Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ୩ ବର୍ଷରେ ପୂରା ହେବ ରାମ ମନ୍ଦିର ନିର୍ମାଣ
  • ||
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||

ଆଜି ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ

26/11/2020 at 8:11 AM

ପୁରୀ ୨୬।୧୧: ଆଜି ପବିତ୍ର କାର୍ତ୍ତିକ ଶୁକ୍ଳ ଦ୍ବାଦଶୀ । ପଞ୍ଚୁକର ଏହି ଦ୍ବିତୀୟ ଦିନରେ ଆଜି ମହାପ୍ରଭୁ ବିଭୂଷିତ ହୋଇଛନ୍ତି ବାଙ୍କଚୁଡା ବେଶରେ। ପରମ୍ପରା ଅନୁଯାୟୀ ଅବକାଶ ନୀତି ପରେ ଖୁଣ୍ଟିଆ, ମେକାପ ଓ ପୁଷ୍ପାଳକ ସେବାୟତମାନେ ଶ୍ରୀଜିଉଙ୍କୁ ଏହି ବେଶରେ ସଜ୍ଜିତ କରିଥାନ୍ତି ।  

କିମ୍ବଦନ୍ତୀ ଅନୁଯାୟୀ ଭକ୍ତ ଅକୃର ଶ୍ରୀକୃଷ୍ଣଙ୍କୁ ମଥୁରା ନେବାପାଇଁ ଗୋପପୁରକୁ ଆସି ଏହି ବେଶରେ ଦର୍ଶନ କରିଥିଲେ। ଏଣୁ ଏହାର ସ୍ମୃତି ସ୍ବରୂପ ଏହି ବେଶ ପଞ୍ଚୁକର ଦ୍ବାଦଶୀ ତିଥିରେ ଅନୁଷ୍ଠିତ ହେଉଅଛି। ଏହି ବେଶରେ ମହାପ୍ରଭୁଙ୍କର ମସ୍ତକର ଦକ୍ଷିଣ ପାର୍ଶ୍ବରେ ସୁନାକିଆ ଶୋଭା ପାଇଥାଏ। କରୋନା ମହାମାରୀ ଯୋଗୁଁ ଭକ୍ତଙ୍କ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ନଥିବାରୁ ପତିତପାବନଙ୍କ ଦର୍ଶନ କରି ଭକ୍ତମାନେ ଅଶେଷ ପୁଣ୍ୟ ଲାଭ କରିଛନ୍ତି।  ଆସନ୍ତାକାଲି ମହାପ୍ରଭୁ ଦୁର୍ଲଭ ନାଗାର୍ଜୁନ ବେଶରେ ବିଭୂଷିତ ହେବେ।

   Related Posts