ଏଟିଏମ ଟ୍ରାଞ୍ଜାକ୍ସନ ଫେଲ୍ ପରେ ବି କଟିଥିବା ଟଙ୍କା ଆକାଉଣ୍ଚକୁ ନ ଆସିଲେ ଜରିମାନା ଦେବ ବ୍ୟାଙ୍କ୍

Published By : Prameya-News7 Bureau | October 08, 2020 IST

ନୂଆଦିଲ୍ଲୀ, ୦୮୧୦:     ଅନେକ ସମୟରେ ଏଟିଏମରେ ଟଙ୍କା ଉଠାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । କେତେବେଳେ ଏଟିଏମରେ ଟଙ୍କା ନଥାଏ କିମ୍ବା ଟଙ୍କା ନଉଠି ମଧ୍ୟ ଆକାଉଣ୍ଟରୁ ଟଙ୍କା କଟିଥିବା ମେସେଜ୍ ଆସିଥାଏ । ଗ୍ରାହକଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ ପାଇବା ପାଇଁ ମଧ୍ୟ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ ।

ଏବେ ଗ୍ରାହକଙ୍କୁ ଆଉ ଏପରି ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ବ୍ୟାଙ୍କ୍ ଗୁଡିକ ଏହି ଭୁଲ ପାଇଁ ଦେବେ ଫାଇନ୍ ।  ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇ କହିଛି ଯେ, ଯଦି ଗ୍ରାହକଙ୍କ ଟଙ୍କା ବ୍ୟାଙ୍କ୍ ଠିକ ସମୟରେ ଫେରସ୍ତ ନକରେ ତେବେ ଜରିମାନା ଗଣିବ । ଆସନ୍ତୁ ଏହା ବାବଦରେ ଜାଣିବା ।

ଆରବିଆଇ କହିଛି ଯେ, ଯଦି ଏଟିଏମରେ ଟ୍ରାଞ୍ଜାକ୍ସନ ଫେଲ୍ ହୋଇଯାଏ ଓ ଟଙ୍କା କଟିଯାଏ ତାହାଲେ ଗ୍ରାହକଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡିବ ନାହିଁ । ବ୍ୟାଙ୍କ୍ ଠିକ୍ ସମୟରେ ଟଙ୍କା ଫେରସ୍ତ କରିବେ । ଯଦି ବ୍ୟାଙ୍କ୍ ଏହା କରେ ନାହିଁ ତେବେ ଜରିମାନା ଦେବାକୁ ପଡିବ ।

ଏହି ନିୟମର ଯଦି କୌଣସି ବ୍ୟାଙ୍କ୍ ଖିଲାପ କରନ୍ତି ତାହାଲେ ଗ୍ରାହକମାନେ ଆରବିଆଇର ସିଏମଏସ ପୋର୍ଟାଲରେ ଅଭିଯୋଗ କରିପାରିବେ । ଏହାପରେ ଆରବିଆଇ ନିଜେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

ଆରବିଆଇ ପକ୍ଷରୁ ଆହୁରି କୁହାଯାଇଛି ଯେ, ଟ୍ରା଼ଞ୍ଜାକ୍ସନ ଫେଲ୍ ହେଲେ ପ୍ରଥମେ ବ୍ୟାଙ୍କକୁ ଅତିଶୀଘ୍ର ସୂଚନା ଦେବାକୁ ପଡିବ । ଅଭିଯୋଗର ୫ ଦିନ ମଧ୍ୟରେ ଗ୍ରାହକଙ୍କ ଆକାଉଣ୍ଟରେ ଟଙ୍କା ଫେରସ୍ତ କରିବା ବ୍ୟାଙ୍କର କର୍ତ୍ତବ୍ୟ ବୋଲି ଆରବିଆଇ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.