ଫେସବୁକ ପ୍ରେମିକାଙ୍କ ପ୍ରେମରେ ଅନ୍ଧ ବ୍ୟାଙ୍କର

Published By : Prameya-News7 Bureau | July 28, 2018 IST

ପ୍ରେମ ଅନ୍ଧ । ଜଣେ ଅବସରପ୍ରାପ୍ତ ବ୍ୟାଙ୍କ୍ କର୍ମଚାରୀ ଠକାମିର ଶିକାର ହେବା ପରେ ପୁଣି ଥରେ ଅନ୍ଧ ପ୍ରେମୀଙ୍କ କଥା ପ୍ରମାଣିତ ହୋଇଛି । ସୋସିଆଲ ମିଡିଆରେ ଜଣେ ବିଦେଶି ଯୁବତୀଙ୍କୁ ପ୍ରେମ କରିବା ଅବସରପ୍ରାପ୍ତ ବ୍ୟାଙ୍କ୍ କର୍ମଚାରୀଙ୍କୁ ମହଙ୍ଗା ହୋଇଛି । ସେ ହରାଇଛନ୍ତି ୩୫ ଲକ୍ଷ ଟଙ୍କା । ହରିୟାଣାର ଗୁରୁଗାଓଁ ବାସିନ୍ଦା ଏହି ୬୬ ବର୍ଷୀୟ ବ୍ୟକ୍ତି ଜଣକ ଫେସ୍ବୁକ୍ରେ ଜଣେ ଯୁବତୀଙ୍କ ପ୍ରେମରେ ପଡିଥିଲେ । ଅବିବାହିତ ଥିବା ଏହି ବ୍ୟକ୍ତି ଜଣକୁ ଗତ ମେଁ ମାସରେ ଆସିଥିଲା ଏକ ଫ୍ରେଣ୍ଡ ରିକ୍ୱେଷ୍ଟ । ଜେନି ଅଣ୍ଡରସନ ବୋଲି ପରିଚୟ ଦେଇ ଯୁବତୀ ଜଣକ ରିଟାୟାର୍ଡ ବ୍ୟାଙ୍କରଙ୍କ ସହ ଚାଟ୍ କରୁଥିଲେ । ଆଉ ପରେ ପ୍ରେମିକା ଜଣକ ତାଙ୍କ ପାଇଁ ଲଣ୍ଡନରୁ ଭାରତ ଆସୁଥିବା କହି ବିଶ୍ବାସ ଜମାଇଥିଲେ । ତାପରେ ମୁମ୍ବାଇ ବିମାନ ବନ୍ଦରରେ କିଛି ଆବଶ୍ୟକୀୟ କାଗଜପତ୍ର ଲାଗି ତାଙ୍କୁ ଅଟକ ରଖାଯାଇଥିବା କହି ବୃଦ୍ଧ ପ୍ରେମିକଙ୍କ ଠାରୁ ୩୫ ଲକ୍ଷ ଅନଲାଇନ୍ରେ ଠକି ନେଇଥିଲେ । ଡିଏଲଏଫ୍ ୧ ଅଞ୍ଚଳର ଏହି ପ୍ରେମ ଅନ୍ଧ ବ୍ୟାଙ୍କର ଜଣକ ନିଜ ସଞ୍ଚିତ ୧୩ ଲକ୍ଷ ଦେବା ପରେ ଋଣ କରି ତରୁଣୀ ପ୍ରେମିକାଙ୍କୁ ୨୨ ଲକ୍ଷ ଦେଇଥିଲେ । ଏବେ ଟଙ୍କା ଗଲା ପରେ ପ୍ରେମିକାଙ୍କ ପତ୍ତା ନପାଇ ପୋଲିସରେ ଦ୍ବାରସ୍ଥ ହୋଇଛନ୍ତି ପ୍ରତାରିତ ବୃଦ୍ଧ ପ୍ରେମିକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.