Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ହୋମ ଓ କାରଲୋନ EMI ସମସ୍ୟା ଦୂର କରିବ ବ୍ୟାଙ୍କର ଏହି ସ୍କିମ୍, ଅଧିକ ୨ବର୍ଷ ବଢିପାରେ ରିପେମେଣ୍ଟ ଅବଧି

23/09/2020 at 10:02 PM

ନୂଆଦିଲ୍ଲୀ ୨୩।୯: କୋଭିଡ-୧୯ ଦ୍ୱାରା ପ୍ରଭାବିତ ହୋଇଥିବା ବୃତ୍ତିଜୀବି ଓ ବ୍ୟବସାୟୀଙ୍କ ଋଣ ସମ୍ପର୍କିତ ଚିନ୍ତା ଦୂର କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଲୋନ ମୋରେଟରିୟମ ଘୋଷଣା କରିଥିଲେ। ୬ ମାସ ପରେ ଅଗଷ୍ଟ ୩୧ ତାରିଖରେ ମୋରେଟରିୟମ ଅବଧି ଶେଷ ହୋଇଛି। ହେଲେ ଏବେବି ଦେଶରେ ପରିସ୍ଥିତି ସୁଧୁରିନି। ଏଥିରେ ବ୍ୟାଙ୍କମାନଙ୍କ ଅନୁରୋଧକୁ ସ୍ୱୀକାର କରି ଲୋନ ରିଷ୍ଟ୍ରକ୍ଚରିଂ ଲାଗି ଆରବିଆଇ ଅନୁମୋଦନ କରିଛନ୍ତି।  ଏବେ ବ୍ୟାଙ୍କମାନେ ଏଥିଲାଗି କାମରେ ଲାଗିପଡିଛନ୍ତି।

ଏଥିଲାଗି ଦେଶର ସର୍ବ ବୃହତ୍ତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସବିଆଇ) ଏକ ପୋର୍ଟାଲ ଆରମ୍ଭ କରିଛନ୍ତି। ଯେଉଁଥିରେ ଋଣୀଙ୍କୁ ଲୋନ ରିଷ୍ଟ୍ରକ୍ଚରିଂ ଲାଗି ଆବେଦନ କରିବାର ସୁବିଧା ପ୍ରଦାନ କରିଛନ୍ତି। ସେହିପରି ଘରୋଇ କ୍ଷେତ୍ରର ଏଚଡିଏଫସି ବ୍ୟାଙ୍କ ମଧ୍ୟ ତାଙ୍କ ପୋର୍ଟାଲରେ ଏଥିପାଇଁ ଏବେ ସୁବିଧା ଉପଲବ୍ଧ କରିଛନ୍ତି। ଯଦି ଆପଣ ଏସବିଆଇ ଅଥବା ଏଚଡିଏଫସିରୁ ହାଉସିଂ, କାର ଅଥବା ଏଜୁକେସନ ଆଦି ଲୋନ ନେଇଛନ୍ତି ପୋର୍ଟାଲରେ ମିଳୁଥିବା ସୁବିଧାର ଉପଯୋଗ କରିପାରନ୍ତି। ଆସନ୍ତୁ ଜାଣିବା ରିଷ୍ଟ୍ରକ୍ଚରିଂ ଲାଗି କଣ ରହିଛି ନିୟମ।

ଯଦି ଲୋନ ରିଷ୍ଟ୍ରକ୍ଚରିଂ କରିବାକୁ ଚାହୁଁଛନ୍ତି ଏଥିରୁ ଆପଣଙ୍କ ଆର୍ଥିକ ହିତ ଉପରେ କି ପ୍ରକାର ପ୍ରଭାବ ପଡୁଛି ତାହା ପ୍ରଥମେ ଆକଳନ କରିନିଅନ୍ତୁ। ସ୍ୱଳ୍ପ ଅବଧିରେ ହୁଏତ ଏହା ଆପଣଙ୍କ ଲାଗି ଆଶ୍ୱସ୍ତିକର ହୋଇପାରେ। ହେଲେ ଦୀର୍ଘକାଳୀକ ଦେଖିଲେ ଆପଣ ଋଣ ବୋଝରେ ଭାରାକ୍ରାନ୍ତ ହୋଇପାରନ୍ତି। ଯଦି ଉପୁଜିଥିବା ପରିସ୍ଥିତିରେ ଆପଣ ଚାକିରୀ ଅଥବା ବୃତ୍ତି ହରାଇଛନ୍ତି କିମ୍ବା ସ୍ୱଳ୍ପ ଆୟ କରୁଛନ୍ତି ପ୍ରଥମେ ଦେଖି ନିଅନ୍ତୁ ଲୋନ ରିଷ୍ଟ୍ରକ୍ଚରିଂ ପ୍ଲାନ ବିନା ଇଏମଆଇ ଦେବାରେ ଅସୁବିଧାର ସମ୍ମୁଖୀନ ହେଉ ନାହାନ୍ତିତ। ଯଦି ଅସୁବିଧା ସତ୍ତ୍ୱେ ଇଏମଆଇ ଦେଇପାରୁଛନ୍ତି ତେବେ ଯୋଜନା ଲାଗି ଆଗକୁ ପଦବଢାଇବାର ଆବଶ୍ୟକତା ନାହିଁ। ଯଦି ଆପଣଙ୍କ ଲାଗି ଉଭୟ ବିକଳ୍ପ ଏବେ ବନ୍ଦ ତେବେ ହୁଏତ ଏ ନେଇ ବିଚାର କରିପାରନ୍ତି ।

ଏସବିଆଇ ଋଣ ଲାଗି ୨୪ ମାସ ମୋରେଟରିୟମ ଦେଇପାରନ୍ତି। ଯଦି କୋଭିଡ-୧୯ ଯୋଗୁ ରୋଜଗାର ହରାଇଛନ୍ତି ଓ ଏଥିଯୋଗୁ କେଉଁ ପର୍ଯ୍ୟନ୍ତ ଖାଲିହାତରେ ବସିବେ ତାହା ଜାଣନ୍ତି ନାହିଁ ତେବେ ଯୋଜନାର ଲାଭ ନେଇ ପାରନ୍ତି। ତେବେ ଧ୍ୟାନ ରଖନ୍ତୁ ବ୍ୟାଙ୍କ ଦେଉଥିବା ମୋରେଟରିୟମ ଅବଧିରେ ଋଣ ଉପରେ ସୁଧ ବଢିବ ଓ ତାହା ନିୟମ ଅନୁସାରେ ମୂଳରେ ମିଶିବ।

ଯଦି ଆପଣ ଚାହିଁବେ ତେବେ ଯୋଜନାରେ ନୂଆକରି ଇଏମଆଇ ଆରମ୍ଭ କରିପାରନ୍ତି ଓ ମୋରେଟରିୟମ ଅବଧିର ଲାଭ ମଧ୍ୟ ନେଇପାରନ୍ତି। ଏହା ଦ୍ୱାରା ଆପଣଙ୍କ ଉପରେ ଇଏମଆଇ ବୋଝ ହ୍ରାସ ହେବା ସହ ନୂଆ ଇଏମଆଇରେ ରିପେମେଣ୍ଟ ପ୍ଲାନ ମଧ୍ୟ କରିପାରନ୍ତି। ତେବେ ଏଚଡିଏଫସି ତାଙ୍କ ଲୋନ ରିଷ୍ଟ୍ରକ୍ଚରିଂ ପ୍ଲାନରେ ମୋରେଟରିୟମ ଅବଧି ଘୋଷଣା କରିନାହାନ୍ତି। ଯୋଜନାର ବିସ୍ତୃତ ଲିଙ୍କ ଅଳ୍ପ କିଛି ସମୟ ପରେ ପୋର୍ଟାଲରେ ସୋ କରିପାରେ। ସେ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ।   

   Related Posts