Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

କରୋନା ସମୟରେ ଏଟିଏମ୍‌ରୁ ଟଙ୍କା ଉଠାଇବା ହେବ ସହଜ ଓ ସୁରକ୍ଷିତ : ଆସୁଛି କଣ୍ଟାକ୍ଟଲେସ୍ ଏଟିଏମ୍ ମେସିନ୍, ରହିବନି ସଂକ୍ରମଣ ଭୟ

5/06/2020 at 11:45 AM

ନୂଆଦିଲ୍ଲୀ ୦୫/୦୬ : କରୋନା ସଂକ୍ରମଣରୁ ଗ୍ରାହକଙ୍କୁ ସୁରକ୍ଷା ଦେବା ପାଇଁ ବ୍ୟାଙ୍କ ଏକ ନୂଆ ପଦକ୍ଷେପ ଉଠେଇଛି | ଦେଶର ଅନେକ ବଡ ବଡ ବ୍ୟାଙ୍କ କଣ୍ଟାକ୍ଟଲେସ୍ ଏଟିଏମ୍ ମେସିନ୍ ଲଗାଇବାକୁ ପ୍ରସ୍ତୁତ ହେଉଛନ୍ତି | ମିଡ଼ିଆ ରିପୋର୍ଟ ଅନୁଯାୟୀ, ଏଟିଏମ୍ ଟେକ୍ନୋଲୋଜିରେ କାମ କରୁଥିବା କମ୍ପାନୀ AGS Transact  Technologies ନୂଆ ମେସିନ ପ୍ରସ୍ତୁତ କରୁଛନ୍ତି | ଏହାଦ୍ୱାରା ଆପଣ ମୋବାଇଲ୍ ଆପ୍ ଜରିଆରେ କ୍ୟୁଆର କୋଡ଼୍ ସ୍କାନ୍ କରି କ୍ୟାସ୍ ଉଠାଇ ପାରିବେ |

ଇଂରାଜୀ ଖବରକାଗଜ ଟାଇମ୍ସ ଅଫ୍ ଇଣ୍ଡିଆ ଖବର ଅନୁସାରେ, ବର୍ତ୍ତମାନ ଏଟିଏମ୍ କାର୍ଡ ମ୍ୟାଗନେଟିକ୍ ଚିପ୍ ଯୁକ୍ତ ଆସୁଛି | ଏହି ଚିପରେ ଗ୍ରାହକଙ୍କ ପୁରା ଡାଟା ରହିଥାଏ | ଏଟିଏମ୍ ମେସିନରେ ପିନ୍ ନମ୍ବର୍ ଦେବାପରେ ଗ୍ରାହକଙ୍କ ଡାଟା ଚେକ କରିଥାଏ | ଏହାପରେ ଗ୍ରାହକଙ୍କୁ ଟଙ୍କା ଉଠାଇବାକୁ ଅନୁମତି ଦେଇଥାଏ | 

ବର୍ତ୍ତମାନ କରୋନା ଯୋଗୁଁ ବ୍ୟାଙ୍କ କଣ୍ଟାକ୍ଟଲେସ ଏଟିଏମ୍ ମେସିନ୍ ଲଗାଇବ | ଏହି ମେସିନରେ ଗ୍ରାହକଙ୍କୁ ଏଟିଏମ୍ ମେସିନ ଛୁଇଁବାକୁ ପଡ଼ିବନାହିଁ | ମେସିନକୁ ନ ଛୁଇଁ ନିଜ ମୋବାଇଲ ଫୋନ୍ ଜରିଆରେ ଗ୍ରାହକ ଟଙ୍କା ଉଠାଇପାରିବେ | ଏଥିପାଇଁ ଏଟିଏମ୍ ମେସିନରେ ଦିଆଯାଇଥିବା କ୍ୟୁଆର କୋଡ଼କୁ ସ୍କାନ କରିବାକୁ ହେବ | ଏହାପରେ ନିଜ ମୋବାଇଲରେ ହିଁ ଯେତିକି ଟଙ୍କା ଉଠାଇବାକୁ ଥିବ ସେହି ଏମାଉଣ୍ଟ୍ ଦେବାକୁ ହେବ | ଏହାପରେ ଏଟିଏମରୁ ସେହି ଏମାଉଣ୍ଟର କ୍ୟାସ୍ ବାହାରିବ |

କଣ୍ଟାକ୍ଟଲେସ୍ ଏଟିଏମ୍ ମେସିନର ସୂଚନା ଦେଇ AGS Transact ସିଟିଓ ମହେଶ ପଟେଲ ଅହିଛନ୍ତି ଯେ, କ୍ୟୁଆର କୋଡ୍ ଜରିଆରେ ଟଙ୍କା ଉଠାଇବା ବହୁତ ସହଜ ଓ ସୁରକ୍ଷିତ | ଏହାସହ ଏହାଦ୍ୱାରା କୋଡ୍ କ୍ଲୋନିଙ୍ଗ୍ ଭୟ ବି ନାହିଁ | ତାଛଡା ଏହା ଫାଷ୍ଟ ସର୍ଭିସ୍ ମଧ୍ୟ | ମାତ୍ର ୨୫ ସେକେଣ୍ଡରେ ଏଟିଏମରୁ ଟଙ୍କା ବାହାର କରାଯାଇପାରିବ ବୋଲି ସେ କହିଛନ୍ତି |

କରୋନା ଭାଇରସ ସମୟରେ ସାମାଜିକ ଦୂରତା ଓ ସାନିଟାଇଜେସନ ନିହାତି ଆବଶ୍ୟକ | ପର୍ଯ୍ୟାପ୍ତ ସାନିଟାଇଜେସନ ଓ ସଚେତନତା ଅଭାବରୁ ଏଟିଏମ ମେସିନ ମାଧ୍ୟମରେ ମଧ୍ୟ ସଂକ୍ରମଣ ହେବାର ଆଶଙ୍କା ରହିଛି | ଏହିଭଳି ସ୍ଥିତିରେ କଣ୍ଟାକ୍ଟଲେସ ଏଟିଏମ ମେସିନ ଗ୍ରାହକଙ୍କ ଲାଭଦାୟକ ପ୍ରମାଣିତ ହେବ |

   Related Posts