ଏପ୍ରିଲ୍୧୧ରୁ ୧୪ତାରିଖ ୩ଦିନ ଯାଏଁ ବନ୍ଦ ରହିବ ବ୍ୟାଙ୍କ

Published By : Prameya-News7 Bureau | April 11, 2019 IST

ନୂଆଦିଲ୍ଲୀ ୧୧/୪: ୧୧ରୁ ୧୪ଏପ୍ରିଲ୍ ଯାଏଁ ୩ଦିନ ବ୍ୟାଙ୍କ ବନ୍ଦ ରହିବ। ମଝିରେ ଗୋଟିଏ ଦିନ ୧୨ତାରିଖ ବ୍ୟାଙ୍କ ଖୋଲା ରହିବ। ଏପରି ପରିସ୍ଥିତିରେ ବ୍ୟାଙ୍କରେ ପ୍ରବଳ ଭିଡ଼ ଲାଗିରହିବ। ଯାହା ଦ୍ବାରା ଗ୍ରାହକମାନେ ଅସୁବିଧାର ସମ୍ମୁଖୀନ ହେବେ।

ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ କାରଣରୁ ୨୦ଟି ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ। ଏପ୍ରିଲ ୧୩ତାରିଖ ରାମନବମୀ ଏବଂ ଦ୍ବିତୀୟ ଶନିବାର ହୋଇଥିବା କାରଣରୁ ବ୍ୟାଙ୍କ ବନ୍ଦ ରହିବ। ଏପ୍ରିଲ ୧୪ତାରିଖ ରବିବାର ହୋଇଥିବା କାରଣରୁ ବ୍ୟାଙ୍କ ବନ୍ଦ ରହିବ। କେବଳ ଏପ୍ରିଲ ୧୨ତାରିଖ ଦିନ ବ୍ୟାଙ୍କ ଖୋଲା ରହିବ। ଏଥିପାଇଁ ଏହି ଦିନ ଭିଡ଼ ହେବା ଅବଶ୍ୟମ୍ଭାବୀ। ଏଥିପାଇଁ ଗ୍ରାହକମାନେ ମଧ୍ୟ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବେ। ୧୨ତାରିଖ ଦିନ ବ୍ୟାଙ୍କ କର୍ମଚାରୀମାନେ ମଧ୍ୟ ନଆସିପାରନ୍ତି କାରଣ ୧୧,୧୩,୧୪ତାରିଖ ଦିନ ଛୁଟି ଥିବା ଯୋଗୁଁ କେତେକ କର୍ମଚାରୀ ୧୨ତାରିଖ ମଧ୍ୟ କେଉଁଠି ବୁଲିବାକୁ ଯାଇପାରନ୍ତି। ଏହା ବ୍ୟତୀତ ବ୍ୟାଙ୍କ କର୍ମଚାରୀଙ୍କୁ ଯଦି ମତଦାନ ସମୟରେ କାମ ଥିବ ସେ ଛୁଟି ନେଇପାରନ୍ତି।

ଏପ୍ରିଲ ୧୨ତାରିଖ ଦିନ ବ୍ୟାଙ୍କ ବନ୍ଦ ରହିବାର ପ୍ରଭାବ କେବଳ ଉତ୍ତର ପ୍ରଦେଶ,ବିହାର, ପଶ୍ଚିମବଙ୍ଗ ସମେତ ଦେଶର ୨୦ଟି ରାଜ୍ୟର ୯୧ଟି ଜିଲ୍ଲାରେ ପଡ଼ିବ କାରଣ ସେଠାରେ ପ୍ରଥମ ପର୍ଯ୍ୟାୟର ମତଦାନ ରହିଛି। ପ୍ରଥମ ପର୍ଯ୍ୟାୟରେ ଗୈାତମବୁଦ୍ଧ ନଗର-ଗାଜିଆବାଦ ସମେତ ପଶ୍ଚିମ ଉତ୍ତର ପ୍ରଦେଶର ୮ଟି ଲୋକସଭା ଆସନରେ ମତଦାନ ହେବ। ବିହାରର ୪ଟି,ମହାରାଷ୍ଟ୍ରର ୭ଟି,ଉତ୍ତରାଞ୍ଚଳର ୫ଟି,ପଶ୍ଚିମବଙ୍ଗର ୨ଟି,ଆନ୍ଧ୍ରପ୍ରଦେଶର ୨୫ଟି,ଅରୁଣାଚଳପ୍ରଦେଶର ୨ଟି,ଆାସାମର ୫ଟି,ଛତିଶଗଡ଼ର ଗୋଟିଏ,ଜାମ୍ମୁ କାଶ୍ମୀରର ୨ଟି,ମଣିପୁରର ଗୋଟିଏ,ମେଘାଳୟର ୨ଟି,ମିଜୋରାମର ଗୋଟିଏ,ନାଗାଲାଣ୍ଡର ଗୋଟିଏ,ଓଡ଼ିଶାର ୪ଟି,ସିକିମର ଗୋଟିଏ,ତେଲେଙ୍ଗାନାର ୧୭ଟି,ତ୍ରିପୁରାର ଗୋଟିଏ,ଲାକ୍ଷାଦ୍ବୀପର ଗୋଟିଏ,ଆଣ୍ଡାମାନ ନିକୋବରର ଗୋଟିଏ ଆସନରେ ମତଦାନ ରହିଛି। ଏହା ବ୍ୟତୀତ ଆନ୍ଧ୍ର ପ୍ରଦେଶ,ଅରୁଣାଚଳ ପ୍ରଦେଶ,ସିକିମରେ ଏପ୍ରିଲ ୧୧ତାରିଖରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବା ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.