ବଦଳିଲା ବ୍ୟାଙ୍କିଙ୍ଗ୍ ସମୟ, ଗ୍ରାହକଙ୍କ ପାଇଁ ୪ ଘଣ୍ଟା ଖୋଲା ରହିବ ବ୍ୟାଙ୍କ

Published By : Prameya-News7 Bureau | April 26, 2021 IST

ଭୁବନେଶ୍ଵର ୨୬।୦୪: ବଢୁଥିବା କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ୟାଙ୍କିଙ୍ଗ୍ ସମୟରେ ପରିବର୍ତ୍ତନ କରାଯାଇଛି। ଏବେ ଗ୍ରାହକଙ୍କ ପାଇଁ ବ୍ୟାଙ୍କ ୪ ଘଣ୍ଟା ଖୋଲ ରହିବ। ସକାଳ ୧୦ଟାରୁ ଅପରାହ୍ନ ୨ଟା ଯାଏଁ ବ୍ୟାଙ୍କ ଗ୍ରାହକଙ୍କୁ ସେବା ଯୋଗାଇବ। କିନ୍ତୁ ପୂର୍ବଭଳି ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ବ୍ୟାଙ୍କ ଖୋଲା ରହିବ। ଆସନ୍ତା ମେ ୧୫ ତାରିଖ ଯାଏ ଏହି ନୂଆ ସମୟ ଲାଗୁ ରହିବ।

କରୋନା ସଂକ୍ରମଣ କାରଣରୁ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ବ୍ୟାଙ୍କ କାର୍ଯ୍ୟ ସଞ୍ଚାଳନ ହେବ। କର୍ମଚାରୀ ରୋଟେସନ ଆଧାରରେ କାମ କରିବେ। ଏପରିକି ସବୁ ଜିଲ୍ଲାରେ ଏଟିଏମରେ ପର୍ଯ୍ୟାପ୍ତ ଟଙ୍କା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅର୍ଥ ବିଭାଗ। ନୂଆ ସମୟ ନେଇ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିକୁ ଅର୍ଥ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.