Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ବିବାହ ବନ୍ଧନରେ ଆବଦ୍ଧ ହେଲେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ

10/12/2020 at 7:51 AM

ବାଙ୍କୀ ୧୦।୧୨: ବିବାହ ବନ୍ଧନରେ ବାନ୍ଧି ହେଲେ ବାଙ୍କୀ ବିଧାୟକ ତଥା ବିଜେଡି ନେତା ପ୍ରଭାତ କୁମାର ତ୍ରିପାଠୀଙ୍କ ପୁଅ ଦେବୀରଞ୍ଜନ ତ୍ରିପାଠୀ । ବ୍ରହ୍ମପୁର ନିବାସୀ ଭିକାରୀ ଚରଣ ଖାଡଙ୍ଗା ଓ ଇନ୍ଦିରା ଖାଡଙ୍ଗାଙ୍କ ଏକମାତ୍ର କନ୍ୟା ସ୍ବପ୍ନା ଖାଡଙ୍ଗାଙ୍କ ସହ ବୈଦିକ ରୀତିନୀତିରେ ବିବାହ ସମ୍ପନ୍ନ ହୋଇଛି ।

କରୋନା ଗାଇଡ୍‌ ଲାଇନ୍‌ ଅନୁପାଳନ କରି ବ୍ରହ୍ମପୁରରେ ବିଧାୟକ ଦେବୀରଞ୍ଜନଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଦେବୀରଞ୍ଜନ ପରିବାରଲୋକ ବିବାହ ଉତ୍ସବରେ ଯୋଗଦେଇଥିଲେ । ଏହି ଅବସରରେ ଦେବୀଙ୍କ ବାପା ତଥା ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ମା’ ପଙ୍କଜିନୀ ତ୍ରିପାଠୀଙ୍କ ସମେତ ପରିବାରର ଅନ୍ୟମାନେ ଉପସ୍ଥିତ ଥିଲେ ।

ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ବର୍ତ୍ତମାନ ରାଜ୍ୟ ଛାତ୍ର ବିଜେଡିର ସଭାପତି ଦାୟିତ୍ବରେ ରହିଛନ୍ତି। ଦେବୀଙ୍କ ପତ୍ନୀ ସ୍ବପ୍ନା ପଣ୍ଡିଚେର ବିଶ୍ବବିଦ୍ୟାଳୟରୁ ପରିବେଶ ବିଜ୍ଞାନରେ ଡକ୍ଟରେଟ୍‌ କରିଥିବା ବେଳେ ୟୁଜିସି ନେଟ୍‌ ମଧ୍ୟ କ୍ବାଲିଫାଏ କରିଛନ୍ତି।

   Related Posts