Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

ଘରୋଇକରଣକୁ ବିରୋଧ: ବ୍ୟାଙ୍କ କର୍ମଚାରୀଙ୍କ ଦୁଇ ଦିନିଆ ଧର୍ମଘଟ ଘୋଷଣା

6/12/2021 at 6:44 PM

ନୂଆଦିଲ୍ଲୀ ୦୬।୧୨: ବ୍ୟାଙ୍କର ଘରୋଇକରଣ ବିରୋଧରେ ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କ କର୍ମଚାରୀ ଚଳିତ ମାସରେ ଦୁଇ ଦିନ ହଡତାଳ କରିବେ। କେନ୍ଦ୍ର ସରକାରଙ୍କ ଦ୍ଵାରା ସଂସଦରେ ବ୍ୟାଙ୍କର ଘରୋଇକରଣ ସଂପର୍କିତ  ବିଧେୟକର ଆଗକୁ ଦୃଢ ବିରୋଧ କରିଛନ୍ତି ବ୍ୟାଙ୍କ କର୍ମଚାରୀ।

ୟୁନାଇଟେଡ୍ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ(ୟୁଏଫବିୟୁ) ସଂସଦର ଶୀତକାଳୀନ ଅଧିବେଶନରେ ଆଗତ ହେବାକୁଥିବା ବ୍ୟାଙ୍କିଙ୍ଗ୍  ନିୟମ(ସଂଶୋଧିତ)  ବିଧେୟକ, ୨୦୨୧ ବିରୋଧରେ ଡିସେମ୍ବର ୧୬ ଏବଂ ୧୭ରେ  ହତତାଳ  କରିବାକୁ ବ୍ୟାଙ୍କ ସଂଗଠନ ଘୋଷଣା କରିଛନ୍ତି।

ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫେଡେରେସନର ସାଧାରଣ ସଂପାଦକ ସଞ୍ଜୟ ଦାସ କହିଛନ୍ତି, ସାର୍ବଜନୀନ ବ୍ୟାଙ୍କର ଘରୋଇକରଣରେ ଅର୍ଥବ୍ୟବସ୍ଥା ପ୍ରଭାବିତ ହେବ। ଏଥିରେ ସ୍ଵଂୟ ସହାୟକ ସଂଘ, ଗ୍ରାମାଞ୍ଚଳ ଅର୍ଥବ୍ୟବସ୍ଥାକୁ ଋଣ ଯୋଗାଇବାରେ ବ୍ୟାପକ ପ୍ରଭାବ ପଡିବ।

ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘର ସାଧାରଣ ସଂପାଦକ ସି.ଏଚ୍. ଭେଙ୍କଟଚଲମ କହିଛନ୍ତି, ଗତ ୨୫ ବର୍ଷରୁ ୟୁଏଫବିୟୁ ବ୍ୟାନର ତଳେ ଆମେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଏମିତି ସୁଧାରର ବିରୋଧ କରୁଛୁ। ଘରୋଇକରଣରେ ସାର୍ବଜନୀନ ବ୍ୟାଙ୍କଗୁଡିକର କ୍ଷତି ଘଟିବ ବୋଲି ଭେଙ୍କଟଚଲମ କହିଛନ୍ତି।

ଏହି ବିଷୟରେ କୃଷକ ନେତା ରାକେଶ ଟିକାୟତ କହିଛନ୍ତି, ପ୍ରଥମରୁ ଲୋକଙ୍କୁ ସଚେତନ କରାଯାଉଛି ଯେ, କୃଷକଙ୍କ ପରେ ସରକାରଙ୍କ ପରବର୍ତ୍ତୀ ଟାର୍ଗେଟ୍ ବ୍ୟାଙ୍କିଙ୍ଗ କ୍ଷେତ୍ର ଉପରେ ରହିଛି। ୟୁଏଫବିୟୁର ସଦସ୍ୟ ଭାବେ ଅଲ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲୋଇଜ ଆସୋସିଏସନ(ଏଆଇବିଇଏ), ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫେଡେରେସନ(ଏଆଇବିଓସି), ନ୍ୟାସନାଲ କନଫେଡେରେସନ ଅଫ ବ୍ୟାଙ୍କ ଏମ୍ପ୍ଲୋଇଜ(ଏନସିବିଇ), ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ ଆସୋସିଏସନ(ଏଆଇବିଓଏ) ଏବଂ ବ୍ୟାଙ୍କ ଏମ୍ପ୍ଲୋଇଜ କନଫେଡେରେସନ ଅଫ ଇଣ୍ଡିଆ(ବିଇଏଫଆଇ) ସାମିଲ୍।

   Related Posts