Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||
  • ଚିନ୍ତା ବଢାଇଲାଣି କରୋନାର ୨ୟ ଲହର : ଆଜି PM-CM ଆଲୋଚନା, କୋଭିଡ -19 ର ସ୍ଥିତି ଏବଂ ଟିକା ବିତରଣ ନେଇ ସମୀକ୍ଷା
  • ||
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||

ଜୁଲାଇରେ କେତେ ଦିନ ବନ୍ଦ ରହିବ ବ୍ୟାଙ୍କ୍ : ଚେକ୍ କରନ୍ତୁ ଛୁଟି ଲିଷ୍ଟ୍

2/07/2020 at 3:39 PM

ନୂଆଦିଲ୍ଲୀ ୨/୭: ନୂଆ ମାସ ଅର୍ଥାତ୍ ଜୁଲାଇ ମାସ ଆରମ୍ଭ ହୋଇଯାଇଛି। ଏହା ସହ ଦେଶ ଅନଲକ୍-୨ରେ ପ୍ରବେଶ କରି ସାରିଛି। ଏହି ସମୟରେ ଆର୍ଥିକ ଗତିବିଧି ଧୀରେ ଧୀରେ ସାମାନ୍ୟ ହେବାକୁ ଲାଗିଛି। ବ୍ୟାଙ୍କିଂ ସହ ଜଡ଼ିତ କାମ ମଧ୍ୟ ସୁଚାରୁ ଭାବେ ଚାଲୁଛି।

ଗ୍ରାହକଙ୍କୁ ଅତ୍ୟନ୍ତ ଜରୁରୀ ହେଲେ ବ୍ୟାଙ୍କ ଯିବାକୁ ପରାମର୍ଶ ଦିଆଯାଇଥାଏ କାରଣ ଏବେ ଅଧିକାଂଶ କାମ ଅନଲାଇନ୍ ହେଉଛି। ଯଦି କୌଣସି ଗ୍ରାହକ ବ୍ୟାଙ୍କ୍ ଯାଉଛନ୍ତି ତେବେ ତାଙ୍କୁ ସୋସିଆଲ୍ ଡିସଟ୍ୟାନସିଂର ପୂରା ଧ୍ୟାନ ରଖିବାକୁ ପଡ଼ିଥାଏ। ଯଦି ବ୍ରାଞ୍ଚ ଯିବା ଜରୁରୀ ହୋଇଥିବ ତେବେ ଗ୍ରାହକଙ୍କୁ ଏହା ନିଶ୍ଚୟ ଜାଣି ରଖିବା ଉଚିତ୍ ଜୁଲାଇ ମାସରେ କେଉଁ ଦିନ ବ୍ୟାଙ୍କରେ କାମ ହେବ ନାହିଁ।

ଜାତୀୟ ସ୍ତରର କଥା କହିବା ଯଦି ଏହି ମାସରେ ୫.୧୨,୧୯ ଏବଂ ଜୁଲାଇ ୨୬ତାରିଖ ରବିବାର ପଡ଼ୁଛି। ଏହି ଦିନ ସାପ୍ତାହିକ ଅବକାଶ ହୋଇଥାଏ। ଏଥିପାଇଁ ବ୍ୟାଙ୍କ ବନ୍ଦ ରହିଥାଏ।

ଏହା ବ୍ୟତୀତ ଜୁଲାଇ ୧୧ ଏବଂ ୨୫ତାରିଖ ମାସର ଦ୍ବିତୀୟ ଏବଂ ଚତୁର୍ଥ ଶନିବାର। ଏହି ଦୁଇ ଦିନ ବ୍ୟାଙ୍କ​‌ରେ କାମ ହେବ ନାହିଁ। ଜୁଲାଇ ୩୧ତାରିଖରେ ବକ୍ରିଦ ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ।

ଯଦି ରାଜ୍ୟ ସ୍ତରର କଥା କହିବା ତେବେ ଜୁଲାଇ ୮ ଏବଂ ୧୭ତାରିଖରେ ମେଘାଳୟର ବ୍ୟାଙ୍କ୍ ବନ୍ଦ ରହିବ। ମେଘାଳୟରେ ଜୁଲାଇ ୮ତାରିଖରେ ବେହ ଦିନଖଲାମ ଏବଂ ଜୁଲାଇ ୧୭ତାରିଖରେ ୟୁ ତିରୋଟ ସିଂ ଦିବସ ପାଳନ କରାଯିବ।

ସେହିପରି ସିକ୍କିମରେ ଜୁଲାଇ ୧୩ତାରିଖରେ ଭାନୁ ଜୟନ୍ତୀ ଏବଂ ୨୪ତାରିଖରେ ଦ୍ରୃକପା ଶେଚୀ। ଏହି ଦୁଇ ଦିନ ରାଜ୍ୟରେ ବ୍ୟାଙ୍କ କାମ ବ୍ୟାହତ ହେବ।

ଜୁଲାଇ ୧୪ତାରିଖରେ ଅଗରତଲ୍ଲାରେ କେର ପୂଜା ଦିନ ବ୍ୟାଙ୍କ ବନ୍ଦ ରହିବ। ଏହି ଛୁଟି ଦିନ ମଧ୍ୟ ଡିଜିଟାଲ୍ ଉପାୟରେ ବ୍ୟାଙ୍କିଂ କାମ ଜାରି ରହିବ।

   Related Posts