Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜରଙ୍କୁ ମାରିଦେଲେ ମ୍ୟାନେଜର, ଚୋରି କରିବାରେ ବିଫଳ ହେବାରୁ ଭୁଶିଦେଲେ ଛୁରୀ

30/07/2021 at 7:26 PM

ମୁମ୍ବାଇ ୩୦/୭: ବ୍ୟାଙ୍କର ଜଣେ ମହିଳା ଆସିଷ୍ଟାଷଣ୍ଟ ମ୍ୟାନେଜରଙ୍କୁ ଛୁରି ଭୁଶି ହତ୍ୟା କଲେ ମ୍ୟାନେଜର। ମହାରାଷ୍ଟ୍ରର ମୁମ୍ବାଇରେ ଘଟିଥିବା ଏହି ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗୁରୁବାର ରାତି ପ୍ରାୟ ୮ଟା ବେଳେ ବ୍ୟାଙ୍କରେ ଆସିଷ୍ଟାଣ୍ଟ ମହିଳା ଏବଂ ତାଙ୍କର ଜଣେ ମହିଳା ସହଯୋଗୀ କାର୍ଯ୍ୟ କରୁଥିଲେ । ବ୍ୟାଙ୍କର କାର୍ଯ୍ୟ ଅବଧି ସରିଥିବା ବେଳେ ବିଳମ୍ବିତ ରାତିରେ ଏହି ଦୁଇ କର୍ମଚାରୀ କାର୍ଯ୍ୟ କରୁଥିଲେ। ତେବେ ମହିଳା ଆସିଷ୍ଟାଣ୍ଟ ମ୍ୟାନେଜରଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ସହଯୋଗୀ ଗୁରୁତର ହୋଇଛନ୍ତି। ପାଲଘର ଜିଲ୍ଲାର ବିରାର ଇଷ୍ଟ ଆଇସିଆଇସିଆଇ ବ୍ୟାଙ୍କ ଶାଖାରେ ଘଟିଥିବା ଘଟଣାରେ ଜଣେ ପୂର୍ବତନ ବ୍ୟାଙ୍କ ମ୍ୟାନେଜରଙ୍କ ସମ୍ପୃକ୍ତି ଥିବା ସ୍ପଷ୍ଟ ହୋଇଛି।

ବିରାର ଥାନାର ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଅନୁସାରେ, ଅଭିଯୁକ୍ତ ଅନିଲ ଦୁବେ ନ୍ୟାୟଗ୍ରାମ ଆକ୍ସିସ୍‌ ବ୍ୟାଙ୍କ ମ୍ୟାନେଜର, ଯିଏକି ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ମ୍ୟାନେଜର ଥିଲେ। ଏବେ ତାଙ୍କୁ ଗିରଫ କରାଯାଇଛି। ଦୁଇ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଅନିଲ ଦୁବେଙ୍କୁ ପୋଲିସ ଗିରଫ କରିଥିବା ବେଳେ ​‌ସେ ସେହି ଆଇସିଆଇସିଆଇ ବ୍ରାଞ୍ଚର ମ୍ୟାନେଜର ଥିଲେ ବୋଲି ଜଣାପଡ଼ିଛି। ଅଭିଯୁକ୍ତ ବ୍ୟାଙ୍କ ଭିତରେ ପଶି ବେକରେ ଛୁରୀ ଲଗାଇ ଆସିଷ୍ଟାଣ୍ଟ ମ୍ୟାନେଜର ଯୋଗିତା ବର୍ତକ ଏବଂ କ୍ୟାସିୟର ଶ୍ରଦ୍ଧା ଦେବ୍ରୁଖକରଙ୍କୁ ଧମକ ଦେଇଥିଲେ। ଏହା ପରେ ସେମାନଙ୍କୁ ଭୟ ଦେଖାଇ ଟଙ୍କା ଏବଂ ଅଳଙ୍କାର ଏକ ଅଖାରେ ପୂରାଇ ଯିବାକୁ ବାହାରିଥିବା ବେଳେ ଦୁଇ କର୍ମଚାରୀ ଆଲାରାମ ବଜାଇଦେବା ସହ ଅଭିଯୁକ୍ତଙ୍କୁ  ଅଟକାଇବାକୁ ଉଦ୍ୟମ କରିଥିଲେ ।

ଏହି ସମୟରେ ଦୁବେ ବର୍ତକ ଏବଂ ଦେବ୍ରୁଖକରଙ୍କୁ ଛୁରିରେ ଆକ୍ରମଣ କରି ଫେରାର ହେବାକୁ ଉଦ୍ୟମ କରିଥିଲେ। ଏହା ପରେ ଦୁବେଙ୍କୁ ସ୍ଥାନୀୟ ଲୋକେ ଧରିନେଇଥିଲେ। କିନ୍ତୁ ତାଙ୍କର ଜଣେ ସହଯୋଗୀ ସେଠାରୁ ଚମ୍ପଟ ମାରିବାକୁ ସଫଳ ହୋଇଥିଲା। ଏହା ସହ ବିରାର ଥାନାଧିକାରୀଙ୍କ ଅନୁସାରେ, ବ୍ୟାଙ୍କ ଭିତେର ବର୍ତକ ରକ୍ତ ଜୁଡୁବୁଡ଼ୁ ହୋଇ ପଡ଼ିଥିବା ନେଇ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ତାଙ୍କ ପାଖରେ ତାଙ୍କର ସହଯୋଗୀ ଗୁରୁତର ଅବସ୍ଥାରେ ପଡ଼ିରହିଥିଲେ। ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ବର୍ତକଙ୍କ ମୃତ୍ୟୁ ହୋଇଥିବା ବେଳେ କ୍ୟାସିୟର ଚିକିତ୍ସାଧୀନ ଅଛନ୍ତି।

 ପୋଲିସର ତଦନ୍ତ ପରେ ଦୁବେଙ୍କ ଡ୍ରାମା ପଦାରେ ପଡ଼ିଛି। ସେ ସେହି ବ୍ୟାଙ୍କରେ ମ୍ୟାନେଜର ଥିଲେ । କିନ୍ତୁ ପରେ କୋଟିଏ ଟଙ୍କା ଲୋନ୍‌ କରିଥିବା ବେଳେ ସୁଝିବାକୁ ଅସମର୍ଥ ହୋଇଥିଲେ। ସେହି ଟଙ୍କା ବ୍ୟାଙ୍କରୁ ଲୁଟ କରିବାକୁ ଆସିଥିଲେ ବୋଲି ନିଜେ ମାନିଛନ୍ତି ଦୁବେ । ଏବେ ସେ ଆଉ ଏକ ଘରୋଇ ବ୍ୟାଙ୍କରେ କାମ କରୁଥିବା ଜଣାପଡ଼ିଛି। ତେବେ ଅଭିଯୁକ୍ତ ବିରୋଧରେ ଆଇପିସି ଧାରା ୩୦୨, ୩୦୭ ଏବଂ ୩୯୭ ଅଧିନରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ।

   Related Posts