ପବ୍ଲିକ ୟୁଟିଲିଟି ସେବା ଅନ୍ତର୍ଭୁକ୍ତ ହେଲା ବ୍ୟାଙ୍କିଙ୍ଗ, ଜାଣନ୍ତୁ ବ୍ୟାଙ୍କ କର୍ମଚାରୀଙ୍କ ଲାଗି ଏହାର ଅର୍ଥ କ’ଣ?

Published By : Prameya-News7 Bureau | April 24, 2020 IST

ନୂଆଦିଲ୍ଲୀ ୨୪।୪:  କରୋନା ମହାମାରୀ ଯୋଗୁ ଦେଶରେ ବ୍ୟାଙ୍କିଙ୍ଗକୁ ସରକାର ୟୁଟିଲିଟି ବା ଉପଯୋଗୀ ସେବା ଘୋଷଣା କରିଛନ୍ତି। ଇଣ୍ଡିଆନ ବ୍ୟାଙ୍କ ଆସୋସିଏସନ (ଆଇବିଏ) ଓ ବ୍ୟାଙ୍କ ସିଇଓମାନଙ୍କୁ  ଏ ନେଇ ସୂଚିତ କରାଯାଇଛି। ଇଣ୍ଡଷ୍ଟ୍ରିଆଲ ଡିସପୁଟ୍ ଆକ୍ଟରେ ଥିବା ବ୍ୟବସ୍ଥା ଅନୁସାରେ ସରକାର ଏ ନେଇ ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ଏହାର କାର୍ଯ୍ୟକାରିତା ଆଗାମୀ ୬ମାସ ଅର୍ଥାତ  ଅକ୍ଟୋବର ୨୧ ପର୍ଯ୍ୟନ୍ତ  ବଳବତ୍ତର ରହିବ।  ଡିପାର୍ଟମେଣ୍ଟ ଅଫ ଫାଇନାନ୍ସିଆଲ ସର୍ଭିସେଜଙ୍କ ସର୍କୁଲାର ଅନୁସାରେ ବ୍ୟାଙ୍କିଙ୍ଗ ଏବେ ଅତ୍ୟାବଶ୍ୟକୀୟ ସେବାରେ ପରିଣତ ହୋଇଛି। ତେବେ ବ୍ୟାଙ୍କିଙ୍ଗକୁ ଆର୍ଥିକ ସେବା ବିଭାଗ ଅତ୍ୟାବଶକ ସେବା ଘୋଷଣା କରିବାର ଅର୍ଥ କ’ଣ ଆସନ୍ତୁ ଜାଣିବା।

{"id":259327,"width":581,"height":349,"sizeSlug":"large"}

କରୋନା ଭାଇରସ ମହାମାରୀ ଯୋଗୁ ସାରା ଦେଶ ଏବେ ଗୁରୁତର ପ୍ରଭାବିତ ହୋଇ ଥିବା ବେଳେ କେନ୍ଦ୍ର ଶ୍ରମମନ୍ତ୍ରାଳୟ  ଏଥିଲାଗି ବିଜ୍ଞପ୍ତି ଜାରି କରିଛନ୍ତି। ଭୂତାଣୁ ସଂକ୍ରମଣ ରୋକିବାକୁ ସରକାର ଲକଡାଉନ୍ ଘୋଷଣା କରିଛନ୍ତି। ଫଳରେ ଦେଶର ଆର୍ଥିକ ଗତିବିଧି ବାଧିତ ହୋଇଛି। ଏଣୁ ଆର୍ଥିକ ସେବା ବିଭାଗ ଜାରି କରିଥିବା ସର୍କୁଲାରରେ ଆରବିଆଇ ଗଭର୍ଣ୍ଣର, ଏସବିଆଇ ଅଧ୍ୟକ୍ଷ, ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନଙ୍କ ସିଇଓ ଏବଂ ଆଇବିଏଙ୍କୁ ଏ ନେଇ ସୂଚିତ କରିବା ସହ ବ୍ୟାଙ୍କିଙ୍ଗ ଅତ୍ୟାବଶକୀୟ ସେବା ଘୋଷଣା ହୋଇଥିବା ଜଣାଇ ଦେଇଛନ୍ତି। ଫଳରେ ଆଇନ କାର୍ଯ୍ୟକାରୀ ହେଉଥିବା ସମୟରେ ସମ୍ପୃକ୍ତ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଆନ୍ଦୋଳନ ଆଦି ଅଧିକାର କ୍ଷୁର୍ଣ୍ଣ ହୋଇଛି।  

{"id":259328,"width":579,"height":394,"sizeSlug":"large"}

ବ୍ୟାଙ୍କ କର୍ମଚାରୀମାନେ ସେମାନଙ୍କ ବେତନ ବୃଦ୍ଧି ଓ ଅନ୍ୟ ଆନୁଷଙ୍ଗିକ ସୁବିଧା ସୁଯୋଗ ଦାବିରେ ଦୀର୍ଘ ଦିନରୁ ଭାରତୀୟ ବ୍ୟାଙ୍କ ସଂଘ ଜରିଆରେ ନିବେଦନ କରିଆସୁଛନ୍ତି । ତେବେ ଏ ନେଇ କୌଣସି ସନ୍ତୋଷଜନକ ନିଷ୍ପତ୍ତି ହୋଇ ପାରିନଥିବା ବେଳେ ଦେଶରେ କରୋନାଜନିତ ପରିସ୍ଥିତିକୁ ନେଇ ସରକାର ବ୍ୟାଙ୍କିଙ୍ଗକୁ ଅତ୍ୟାବଶକୀୟ ସେବା ଅନ୍ତର୍ଭୁକ୍ତ କରିଥିବାରୁ ବ୍ୟାଙ୍କ କର୍ମଚାରୀମାନଙ୍କ ଦୀର୍ଘ ଦାବି ନେଇ ଆଗାମୀ ୬ ମାସ ମଧ୍ୟରେ କୌଣସି ପ୍ରକାର ଆଲୋଚନା ଆଉ ଏବେ ସମ୍ଭବ ହୋଇପାରିବ ନାହିଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.