ବାଙ୍କୀରୁ ଖଜୁରୀପଦା ଆସୁଥିବା ବେଳେ ୨ ଜଣଙ୍କୁ ନିର୍ମମ ଭାବେ ହାଣି ହତ୍ୟା

Published By : Prameya-News7 Bureau | February 15, 2020 IST

ବାଙ୍କୀ ୧୫।୦୨ – ଖଜୁରୀପଦା ବାଙ୍କୀ ରାସ୍ତାରେ ଦୁଇ ଜଣଙ୍କୁ ହାଣି ହତ୍ୟା । ବାଙ୍କୀ ଥାନା ଅନ୍ତର୍ଗତ ଖଜୁରୀପଦା ଗ୍ରାମ ପଂଚାୟତ ଜୋକଲାଞ୍ଜି  ଡ୍ୟାମ  ନିକଟରେ ପୂର୍ବ ଶତ୍ରୁତାକୁ ନେଇ ଦୁର୍ବୁତ୍ତଙ୍କ ମରଣାନ୍ତକ ଆକ୍ରମଣ ।

ଆକ୍ରମଣରେ ଖଜୁରିପଦ। ସରପଞ୍ଚଙ୍କ ସ୍ୱାମୀ ଭଗବାନ ସ୍ୱାଇଁ ଓ ଅନ୍ୟ ଜଣେ ଏକ ଓ୍ୱେବ ପୋର୍ଟାଲର ସାମ୍ବାଦିକ ଗୁରୁତର ଅବସ୍ଥାରେ ପ୍ରଥମେ ଚିକିତ୍ସା ପାଇଁ ବାଙ୍କୀ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ପ୍ରଥମେ ଚିକିତ୍ସାଧନ ଅବସ୍ଥାରେ  ଓ୍ୱେବ ପୋର୍ଟାଲର ସାମ୍ବାଦିକ ଆଦିତ୍ୟ କୁମାର ରନସିଂହଙ୍କର ମୃତ୍ୟୁ ହୋଇଥିଲା  ।

ସରପଞ୍ଚ ସ୍ୱାମୀ ଗୁରୁତର ଅବସ୍ଥାରେ କଟକ ବଡ ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ଦୁର୍ବୁତ୍ତମାନେ ଏମାନଙ୍କୁ ପୂର୍ବ ଯୋଜନା ଅନୁଯାୟୀ ଜକଲାଞ୍ଜି ଠାରେ ଅପେକ୍ଷ କରି ରହିଥିଲେ ।ସେମାନେ ଯେତେବେଳ ବାଙ୍କିରୁ ନିଜ ଘର ଖଜୁରୀପଦ।କୁ ଫେରୁଥିଲେ ବାଟରେ ତାର ଟାଣି ଅଟକାଇ ଦୁଇଜଣଙ୍କୁ ମରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଦୁର୍ବୃତ୍ତମାନେ ଏମାନଙ୍କ ଗୋଡ଼କୁ ହାଣିଥିଲେ ।ଘଟଣା ସ୍ଥଳରେ ବାଙ୍କୀ ପୋଲିସ ପଂହଁଚି ତଦନ୍ତ ଚଳାଇଛି । ପୋଲିସ ତଦନ୍ତ ପରେ ହତ୍ୟା କାଣ୍ଡର କାରଣ ଜଣାପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.