ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ

Published By : Prameya-News7 Bureau | October 23, 2021 IST

ବାଙ୍କୀ, ୨୩/୧୦:  ବାରହା ଉପଦ୍ରବ । ନଷ୍ଟ କରୁଛନ୍ତି ଫସଲ ।ଚିନ୍ତାରେ ଚାଷୀ । ରାତିହେଲେ ହାତରେ ନିଆଁ ହୁଳା ଧରି ଘଉଡାଇବାକୁ ପଡୁଛି ଚାଷୀଙ୍କୁ ।ବନବିଭାଗକୁ ଗୁହାରି କଲେ ବି ଫଳ ଶୂନ ।ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କୀ ପାଥପୁର ପଞ୍ଚାୟତର ଚାରିଘରିଆ, କଇଁମୁଣ୍ଡି ଓ ଉପରପାଥପୁର ଆଦି ଅଞ୍ଚଳରେ ।

ଚାଷୀମାନେ ଅଭିଯୋଗ କରିଛନ୍ତି ଯେ, ସନ୍ଧ୍ୟା ହେଲେ ନିକଟସ୍ଥ ଡମପଡା-ଚନ୍ଦକା ଅଭୟାରଣ୍ୟରୁ ଜଙ୍ଗଲୀ ବାରହା ଆସି ଏକର ଏକର ପନିପରିବା ଓ ଧାନ ଫସଲ ନଷ୍ଟ କରୁଛନ୍ତି ।ସେମାନେ ଧାର କରଜ କରି ଜମିରେ ଫସଲ କରିଥିବା ବେଳେ ମହାଜନଙ୍କ କରଜ କିପରି ସୁଝିବେ ସେନେଇ ଚିନ୍ତାରେ ପଡିଛନ୍ତି ।  

ସେପଟେ ବନବିଭାଗ ପକ୍ଷରୁ ଏହି ଜଙ୍ଗଲୀ ବାରହାଙ୍କୁ ଘଉଡାଇବା ପାଇଁ କୌଣସି ଠୋସ ପଦକ୍ଷେପ ନିଆଯାଉ ନାହିଁ  ବୋଲି ଚାଷୀମାନେ  ଅଭିଯୋଗ କରିଛନ୍ତି। ତେବେ ଜମିରେ ଥିବା ପନିପରିବା-ଫସଲର ସୁରକ୍ଷା ଓ ସରକାରୀ ସହାୟତାନେଇ ଚାଷୀମାନେ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.