ଏଥର ଫାଇନ୍ ଗଣିବ ବ୍ୟାଙ୍କ୍ : ଏଟିଏମରେ ଭୁଲ ଟ୍ରାଞ୍ଜାକ୍ସନରେ କଟିଥିବା ଟଙ୍କା ୫ଦିନ ଭିତରେ ନ ଆସିଲେ ଆପଣଙ୍କୁ ମିଳିବ ପ୍ରତିଦିନ ୧୦୦ଟଙ୍କା

Published By : Prameya-News7 Bureau | October 10, 2020 IST

ଅନେକ ଥର ଟ୍ରାଞ୍ଜାକ୍ସନ୍ ଫେଲ୍ ହୋଇଯିବା ଫଳରେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା ତ କଟିଯାଇଥାଏ କିନ୍ତୁ ଆପଣଙ୍କୁ ଟଙ୍କା ମିଳିନଥାଏ। ଏପରି ପରିସ୍ଥିତିରେ ଯଦି ଧାର୍ଯ୍ୟ ସମୟରେ ଏହି ଟଙ୍କା ମିଳିନଥାଏ ତେବେ ବ୍ୟାଙ୍କକୁ ଗ୍ରାହକଙ୍କୁ ୧୦୦ଟଙ୍କା ପ୍ରତିଦିନ ହିସାବରେ ଜୋରିମାନା ଦେବାକୁ ପଡ଼ିଥାଏ। ଆସନ୍ତୁ ଜାଣିବା ଏହାର ନିୟମ ଗୁଡ଼ିକ ବିଷୟରେ

ATMରୁ ଟଙ୍କା ନ ବାହାରିଲେ ଏବଂ ଆକାଉଣ୍ଟରୁ ଟଙ୍କା କଟିଗଲେ ଏବଂ ବ୍ୟାଙ୍କ୍ ଏହି ଟଙ୍କା ଗୁଡ଼ିକ ନ ଫେରାଇଲେ ଆପଣ ଯେଉଁ ବ୍ୟାଙ୍କ ଆକାଉଣ୍ଟର ATM କାର୍ଡ଼ ବ୍ୟବହାର କରିଥିବେ ତାହାର ହୋମ୍ ବ୍ରାଞ୍ଚରେ ଏହାର ଅଭିଯୋଗ କରିବେ। ଯଦି ବ୍ୟାଙ୍କ୍ ଖାତାରୁ ଟଙ୍କା କଟିଯାଉଛି ଏବଂ ଏଟିଏମରୁ ନଗଦ ମିଳୁନାହିଁ ତେବେ ଏପରି ମାମଲାରେ ବ୍ୟାଙ୍କକୁ ଟ୍ରାଞ୍ଜାକ୍ସନର ୫ଦିନ ମଧ୍ୟରେ ଗ୍ରାହକଙ୍କ ଆକାଉଣ୍ଟରେ ଟଙ୍କା ଜମା କରିବାକୁ ପଡ଼ିବ।

ବ୍ୟାଙ୍କକୁ ଅଭିଯୋଗ ମିଳିବାର ୫ଦିନ ମଧ୍ୟରେ ଗ୍ରାହକଙ୍କ ଟଙ୍କା ଫେରାଇବାକୁ ପଡ଼ିବ। ଯଦି ବ୍ୟାଙ୍କ୍ ଏପରି ନ କରୁଛି ତେବେ ତାକୁ ୫ଦିନ ପରେ ପ୍ରତି ଦିନ ୧୦୦ଟଙ୍କା ହିସାବରେ ଗ୍ରାହକଙ୍କୁ ଜୋରିମାନା ଦେବାକୁ ପଡ଼ିବ।

ନିୟମ ଅନୁସାରେ ଗ୍ରାହକ ଏଟିଏମରୁ ଟଙ୍କା ନ ବାହାରିବା ଦିନର ୩୦ଦିନ ଭିତରେ ବ୍ୟାଙ୍କରେ ଅଭିଯୋଗ କଲେ ଜୋରିମାନା ଆଦାୟ କରିପାରିବେ। ଯଦି ଆପଣ ଏଟିଏମରୁ ଅସଫଳ ନେଣଦେଣ ପରେ ଆକାଉଣ୍ଟରେ ଟଙ୍କା ନ ଫେରାଇବାର ଅଭିଯୋଗ କରୁଛନ୍ତି ତେବେ ଆପଣଙ୍କୁ ଜୋରିମାନା ମିଳିବ ନାହିଁ।

RBI ଅନୁସାରେ ଯଦି ଗ୍ରାହକଙ୍କୁ ଏହି ସବୁ ନିୟମ ଆଧାରରେ ଲାଭ ନ ମିଳୁଛି ତେବେ ସେମାନେ ଆରବିଆଇର ବ୍ୟାଙ୍କିଂ ଲୋକପାଳକୁ ଅଭିଯୋଗ କରିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.