Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଅକ୍ଟୋବର ମାସରେ ୧୧ଦିନ ବନ୍ଦ ରହିବ ବ୍ୟାଙ୍କ : ସାରି ଦିଅନ୍ତୁ ସବୁ କାମ

28/09/2019 at 10:52 AM

ନୂଆଦିଲ୍ଲୀ ୨୮/୯: ଯଦି ଆପଣ ବ୍ୟାଙ୍କ ସହ ଜଡ଼ିତ କୌଣସି କାମ ପାଇଁ ପୂର୍ବରୁ ପ୍ଲାନିଙ୍ଗ କରି ରଖିଛନ୍ତି ତେବେ ଏହାକୁ ଖୁବ୍ ଶୀଘ୍ର ସାରି ଦିଅନ୍ତୁ। ଦିପାବଳୀ ପାଇଁ ଆସନ୍ତା ମାସ ଅକ୍ଟୋବରରେ ବ୍ୟାଙ୍କ ୧୧ଦିନ ବନ୍ଦ ରହିବ। ସେଥିପାଇଁ ଯଦି ଆପଣଙ୍କର ଟଙ୍କାପଇସା କିମ୍ବା ବ୍ୟାଙ୍କ ସହ ଜଡ଼ିତ କିଛି କାମ ରହିଛି ତେବେ ଏହାକୁ ଛୁଟି ପୂର୍ବରୁ ସାରି ଦିଅନ୍ତୁ। ଏହା ସହିତ ପର୍ବପର୍ବାଣି ପାଇଁ ଖର୍ଚ୍ଚ ନିମନ୍ତେ ଟଙ୍କା ଉଠାଇ ରଖି ଦିଅନ୍ତୁ ଫଳରେ ବ୍ୟାଙ୍କ ବନ୍ଦ ନିମନ୍ତେ ଆପଣଙ୍କର ଯେପରି କୌଣସି ସମସ୍ୟା ନହେଉ।

ଅକ୍ଟୋବର ୨ତାରିଖରୁ ଛୁଟି ଆରମ୍ଭ ହୋଇଯାଉଛି। ଗାନ୍ଧୀ ଜୟନ୍ତୀ ଫଳରେ ଅକ୍ଟୋବର ୨ତାରିଖରେ ବ୍ୟାଙ୍କ ବନ୍ଦ ରହିବ। ଏହା ପରେ ୬,୭ ଏବଂ ୮ତାରିଖ ଲଗାତାର ୩ଦିନ ବ୍ୟାଙ୍କରେ କୌଣସି କାମ ହେବ ନାହିଁ। ୬ତାରିଖ ରବିବାର। ଅକ୍ଟୋବର ୭ତାରିଖ ନବମୀ ଏବଂ ୮ତାରିଖ ବିଜୟା ଦଶମୀ ହେବା ଫଳରେ ବ୍ୟାଙ୍କ ବନ୍ଦ ରହିବ। ଏହା ପରେ ଅକ୍ଟୋବର ୧୨ତାରିଖ ଦ୍ବିତୀୟ ଶନିବାର ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ। ଅକ୍ଟୋବର ୧୩ତାରିଖ ରବିବାର ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ। ଏହା ପରେ ଅକ୍ଟୋବର ୨୦ତାରିଖ ମଧ୍ୟ ରବିବାର ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ।

ଛୁଟି ତାଲିକା :

୧. ଅକ୍ଟୋବର ୨- ଗାନ୍ଧୀ ଜୟନ୍ତୀ

୨. ଅକ୍ଟୋବର ୬- ରବିବାର

୩. ଅକ୍ଟୋବର ୭- ନବମୀ

୪. ଅକ୍ଟୋବର ୮-ଦଶହରା

୫. ଅକ୍ଟୋବର ୧୨- ଦ୍ବିତୀୟ ଶନିବାର

୬. ଅକ୍ଟୋବର ୧୩- ବାଲ୍ମିକୀ ଜୟନ୍ତୀ ଏବଂ ରବିବାର

୭. ଅକ୍ଟୋବର ୨୦- ରବିବାର

୮. ଅକ୍ଟୋବର ୨୬-ଚତୁର୍ଥ ଶନିବାର

୯. ଅକ୍ଟୋବର ୨୭- ଦିପାବଳି

୧୦. ଅକ୍ଟୋବର ୨୮-ଗୋବର୍ଦ୍ଧନ ପୂଜା

୧୧. ଅକ୍ଟୋବର ୨୯- ଭାଇ ଦ୍ବିତୀୟା

   Related Posts