Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ବ୍ୟାଙ୍କ୍ କର୍ମଚାରୀଙ୍କ ପାଇଁ ଖୁସିଖବର : ଲକ୍ ଡାଉନ୍ ରେ କରୁଥିବା କର୍ମଚାରୀଙ୍କୁ ମିଳିବ ଅତିରିକ୍ତ ବେତନ

29/03/2020 at 10:23 AM

ନୂଆଦିଲ୍ଲୀ ୨୯।୩: ଦେଶର ସର୍ବବୃହତ ବ୍ୟାଙ୍କ୍ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଏସବିଆଇ) ଏବଂ ସରକାରୀ ବ୍ୟାଙ୍କ୍ ଅଫ୍ ବରୋଦା କରୋନା ଭାଇରସ୍ ମହାମାରୀ ସତ୍ତ୍ବେ ସେମାନଙ୍କ କର୍ମଚାରୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ଲକ୍ ଡାଉନ୍ ବେଳେ ବ୍ୟାଙ୍କକୁ ଆସୁଥିବା କର୍ମଚାରୀଙ୍କୁ ଅତିରିକ୍ତ ଦରମା ଦିଆଯିବ ବୋଲି ଏସବିଆଇ ଘୋଷଣା କରିଛି । ଏଥି ସହିତ କରୋନା ମହାମାରୀ ମଧ୍ୟରେ ସ୍ବଚ୍ଛତା ବଜାୟ ରଖିବା ପାଇଁ ବ୍ୟାଙ୍କ୍ ଅଫ୍ ବରୋଦା ଏହାର ପ୍ରତ୍ୟେକ ବ୍ୟାଙ୍କିଂ ସହାୟକଙ୍କୁ ୨୦୦୦ ଟଙ୍କା ଦେବାକୁ ଘୋଷଣା କରିଛି ।
ଲକ୍ ଡାଉନ୍ ସମୟରେ କାମ କରୁଥିବା କର୍ମଚାରୀମାନଙ୍କୁ ଏସବିଆଇ ଅତିରିକ୍ତ ଦରମା ଦେବ । ମାର୍ଚ୍ଚ ୨୩ରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଏହି ଘୋଷଣାରେ ଅନ୍ତର୍ଭୁକ୍ତ ହୋଇଛି । ଏହା ଅଧୀନରେ, ଏସବିଆଇର ପ୍ରତ୍ୟେକ ଶାଖାରେ କାର୍ଯ୍ୟ କରୁଥିବା ସିପିସି, ସିଏସି, ଟ୍ରେଜେରୀ ଅପରେସନ୍, ଗ୍ଲୋବାଲ୍ ମାର୍କେଟସ୍, ଜିଆଇଟିସି ଏବଂ ଆଇଟି ସେବାଗୁଡିକର ଲୋକଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି ।
ବ୍ୟାଙ୍କ୍ ଅଫ୍ ବରୋଦା କହିଛି ଯେ, ଏହାର ପ୍ରୟାସ ହେଉଛି ଗ୍ରାହକ, ସାଧାରଣ ଜନତା ଏବଂ କରୋନା ଭାଇରସ୍ ମହାମାରୀରୁ ବ୍ୟାଙ୍କ୍ କାର୍ଯ୍ୟରେ ସାହାଯ୍ୟ କରୁଥିବା ସହାୟକଙ୍କ ସୁରକ୍ଷା ନିଶ୍ଚିତ କରିବା । ବ୍ୟାଙ୍କ୍ ଏକ ବିଜ୍ଞପ୍ତିରେ କହିଛି ଯେ, କୋଭିଡ-୧୯ର ବିସ୍ତାରକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାଙ୍କ୍ ସହାୟକ ବ୍ୟାଙ୍କ୍ କାର୍ଯ୍ୟାଳୟକୁ ସ୍ବଚ୍ଛ ଏବଂ ପରିଷ୍କାର ରଖିବା ଆବଶ୍ୟକ । ଏହି ପରିସ୍ଥିତିରେ, ପ୍ରତ୍ୟେକ ସକ୍ରିୟ ତଥା କାର୍ଯ୍ୟରତ ବ୍ୟାଙ୍କିଙ୍ଗ୍ କରେସପଣ୍ଡେଣ୍ଟଙ୍କୁ ୨୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ବିଜ୍ଞପ୍ତିରେ କୁହାଯାଇଛି ଯେ, ଏହି ଟଙ୍କା କୀଟାଣୁନାଶକ, ମାସ୍କ, ଗ୍ଲୋଭସ୍ ଇତ୍ୟାଦି କିଣିବା ଏବଂ କେନ୍ଦ୍ରରେ ପରିଷ୍କାର ପରିଚ୍ଛନ୍ନତା ପାଇଁ ବ୍ୟବହୃତ ହେବ । ଏହା ବ୍ୟତୀତ ବ୍ୟାଙ୍କ୍ ଏହି କଠିନ ପରିସ୍ଥିତିରେ କ୍ରମାଗତ ଭାବରେ ଏହାର ସେବା ବଜାୟ ରଖିବା ପାଇଁ ପ୍ରତିଦିନ ଅତି କମରେ ୫ଟି କାରବାର କରୁଥିବା ପ୍ରତ୍ୟେକ ବ୍ୟାଙ୍କ୍ କରେସପଣ୍ଡେଣ୍ଟଙ୍କୁ ୧୦୦ ଟଙ୍କା ଦେବ ।

   Related Posts