ବ୍ୟାଙ୍କ ଯାଉଥିଲେ ଜାଣି ରଖନ୍ତୁ, ସୋମବାରଠାରୁ ବନ୍ଦ ହେବ ଏହିସବୁ ସୁବିଧା

Published By : Prameya-News7 Bureau | March 22, 2020 IST

ନୂଆଦିଲ୍ଲୀ ୨୨।୩:  ଦେଶରେ କରୋନାଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାଙ୍କମାନେ ସୋମବାର ଠାରୁ ସମସ୍ତ ଅଣ ଜରୁରି ସେବା ବନ୍ଦ କରିବାକୁ ଯାଉଛନ୍ତି। ଏଣୁ ବ୍ୟାଙ୍କରେ କେବଳ ଜରୁରି କାର୍ଯ୍ୟ ବ୍ୟତୀତ ଅନ୍ୟ ସମସ୍ତ ସେବା ବନ୍ଦ ହେବ ବୋଲି ରବିବାର ଭାରତୀୟ ବ୍ୟାଙ୍କ ଆସୋସିଏସନ(ଆଇବିଏ) ସୂଚନା ଦେଇଛନ୍ତି। ତେବେ ଅଣ ଜରୁରି କାର୍ଯ୍ୟ ଭାବେ କଣ ସବୁ ସୁବିଧା ହରାଇବେ ଗ୍ରାହକ ଆସନ୍ତୁ ଜାଣିବା।

{"id":242604,"width":577,"height":384,"sizeSlug":"large"}

ଏବେ ବ୍ୟାଙ୍କରେ କେବଳ କ୍ୟାସ୍ ଡିପୋଜିଟ୍, ୱିଡ୍ରାଲ, ଚେକ୍ କ୍ଲିୟରିଂ, ରେମିଟାଂସ ଓ ସରକାରୀ ନେଣଦେଣ କାମ ହେବ। ଏହା ବ୍ୟତୀତ ଅନ୍ୟ ସମସ୍ତ ସୁବିଧା ବନ୍ଦ ହେବ। ଲୋକଙ୍କୁ ନିତ୍ୟାନ୍ତ ଜରୁରି ନଥିଲେ ବ୍ୟାଙ୍କ ଶାଖାକୁ ନ ଯିବା ଲାଗି ପରାମର୍ଶ ଦିଆଯାଇଛି। ଏହା ବଦଳେ ଲୋକେ ଅନ-ଲାଇନ ଫ୍ୟାସେଲିଟିର ସୁବିଧା ଉଠାଇବାକୁ ପରାମର୍ଶ ଦିଆଯାଇଛି। ଫଳରେ ବ୍ୟାଙ୍କ କର୍ମଚାରୀଙ୍କ ଫିଜିକାଲ କଣ୍ଟାକ୍ଟକୁ ଆସିବାକୁ ପଡିବନି।

{"id":242605,"width":577,"height":384,"sizeSlug":"large"}

ବ୍ୟାଙ୍କମାନେ ଗ୍ରାହକଙ୍କୁ ଉପଲବ୍ଧ କରୁଥିବା ପ୍ରାୟ ୫୦ ପ୍ରତିଶତ ସୁବିଧା ଏବେ ଇଣ୍ଟରନେଟ୍‌ରେ ମିଳିପାରୁଛି। ଏଣୁ ଗ୍ରାହକଙ୍କୁ ବ୍ୟାଙ୍କ ଶାଖା ଆସିବାର ଆବଶ୍ୟକତା ନାହିଁ। ଏଥିଯୋଗୁ ଲୋକଙ୍କୁ ବ୍ୟାଙ୍କକୁ ବି ଆସିବାକୁ ପଡୁନଥିବା ବେଳେ ଘରେ ରହି ନିଜ ବ୍ୟାଙ୍କ କାମ ତୁଲାଇପାରିବେ। ଦେଶ ଏବେ ଯେଉଁ ସଂକଟ ଦେଇ ଗତି କରୁଛି ଏଥିରେ ବି ଗ୍ରାହକ ନିରାଶ ନ ହୁଅନ୍ତୁ ଏଥିଲାଗି ବ୍ୟାଙ୍କମାନେ ପ୍ରତିଶ୍ରୁତି ବଦ୍ଧ। ତେବେ କରୋନା ସଂକ୍ରମଣ ନିୟନ୍ତ୍ରଣ ମଧ୍ୟ ଜରୁରି ବୋଲି ଆଇବିଏ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.