ଆଜିଠାରୁ ୧୧ ଦିନ ବନ୍ଦ ରହିବ ବ୍ୟାଙ୍କ ସେବା ; ଜାଣନ୍ତୁ ପୁରା ତାଲିକା

Published By : Prameya-News7 Bureau | July 10, 2021 IST

ନୂଆଦିଲ୍ଲୀ ୧୦/୭ : ଯଦି ଆପଣଙ୍କ ବ୍ୟାଙ୍କ ସମ୍ବନ୍ଧୀୟ କୌଣସି କାମ ଅଛି ତେବେ ଅପେକ୍ଷା କରିବାକୁ ପଡିପାରେ । କାରଣ ଜୁଲାଇ ୨୦୨୧ରେ  ବ୍ୟାଙ୍କର ଛୁଟି ତାଲିକା ରେ ମୋଟ ୧୫ ଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବ । ଏଥିରେ ମାସରେ ଅଧିକାଂଶ ସପ୍ତାହରେ ବ୍ୟାଙ୍କର ଛୁଟି ପଡୁଛି ।  ଶନିବାର ଅର୍ଥାତ୍ ଆଜିଠାରୁ ଆଗାମୀ କିଛି ଦିନ ପାଇଁ ବ୍ୟାଙ୍କ ସେବା ଗୁଡିକ ବିଭିନ୍ନ ରାଜ୍ୟରେ ବନ୍ଦ ରହିବ । ଯେପରି ୧୦ ଜୁଲାଇ ଦ୍ବିତୀୟ ଶନିବାର ପଡୁଥିବାରୁ ବ୍ୟାଙ୍କ ବନ୍ଦ ରହିବ । ସେହିପରି ରବିବାର ୧୧ ତାରିଖରୁ  ୧୮ ଜୁଲାଇ ପର୍ଯ୍ୟନ୍ତ ବ୍ୟାଙ୍କ ସେବା ଗୁଡିକ ବନ୍ଦ ରଖାଯିବ । ଏହା ବ୍ୟତୀତ ସୋମବାର ଠାରୁ ଶନିବାର ମୋଟ ୯ ଦିନ ପର୍ବପର୍ବାଣୀ ପାଇଁ ବ୍ୟାଙ୍କ ବନ୍ଦ ରହିବ । କିନ୍ତୁ ୧୫ ଜୁଲାଇରେ ବ୍ୟାଙ୍କ କାର୍ଯ୍ୟ ସ୍ବାଭାବିକ ରହିବ ।

ସୂଚନା ଅନୂଯାୟୀ ଆରବିଆଇ କହିବାନୁସାରେ ସୋମବାର ଠାରୁ ଅଲଗା ଅଲଗା ରାଜ୍ୟ ହିସାବରେ ବ୍ୟାଙ୍କର ଛୁଟି ଗୁଡିକ ସ୍ଥିର କରାଯାଏ । ଏଥିସହ ଯେଉଁ ରାଜ୍ୟମାନଙ୍କରେ ଛୁଟି ସ୍ଥିର କରାଯାଇଛି ସେହି ରାଜ୍ୟରେ ବ୍ୟାଙ୍କ ସେବା ବନ୍ଦ ରହିବ । ତେବେ ଅନ୍ୟ ରାଜ୍ୟର ବ୍ୟାଙ୍କମାନଙ୍କରେ କାର୍ଯ୍ୟ ଜାରି ରହିବ ।

ବ୍ୟାଙ୍କ ଛୁଟିର ସମ୍ପୂର୍ଣ୍ଣ ଲିଷ୍ଟ

୧-୧୦ ଜୁଲାଇ ୨୦୨୧- ଦ୍ବିତୀୟ ଶନିବାର

୨-୧୧ ଜୁଲାଇ ୨୦୨୧ –ରବିବାର

୩-୧୨ ଜୁଲାଇ ୨୦୨୧- ସୋମବାର- କାଙ୍ଗ (ରାଜସ୍ଥାନ), ରଥଯାତ୍ରା (ଓଡିଶା)

୪-୧୩ ଜୁଲାଇ ୨୦୨୧-ମଙ୍ଗଳବାର- ଶହୀଦ ଦିବସ (ଜମ୍ମୁ ଓ କାଶ୍ମୀର), ଭାନୁ ଜୟନ୍ତୀ (ସିକିମ୍ )

୫-୧୪ ଜୁଲାଇ ୨୦୨୧ - ଦ୍ରୁକପା ସ୍ତୋଚି ( ଗ୍ୟାଙ୍ଗଟକ୍)

୬-୧୬ ଜୁଲାଇ ୨୦୨୧ - ହରେଲା ପୂଜା( ଡେରାଡୁନ)

୭-୧୭ ଜୁଲାଇ ୨୦୨୧- ଖାରଚି ପୂଜା( ଅଗ୍ରତାଲା, ଶିଲଙ୍ଗ)

୮- ୧୮ ଜୁଲାଇ ୨୦୨୧- ରବିବାର

୯-୧୯ ଜୁଲାଇ ୨୦୨୧ - ଗୁରୁ ରିମ୍ପୋଚେ ଥୁଙ୍ଗକର ସ୍ତୋଚୁ (ଗ୍ୟାଙ୍ଗଟକ୍)

୧୦-୨୦ ଜୁଲାଇ ୨୦୨୧- ଇଦ-ଉଲ-ଜୁହା (ଦେଶ ସାରା)

୧୧-୨୧ ଜୁଲାଇ ୨୦୨୧-ବକରିଦ-(ଦେଶ ସାରା)

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.