Monday, September 16, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜି ଦେଶବ୍ୟାପୀ ବ୍ୟାଙ୍କ୍ ଧର୍ମଘଟ ; ୩ଦିନ ପ୍ରଭାବିତ ହେବ ବ୍ୟାଙ୍କ୍ କାରବାର

ଭୁବନେଶ୍ବର ୨୧|୧୨: ଆଜିଠାରୁ ୩ ଦିନ ପର୍ଯ୍ୟନ୍ତ ବ୍ୟାଙ୍କ କାରବାର ବନ୍ଦ । ବ୍ୟାଙ୍କ ଧର୍ମଘଟ ଏବଂ ବିଭିନ୍ନ ଛୁଟି ପଡୁଥିବାରୁ ବ୍ୟାଙ୍କ କାରବାର ପ୍ରଭାବିତ ହେବ । ଆଜି ବ୍ୟାଙ୍କ ଅଫିସର ୟୁନିୟନ ଧର୍ମଘଟ ଡାକରା ଦେଇଛି । ଦରମାରେ ଅସଂଗତିକୁ ନେଇ ବ୍ୟାଙ୍କ ଅଫିସର ଏହି ଧର୍ମଘଟ ଡାକରା ଦେଇଛି । ଆସନ୍ତାକାଲି ଚତୁର୍ଥ ଶନିବାର ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ । ୨୩ ତାରିଖ ରବିବାର ଯୋଗୁଁ ଛୁଟି ରହିବ ।  ଡିସେମ୍ବର ୨୪, ସୋମବାର ଦିନ ବ୍ୟାଙ୍କ ଖୋଲା ରହିବ । ଏହାପରେ ପୁଣି ୨ଦିନ ଛୁଟି । ଡିସେମ୍ବର ୨୫ରେ ଖ୍ରୀଷ୍ଟମାସ ପାଇଁ ବ୍ୟାଙ୍କ ଛୁଟି ରହିବ । ଏହାପର ଦିନ ୨୬ରେ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ ସାରା ଦେଶରେ ବ୍ୟାଙ୍କ ଧର୍ମଘଟ ଡାକରା ଦେଇଛି । ଏଥିରେ ଦେଶବ୍ୟାପୀ ୩ ଲକ୍ଷ ୨୦ ହଜାର କର୍ମଚାରୀ ସାମିଲ ହେବେ । ଆଜି ଧର୍ମଘଟ ସମୟରେ ଏଟିଏମ୍ କାରବାର ପ୍ରଭାବିତ ହେବାର ସମ୍ଭାବନା ନାହିଁ । କିନ୍ତୁ ଡିସେମ୍ବର ୨୬ ବେଳକୁ ଏଟିଏମ୍  କାରବାର ପ୍ରଭାବିତ ହେବ । ଏଥିଯୋଗୁଁ ସାଧାରଣ ଲୋକ ପ୍ରଭାବିତ ହେବାର ଆଶଙ୍କା ରହିଛି।

324 Views

   ସମ୍ବନ୍ଧିତ ଖବର