 Bureau | May 30, 2020 IST

ଟାଙ୍ଗୀ ୩୦।୫: ଖୋର୍ଦ୍ଧା ଜିଲ୍ଲାର ବାଣପୁର ୭ ଦିନ ପାଇଁ ସମ୍ପୂର୍ଣ୍ଣ ସଟ୍‌ଡାଉନ୍ । କରୋନା ସଂକ୍ରମଣକୁ ନଜରରେ ରଖି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ବାଣପୁର ଏନଏସିକୁ ୭ ଦିନ ପାଇଁ ସଟ୍‌ଡାଉନ୍ ଘୋଷଣା କରିଛନ୍ତି । ତେବେ ସପ୍ତାହ ଯାଏଁ ବାଣପୁର ଏନଏସି ଅଞ୍ଚଳରେ ଲୋକଙ୍କ ଚଳପ୍ରଚଳକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି ।

{"id":278480,"sizeSlug":"large"}

ଏହାସହ ଦୋକାନ ବଜାର ଖୋଲିବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି । କେବଳ କିଛି ନିର୍ଦ୍ଦିଷ୍ଟ ଔଷଧ ଦୋକାନକୁ ବାଦ୍ ଦେଇ ବାକି ସବୁ ଦୋକାନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଖୋର୍ଦ୍ଧା ଜିଲ୍ଲା ପ୍ରାଶାସନ ।

{"id":278481,"sizeSlug":"large"}

ବାଣପୁରରେ ୨୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କ୍ରମାଗତ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଫଳରେ ସୁରକ୍ଷା ଦୃଷ୍ଟିରୁ ଏବଂ ସ୍ଥାନୀୟ ଅଂଚଳରେ କରୋନାର କାୟାକୁ ରୋକିବା ପାଇଁ ସାତ ଦିନ ଲାଗି ସଂପୂର୍ଣ୍ଣ ଅଂଚଳରେ ସଟ୍ ଡାଉନ କଟକଣା ଜାରି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.