Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଫାଟୁଆ ରୋଗରେ ମରୁଛନ୍ତି ଗୋରୁ, ପଶୁ ଡାକ୍ତରଖାନାରେ ମିଳୁନି ଔଷଧ : ଚିନ୍ତାରେ ଗୋପାଳକ

1/11/2021 at 1:38 PM

ବାଙ୍କୀ ୦୧/୧୧: ଗୋରୁ ମଡକ । ଚିନ୍ତାରେ ଗୋପାଳକ । ଗତ କିଛି ଦିନରେ ମଲେଣି ୭ରୁ ଅଧିକ ଗୋରୁ। ଏଭଳି ଘଟଣା ଦେଖିବାକୁ ମିଳିଛି ବାଙ୍କୀ ଏନଏସି ଅନ୍ତର୍ଗତ ସାହାଡ଼ାପଦା ଗ୍ରାମରେ ।

ସୂଚନାନୁସାରେ, ସାହାଡାପଦା ଗ୍ରାମର ଅଧିବାସୀ ପ୍ରାୟତଃ ଗୋପାଳନ ଉପରେ ନିର୍ଭର କରି ଚଳି ଆସନ୍ତି । ହେଲେ ଗୋରୁଙ୍କୁ  କି ପ୍ରକାର ରୋଗ ହୋଇଛି ଜାଣିପାରୁନହାନ୍ତି ଗୋପାଳକ । ପଶୁ ଚିକିତ୍ସକଙ୍କୁ ପଚାରିଲେ କହୁଛନ୍ତି ଫାଟୁଆ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ହେଉଛି । ହେଲେ ଫାଟୁଆ ରୋଗ ନିରାକରଣ ପାଇଁ ପଶୁ ଡାକ୍ତରଖାନାରେ ଔଷଧ ନାହିଁ । ତୁରନ୍ତ ଗୋରୁ ଗାଈଙ୍କୁ ଚିକିତ୍ସା ଯୋଗାଇ ଦେବା ସହ ପ୍ରତିଷେଧକ ବ୍ୟବସ୍ଥା କରାନଗଲେ ଅଧିକାଂଶ ଗୋରୁ ମୃତ୍ୟୁ ବରଣ କରିବା ଆଶଙ୍କା ରହିଛି ।

ଅନ୍ୟପଟେ ବାଙ୍କୀ ଭେଟେନାରି ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି, ଗୋରୁ ଗାଈ ଫାଟୁଆ ରୋଗ ହେବା ଯୋଗୁଁ ମୃତ୍ୟୁ ବରଣ କରୁଛନ୍ତି । ହେଲେ ଏହାର ପ୍ରତିକାର ବ୍ୟବସ୍ଥା କରିବା ପାଇଁ ଔଷଧ ନାହିଁ । ଉପରିସ୍ଥ ଅଧିକାରୀଙ୍କୁ  ଏନେଇ ଜଣାଇ ଦିଆଯାଇଛି। ତେବେ କେବେ ଆସିବ ତାହା ଅନିଶ୍ଚିତତା ମଧ୍ୟରେ ରହିଛି । ଏଥି ପାଇଁ ପଶୁ ଚିକିତ୍ସକଙ୍କୁ ଦାୟୀ କରିଛନ୍ତି ଗୋପାଳକ। ଅଗାମୀ ଦିନରେ ଗୋରୁ ମୃତ୍ୟୁକୁ ରୋକା ନଗଲେ ସ୍ଥିତି ସଙ୍ଗୀନ ହୋଇପଡିବ ବୋଲି ଗୋପାଳକ କହିଛନ୍ତି ।

   Related Posts