ବାଣପୁରରୁ ନିଖୋଜ ଯୁବତୀ ଆହ୍ଲାବାଦରୁ ଉଦ୍ଧାର : କାନ୍ଦି କାନ୍ଦି ଭାଇଙ୍କୁ କହିଥିଲେ, 'ମୋତେ ଏଠୁ ନେଇଯା ରେ... ମୁଁ ଏଠି ରହିପାରିବିନି'

Published By : Prameya-News7 Bureau | April 10, 2021 IST

ଟାଙ୍ଗୀ ୧୦।୪: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରୁ ନିଖୋଜ ଯୁବତୀଙ୍କୁ ପୋଲିସ ଉଦ୍ଧାର କରିଛି । ଉତ୍ତରପ୍ରଦେଶର ଆହ୍ଲାବାଦ ଅଞ୍ଚଳରୁ ଅପହୃତା ଯୁବତୀଙ୍କୁ ଉଦ୍ଧାର କରିବା ସହ ଅପହରଣକାରୀ ଯୁବକଙ୍କୁ ମଧ୍ୟ ଗିରଫ କରିବାରେ ବାଣପୁର ପୋଲିସ ସକ୍ଷମ ହୋଇଛି ବୋଲି ବାଲୁଗାଁ SDPO ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି ।

{"id":436315,"width":840,"height":462,"sizeSlug":"large","linkDestination":"none"}

ଖୋର୍ଦ୍ଧା SPଙ୍କ ନିର୍ଦ୍ଦେଶକ୍ରମେ ଯୁବତୀଙ୍କୁ ଉଦ୍ଧାର କରିବା ପାଇଁ ବାଣପୁର ଥାନା ଏସଆଇ ବିଜୟ କୁମାର ମଲ୍ଲିକ ଏବଂ ଖୋର୍ଦ୍ଧା ସାଇବର ସେଲର ଏକ ଟିମ୍ ଉତ୍ତରପ୍ରଦେଶ ଗସ୍ତ କରିଥିଲେ । ସେମାନେ ଆହ୍ଲାବାଦରୁ ଯୁବତୀଙ୍କୁ ଉଦ୍ଧାର କରିଥିଲେ । ଗିରଫ ଯୁବକ ତଥା ଅପହରଣକାରୀଙ୍କ ନାମ ଅବିନାଶ ସିଂ ବୋଲି ଜଣାପଡିଛି । ହିମାଚଳପ୍ରଦେଶରେ ଚାକିରୀ କରାଇ ଦେବାର ପ୍ରଲୋଭନ ଦେଖାଇ ଫେସବୁକ ମାଧ୍ୟମରେ ଯୁବତୀଙ୍କୁ ଉତ୍ତରପ୍ରଦେଶ ଡ଼କାଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ ଚାକିରୀ ଦେବା ପରିବର୍ତ୍ତେ ନାନା ପ୍ରକାର ନିର୍ଯାତନା ଦେଇଥିଲେ ।

wp:html /wp:html

ତେବେ ଗତ କିଛି ଦିନ ତଳେ ଉକ୍ତ ଯୁବତୀଙ୍କର ଉଦ୍ଧାର ପାଇଁ ଆକୁଳ ନିବେଦନର ଏକ ଭିଡିଓ  ଭାଇରାଲ୍ ହୋଇଥିଲା ।  ଯେଉଁଥିରେ ସେ ତାଙ୍କ ଭାଇଙ୍କୁ ସେଠାରୁ ଉଦ୍ଧାର କରିବା ପାଇଁ କାନ୍ଦି କାନ୍ଦି କହୁଥିବାର ଦେଖିବାକୁ ମିଳିଥିଲା ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.