ମଣିଷ ଶରୀର କିନ୍ତୁ ଝିଟିପିଟି ହେବାର ଅଜବ ପ୍ରୟାସ, ନିଜ ଦେହକୁ ବିକୃତ କରିବାରେ ଖର୍ଚ୍ଚ କଲେଣି ଲକ୍ଷ ଲକ୍ଷ ଟଙ୍କା

Published By : Prameya-News7 Bureau | September 24, 2021 IST

ନୂଆଦିଲ୍ଲୀ ୨୪/୦୯: ଦୁନିଆରେ ବିଭିନ୍ନ ପ୍ରକାରର ରୁଚି ରଖିଥିବା ଲୋକ ଅଛନ୍ତି। କେହି ସୁନ୍ଦର ଦେଖାଯିବାକୁ ପସନ୍ଦ କରନ୍ତି ତ ଆଉ କେହି ଟାଟୁ ପ୍ରେମୀ। ଆପଣ ନିଶ୍ଚୟ କାହାକୁ ଦେଖିଥିବେ ଯେ ତାଙ୍କ ସମଗ୍ର ଶରୀର ଟାଟୁ କରିଥିବାର। କିନ୍ତୁ ଆଜି ଆମେ ଯାହା ବିଷୟରେ କହୁଛୁ, ସେ ଝିଟିପିଟିକୁ ଏତେ ଭଲ ପାଉଥିଲେ ଯେ ସେ ନିଜ ଶରୀରକୁ ଡ୍ରାଗନ୍ ଭଳି ତିଆରି କରିଛନ୍ତି। ବର୍ଷ ବର୍ଷ ଧରି ବ୍ୟାଙ୍କ ସେକ୍ଟରରେ କାମ କରିବା ପରେ ଆମେରିକାର ଲସ୍ ଆଞ୍ଜେଲସରେ ରହୁଥିବା ରିଚାର୍ଡ ହର୍ଣ୍ଣାଡିଜ୍, ଏପରି ଟ୍ରାନ୍ସଫର୍ମେଶନ୍ କରିଛନ୍ତି ଯେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ଟ୍ରାନ୍ସଫର୍ମେଶନ୍ ପାଇଁ ରିଚାର୍ଡ ମଧ୍ୟ ଚାକିରି ଛାଡି ଦେଇଛନ୍ତି।

{"width":668,"height":668}
dragon lady

ସୂଚନା ଅନୁଯାୟୀ, ରିଚାର୍ଡ ନିଜ ଉପରେ ପ୍ରାୟ ୬୧ ଲକ୍ଷ ଖର୍ଚ୍ଚ ଟଙ୍କା କରିଛନ୍ତି। ଏହି ଟଙ୍କାରେ ସେ ନିଜ ଶରୀରକୁ ସଂପୂର୍ଣ୍ଣ ରୂପେ ବଦଳାଇ ଦେଇଛନ୍ତି। ସେ ତାଙ୍କ ଶରୀରରେ ଶିଙ୍ଗ ବଢାଇଛନ୍ତି। ନିଜ ଜିଭ ଓ କାନକୁ କାଟି ଦେଇଛନ୍ତି। ଅତ୍ୟଧିକ ପରିବର୍ତ୍ତନ ପରେ, ବର୍ତ୍ତମାନ ରିଚାର୍ଡ ତାଙ୍କର ପ୍ରାଇଭେଟ୍ ପାର୍ଟକୁ ବି କାଟିବାକୁ ଚାହୁଁଛନ୍ତି। ପୁରୁଷରୁ ମହିଳା ହୋଇଥିବା ରିଚାର୍ଡ ତାଙ୍କ ଶରୀରକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଛନ୍ତି। ହରମୋନ୍ ମାଧ୍ୟମରେ ସେ ନିଜର ସ୍ତନକୁ ମଧ୍ୟ ବୃଦ୍ଧି କରିଛନ୍ତି। ଲୋକମାନେ ରିଚାର୍ଡଙ୍କୁ ଡ୍ରାଗନ୍ ଲେଡି କହୁଛନ୍ତି।

ଲସ୍ ଆଞ୍ଜେଲସ୍ ବାସିନ୍ଦା ରିଚାର୍ଡ ବର୍ତ୍ତମାନ ଲିଙ୍ଗହୀନ ହେବାକୁ ସ୍ଥିର କରିଛନ୍ତି। ସେ ଗଣମାଧ୍ୟମକୁ କହିଛନ୍ତି ଯେ ବର୍ତ୍ତମାନ ସେ ମହିଳା କିମ୍ବା ପୁରୁଷ ହେବାକୁ ଚାହୁଁନାହାଁନ୍ତି। ସେ ତାଙ୍କର ପ୍ରାଇଭେଟ୍ ପାର୍ଟ କାଟିବାକୁ ପ୍ରସ୍ତୁତ ହେଉଛନ୍ତି।

{"width":669,"height":669}
dragon lady

ରିଚାର୍ଡ ମଧ୍ୟ ତାଙ୍କ ଦୁଃଖଦ ପିଲାଦିନକୁ ଲୋକଙ୍କ ସହ ସେୟାର କରିଛନ୍ତି। ସେ କହିଛନ୍ତି, ତାଙ୍କୁ ପିଲାଦିନେ ତାଙ୍କ ବାପା-ମା ଜଙ୍ଗଲରେ ଛାଡିଦେଇଥିଲେ। ଏହା ପରେ ସେ ସାପକୁ ତାଙ୍କ ବାପା-ମା ଭାବରେ ପରିଚିତ କରାଇଥିଲେ। ରିଚାର୍ଡଙ୍କ ଅନୁଯାୟୀ, ଯେଉଁ ଜଙ୍ଗଲରେ ତାଙ୍କ ବାପା-ମା ତାଙ୍କୁ ଛାଡି ଦେଇଥିଲେ ସେଠାରେ ଅନେକ ସାପ ରହୁଥିଲେ। କିନ୍ତୁ ସାପ ତାଙ୍କର କୌଣସି କ୍ଷତି କରିନଥିଲେ। ଏହାପରେ ରିଚାର୍ଡ ସାପକୁ ହିଁ ତାଙ୍କର ବାପା-ମା ମାନି ନେଇଥିଲେ। ଯେତେବେଳେ ରିଚାର୍ଡଙ୍କୁ ୧୧ ବର୍ଷ ହୋଇଥିଲା, ସେ ଅନୁଭବ କଲେ ଯେ ସେ ସମଲିଙ୍ଗୀ। ପରବର୍ତ୍ତୀ କିଛି ବର୍ଷ ପାଇଁ, ରିଚାର୍ଡ ଗୁପ୍ତରେ ନିଜକୁ ଝିଅ ପରି ବ୍ୟବହାର କରିଥିଲେ। କିନ୍ତୁ ପରେ ସେ ନିଜକୁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.